ଅଦିନିଆ ବର୍ଷାମାଡ଼ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ଦେବାକୁ ଯାଇ କିଛିଦିନ ତଳେ ଏଫ୍ଏକ୍ୟୁ ମାନର ଧାନ ନହେଲେ ବି ଚାଷୀଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ସରକାର ତାହା କ୍ରୟ କରିବେ ବୋଲି କହୁଥିବା ଯୋଗାଣ ମନ୍ତ୍ରୀ ଏବେ ୟୁ ଟର୍ନ ନେଇଛନ୍ତି।
Trending Photos
ଢେଙ୍କାନାଳ: ଅଦିନିଆ ବର୍ଷାମାଡ଼ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ଦେବାକୁ ଯାଇ କିଛିଦିନ ତଳେ ଏଫ୍ଏକ୍ୟୁ ମାନର ଧାନ ନହେଲେ ବି ଚାଷୀଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ସରକାର ତାହା କ୍ରୟ କରିବେ ବୋଲି କହୁଥିବା ଯୋଗାଣ ମନ୍ତ୍ରୀ ଏବେ ୟୁ ଟର୍ନ କରିଛନ୍ତି। ଢେଙ୍କାନାଳଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେହେତୁ ଏଫଏକ୍ଯୁ ମାନର ହେବନି ତାହାଲେ ଆମେ ତାକୁ ନେଇପାରିବୁନି। କାରଣ ଏଫସିଆଇ ଏହାକୁ ଗ୍ରହଣ କରିବନି। ମନ୍ତ୍ରୀଙ୍କ ଏପରି କଥାକୁ ନେଇ ଏବେ ଚାଷୀକୂଳ ଆଶଙ୍କାରେ ରହିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଚାଷୀକୂଳ ମୁଣ୍ଡରେ ହାତ ଦେଇଛନ୍ତି। ଭଲ ଫସଲ ହେବ ବୋଲି କିଛିଦିନ ତଳେ ଖୁସି ପାଳୁଥିବା ଚାଷୀକୂଳ ଏବେ ହତାଶା ଭାବରେ ରହିଛନ୍ତି। ବିଲରେ ପାଣି ଜମିବା ଯୋଗୁ ପାଚିଲା ଧାନସବୁ ଗଜା ଆଡ଼କୁ ମୁହାଁଇଛି। ଏପଟେ ପାଣି ରହିବାରୁ ଧାନର ମାନ କମିଛି। ରଙ୍ଗ ବଦଳିଛି। ଏଣୁ ସରକାରଙ୍କୁ କ୍ଷତିପୂରଣ ପାଇଁ ଦାବି କରିଥିଲେ ଚାଷୀ। ଏହି ପରିସ୍ଥିତିରେ ଚାଷୀଙ୍କ ପ୍ରତି ସରକାର ସଦୟ ହେବେ ବୋଲି ମନ୍ତ୍ରୀ କହିଥିଲେ। ଏପରିକି ତିନିଦିନ ଭିତରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା କହିଥିଲେ। ଏହାସହ ସମସ୍ତଚାଷୀଙ୍କଠାରୁ ଧାନ କିଣାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ସବୁ କୃଷକଙ୍କଠାରୁ ଧାନ କିଣାଯିବ। ଏପରିକି ଧାନର ମାନ ବର୍ଷାଯୋଗୁ କମିଥିଲେ ବି ତାଙ୍କୁ ନିରାଶ କରାଯିବ ନାହିଁ । ସରକାର ଏଥିରେ କୋହଳ କରିବେ ବୋଲି ଶ୍ରୀ ପାତ୍ର କହିଥିଲେ।