Odisha CM: ବରଗଡ଼ରେ ସାଧାରଣ ଲୋକଙ୍କ ସହିତ ମିଶିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ

Odisha CM: ଚାଷୀ ପାଇଲେ ପିଏମ୍ କିଷାନ ଟଙ୍କା । ଆଉ ଓଡିଶାରେ ବରଗଡରେ ଏଥିପାଇଁ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ମୋହନ ମାଝୀଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ରେ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବରଗଡ଼ ସର୍କିଟ ହାଉସ ରେ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

ରଶ୍ମିତା ସାହୁ Tue, 18 Jun 2024-10:24 pm,
1/5

ଲୋକଙ୍କ ସହିତ ମିଶିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କୁ ଆଶ୍ଵାସନା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

2/5

ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ଶୁଣିଛନ୍ତି। 

 

3/5

ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ବହୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବରଗଡରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା।

 

4/5

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଜିଲ୍ଲାରେ ଲୋକଙ୍କ ଭିତରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା। କୃଷକ ମାନଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଯେଉଁ ଭଳି ଭାବେ ବିଶାଳ ଜନ ସମୁଦ୍ର ତାଙ୍କୁ ସ୍ବାଗତ କରିଥିଲେ। 

5/5

ସେଥିରୁ ଜଣାଯାଉଛି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟ ଜିତିଛନ୍ତି। ଆଜି ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସରକାର ଲୋକଙ୍କୁ ଭେଟିବେ, ଲୋକଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ଗ୍ରହଣ କରିବେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link