Salman Khan Love Story: ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଭାଇଜାନ୍, ଚଳିତ ବର୍ଷ ବାଜିବ ସାହାନାଇ !

Salman Khan Love Story News In Odia: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ(Salman Khan) । ସଲମାନ ଖାନଙ୍କ ନାଁରେ କେତେ ସୁନ୍ଦରୀଙ୍କ ନାଁ ପୂର୍ବରୁ ଯୋଡା ହୋଇଯାଇଛି । ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି ସଙ୍ଗୀତା ବିଜଲାନୀ, ସୋମି ଅଲ୍ଲୀ ଓ କ୍ୟାଟ୍ରିନା କୈଫ୍ । ସମସ୍ତଙ୍କୁ ମନ ଦେଇଥିଲେ ବି କାହାକୁ ବିବାହ କରି ନାହାଁନ୍ତି ସଲୁମିଆଁ । ଏବେବି ବ୍ୟାଚଲର ଲାଇଫକୁ ଉପଭୋଗ କରୁଛନ୍ତି ସଲମାନ୍ ଖାନ୍ ।

Fri, 14 Apr 2023-4:23 pm,
1/5

ସଲମାନଙ୍କ (Salman Khan) ପ୍ରେମରେ ଅଭିନେତ୍ରୀ ପୂଜା ହେଗଡେ(Pooja Hegde)। ଦୁହେଁ ଫିଲ୍ମ ' କିସି କା ଭାଇ କିସି କି ଜାନ'(Kisi Ka Bhai Kisi Ki Jaan) ରେ ଏକାଠି କାମ କରୁଥିବା ବେଳେ ସୁଟିଂ ସମୟରେ ସଲମାନ, ପୂଜାଙ୍କୁ ଡେଟ୍ କରିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। 

2/5

ଫିଲ୍ମର ଟ୍ରେଲର ରିଲିଜ୍ ପରେ ଏହାକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଏଥିଧ୍ୟରେ ସଲମାନଙ୍କ ଡେଟିଂ ଖବର ଆସିବାରୁ ସତ କ’ଣ ଜାଣିବା ପାଇଁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। 

3/5

କିନ୍ତୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ବେଳେ ବିବାହ କରିବାର ନିଷ୍ପତି ନେଇ ସାରିଥିବା ଚର୍ଚ୍ଚା ହେଉଛି । ତେବେ, ଫିଲ୍ମ ' କିସି କା ଭାଇ କିସି କି ଜାନ' ରିଲିଜ୍ ପରେ ସଲୁମିଆଁ ହାତକୁ ଦି ହାତ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । 

4/5

ତେବେ ଏହି ଚର୍ଚ୍ଚାକୁ କେବଳ ଗୁଜବ ବୋଲି କହି ମୁଁ ଏବେ କାହା ସହ ପ୍ରେମ ସମ୍ପର୍କରେ ନାହିଁ ବୋଲି କହିଛନ୍ତି ପୂଜା। ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପୂଜା ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ସିଙ୍ଗିଲ୍ ଅଛନ୍ତି ଏବଂ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। 

5/5

ସଲମାନଙ୍କ ସହ ଡେଟିଂ ରିପୋର୍ଟକୁ ଖଣ୍ଡନ କରି ସେ କହିଛନ୍ତି, 'ମୁଁ ଏହା ଉପରେ କ’ଣ କହିବି? ମୁଁ ମୋ ବିଷୟରେ ଏଭଳି ଖବର ପଢ଼ି ଚାଲିଛି। ସତ କଥା ହେଲା ମୁଁ ଏବେ ସିଙ୍ଗିଲ୍  ଅଛି। ମୁଁ କାହାକୁ ବି ଡେଟ୍ କରୁନାହିଁ। ମୁଁ ବର୍ତ୍ତମାନ ପ୍ରକୃତରେ ମୋ କ୍ୟାରିଅର୍ ଉପରେ ଧ୍ୟାନ ଦେଉଛି। କାମ ପାଇଁ ମୁଁ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଛି। ଘରେ ବସି ଏସବୁ ଗୁଜବ ଉପରେ ଧ୍ୟାନ ଦେବାକୁ ମୋ ପାଖରେ ସମୟ ନାହିଁ।'

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link