Advertisement
Article Detail0/zeeodisha/odisha2525298
Zee OdishaOdisha Stateଯାତ୍ରୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?

ଯାତ୍ରୀଙ୍କ ପାଇଁ ଖୁସି ଖବର, ଓଡ଼ିଶାରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?

Flight Service: ଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ ୫ ନୂଆ ସହରକୁ ମିଳିବ ବିମାନ ସେବା।  ରାଜ୍ୟରୁ ନୂଆ  ଗନ୍ତବ୍ୟ ସ୍ଥଳକୁ ବିମାନ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ବିମାନ ଚଳାଚଳ କରିବ।  

ଯାତ୍ରୀଙ୍କ ପାଇଁ ଖୁସି ଖବର,  ଓଡ଼ିଶାରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ଜାଣନ୍ତୁ କେଉଁସବୁ ରୁଟ୍ ରେ ମିଳିବ ସେବା?
 
Flight Service: ଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ ୫ ନୂଆ ସହରକୁ ମିଳିବ ବିମାନ ସେବା।  ରାଜ୍ୟରୁ ନୂଆ  ଗନ୍ତବ୍ୟ ସ୍ଥଳକୁ ବିମାନ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ବିମାନ ଚଳାଚଳ କରିବ।  ଜାନୁଆରୀରେ ଏହାର ଶୁଭାରମ୍ଭ ହେବ ବୋଲି ବିଜୁପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ନୂଆ ରୁଟ୍ ରେ ବିମାନ ଚଳାଚଳ ପାଇଁ ରାଜ୍ୟ ପରିବହନ ବିଭାଗରୁ  ବିଭିନ୍ନ ଦିଗକୁ ନେଇ ସର୍ବେକ୍ଷଣ କରାଯାଇଥିଲା।  ଏଥିରେ ୮ଟି ଘରୋଇ ରୁଟ୍  ଓ ୪ଟି ଅନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଚିହ୍ନଟ ହୋଇଛି।  ଡୋମେଣ୍ଟିକ୍ ରୁଟ୍ ରେ  ଡେରାଡୁନ୍, ଗୋଆ, ଜମ୍ମୁ, ଜୟପୁର, ସୁରତ, କୋଚି, ଶିରିଡି, ଅହମ୍ମଦାବାଦ୍ ସହର ରହିଛି।  ଆନ୍ତର୍ଜାତିକ ରୁଟ୍ ରେ ଆବୁଧାବି, ଓମାନ୍,ବାହାରେନ୍, କୁଏତ ବିମାନ ସେବା ଯୋଡିବାକୁ  ରାଜ୍ୟ ସରକାର ଲକ୍ଷ ରଖିଛନ୍ତି। 
 
 
ଡୋମେଷ୍ଟିକ୍  ବିମାନ ପାଇଁ କେତେକ ଏୟାରଲାଇନ୍ସ ଆଗ୍ରହ ପ୍ରକାଶ କରିଥିବା ବେଳେ ନୂଆ ଆନ୍ତର୍ଜାତିକ ରୁଟ୍ ପାଇଁ କେହି ଆଗ୍ରହ ଦେଖାଇନାହାଁନ୍ତି। ଦେଶ ବିଦେଶର ଯେଉଁ ପ୍ରମୁଖ ସହରକୁ ଏଯାଏଁ  ଓଡି଼ଶା ବିମାନ ସେବାରେ  ଯୋଡ଼ି ହୋଇ ନାହିଁ। ସେସବୁ ସହରକୁ  ଉଡିବ ସିଧା ସଳଖ ବିମାନ।  ଭୁବନେଶ୍ବର,ଝାରସୁଗୁଡା ନୂଆ ସହରକୁ ଯୋଡି଼ ହେବ ବିମାନ ସେବା। ନୂତନ ଗନ୍ତବ୍ୟ ସ୍ଥଳକୁ ବିମାନ ସେବା ସଂଯୋଗୀ କରଣ ପାଇଁ  ସ୍ବତନ୍ତ୍ର ନୀତି ଆଣିଛି ରାଜ୍ୟ ପରିବହନ ବିଭାଗ। । ଏହି ନୀତି ଅନୁସାରେ, ଯେଉଁ ଡୋମେଷ୍ଟିକ୍ ରୁଟ୍ ରେ  ଭୁବନେଶ୍ବର, ଝାରସୁଗୁଡା, ଜୟପୁର, ରାଉରକେଲା, ଉତକେଲା ବିମାନ ବନ୍ଦରରୁ ଏଯାବତ୍ ବିମାନ ସେବା ଆରମ୍ଭ ହୋଇ ନାହିଁ। ସେହିଭଳି ରୁଟ୍ ରେ ବିମାନ ସେବା ଆରମ୍ଭ ହେବ।  ରାଜ୍ୟ ପରିବହନ,  ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ନୂଆ ସହରକୁ ବିମାନ ସେବ ଆରମ୍ଭ ହେଲେ ନୂଆ ବଜାର , ନୂଆ ନିବେଶ ପାଇଁ ଦ୍ବାର ଖୋଲିବ।  
Add Zee News as a Preferred Source
About the Author