Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍

HBD Prakash Raj: ବଲିଉଡ଼ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା ହେଉଛନ୍ତି ପ୍ରକାଶ ରାଜ(Prakash Raj) । ଆଜି ତାଙ୍କର ଜନ୍ମଦିନ (prakash raj birthday )। ସେ ନିଜର ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରକାଶ ରାଜଙ୍କ ପ୍ରକୃତ ନାମ ପ୍ରକାଶ ରାୟ। ୧୯୯୪ ମସିହାରେ ସେ ତାମିଲ ଚଳଚ୍ଚିତ୍ର `ଡ୍ୟୁଟ୍`(Dute)ରେ ଅଭିନୟ ଜଗତରେ ପାଦ ରଖିଥିଲେ। ପ୍ରକାଶ ଫିଲ୍ମରେ (films)ଅଭିନୟ କରିବା ପୂର୍ବରୁ ଥିଏଟର କଳାକାର ଭାବେ କାମ କରୁଥିଲେ। ବଲିଉଡ୍ ହେଉକି ସାଉଥ୍ ଫିଲ୍ମ ଅଭିନେତାଙ୍କୁ ପ୍ରାୟତଃ ଭିଲେନ୍ ଭୂମିକାରେ ପରଦାରେ ଦେଖିବାକୁ ମିଳେ । ତେବେ, ରୂପେଲି ପରଦାରେ ତାଙ୍କର ଏହି ନେଗେଟିଭ୍ ରୋଲକୁ ଫ୍ୟାନ୍ସ କାଫି ପସନ୍ଦ କରନ୍ତି ।

Sun, 26 Mar 2023-11:24 am,
1/5

କହିବାକୁ ଗଲେ ପ୍ରକାଶ ରାଜଙ୍କ ଜୀବନ ଶୈଳୀ କୌଣସି ରୟାଲ ଲାଇଫ୍ ଠାରୁ କମ୍ ନୁହେଁ । ପ୍ରକାଶ ଲକଜୁରିୟସ୍ କାର୍ (prakash raj  car collection) ଚଢିବାକୁ ଅଧିକ ଭଲ ପାଆନ୍ତି।  ଅଭିନେତାଙ୍କ ପାଖରେ ଏକାଧିକ ଲକଜୁରିୟର୍ସ କାର୍ (prakash raj  car collection)ଅଛି । ତାଙ୍କର ଏକ ଟୟୋଟା ଇନୋଭା କାର ଅଛି, ଯାହାର ମୂଲ୍ୟ ୧୭ ଲକ୍ଷରୁ ଅଧିକ ହେବ । 

2/5

ଏହା ବ୍ୟତୀତ ଅଭିନେତାଙ୍କର ଏକ ବିମଡବ୍ଲୁ ୫୨୦ଡି (BMW 520D)ର ଏକ କାର ମଧ୍ୟ ରହିଛି । ଯାହାର ଦାମ୍ ୪୫ ଲକ୍ଷରୁ ଅଧିକ ହେବ । ଏହି ସହିତ ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜର ମଧ୍ୟ ଆଉ ଏକ କାର୍ ରହିଛି ।  ଏହି କାରର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ହେବ ।  ଏହା ବ୍ୟତିତ ତାଙ୍କ ପାଖରେ ଆଇଏସୟୁଜେଡୟୁ ଭି(ISUZU V),ବୋଲେରୋ (Bolero) ଓ ଅଡି କ୍ୟୁଥ୍ରୀ (Audi Q3) ଭଳି ଦାମୀ କାର୍ ରହିଛି । ତେବେ, କହିବାକୁ ଗଲେ ପ୍ରକାଶ ରାଜଙ୍କ ମୋଟ ସମ୍ପତ୍ତିର(prakash raj net worth) ମୂଲ୍ୟ ୩୨ କୋଟିରୁ ଅଧିକ ହେବ । 

3/5

ଯଦି ଆମେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବା ,ତେବେ ସେ ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ସାଉଥ ସିନେମାର ଜଣାଶୁଣା ଅଭିନେତ୍ରୀ ଲଲିତା କୁମାରୀ । ୧୯୯୪ ମସିହାରେ ସେ ତାଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀଙ୍କ ତିନୋଟି ସନ୍ତାନ ଥିଲେ । ୨ଟି ଝିଅ ଓ ଗୋଟିଏ ପୁଅ ଥିଲେ । 

4/5

କିନ୍ତୁ କୌଣସି କାରଣଙ୍କୁ ତାଙ୍କ ପୁଅକୁ ପାଞ୍ଚ ବର୍ଷ ବୟସ ହୋଇଥିବା ବେଳେ ତାର ମୃତ୍ୟୁ ହୋଇଥିଲା। ସେବେଠାରୁ ପ୍ରକାଶ ଓ ଲଲିତା ଅଲଗା ଅଲଗା ରହୁଥିଲେ। ପରେ ସମ୍ପର୍କରେ ଫାଟ ଦେଖାଦେଇଥିଲା। ​​ଏବଂ ୨୦୦୯ ମସିହାରେ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ।

5/5

ଏହା ପରେ, ୨୦୧୦ ମସିହାରେ ଏକ ଫିଲ୍ମର ସୁଟିଂ ସେଟରେ ସେ ଅଭିନେତ୍ରୀ (Pony Verma) ପୋନି ବର୍ମାଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା ଏବଂ ତା’ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଦୁହେଁ ସେହି ବର୍ଷ ବିବାହ କରିଥିଲେ। ତେବେ,ଦ୍ବୀତିୟ ବିବାହ କରିବା ପୂର୍ବରୁ ପ୍ରକାଶ ରାଜ୍ ନିଜ ଦୁଇ ଝିଅଙ୍କ ଅନୁମତି ମଧ୍ୟ ନେଇଥିଲେ । ତେବେ, ପ୍ରକାଶଙ୍କ ଦ୍ୱିତୀୟ ପତ୍ନୀଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ଯାହାର ନାମ ବେଦାନ୍ତ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link