Harjot Singh Bains Wedding: ବିବାହ ବନ୍ଧନରେ ବାନ୍ଧି ହେଲେ ଆଇପିଏସ୍ ଅଧିକାରୀ ଓ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ, ଦେଖନ୍ତୁ ଫଟୋ

Harjot Singh Bains Wedding: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ବା ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେନ୍ସ ଆଜି ଆଇପିଏସ୍ ଅଧିକାରୀ ଜ୍ୟୋତି ଯାଦବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Sat, 25 Mar 2023-2:20 pm,
1/5

ଆଜି ସକାଳ ୮ଟାରେ ପଞ୍ଜାବର ରୋପଡ଼ ନାଙ୍ଗାଲର ଏକ ଗୁରୁଦ୍ବାର ଭମ୍ବୋର ସାହେବରେ ଏହି ବିହାହ ସଂପନ୍ନ ହୋଇଛି ।

2/5

ଏହି ହାଇପ୍ରୋଫାଇଲ ବିବାହର ଭୋଜି ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏଥିରେ ବହୁ ବଡ଼ ବଡ଼ ନେତା ଯୋଗ ଦେବା ନେଇ ସୂଚନା ରହିଛି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ମଧ୍ୟ ଯୋଗଦେବେ।

3/5

ଜ୍ୟୋତି ଯାଦବ ପଞ୍ଜାବ ପୋଲିସର ଏସପି ଅଟନ୍ତି । ତାଙ୍କୁ ପଞ୍ଜାବ ମାନସାରେ ଏସପି ଭାବେ ଦାୟିତ୍ବ ଦିଆଯାଇଛି । ଏହାପୂର୍ବରୁ ସେ ଲୁଧିୟାନାରେ ମଧ୍ୟ ADCP ରହିଆସିଛନ୍ତି।

4/5

ଆଇପିଏସ୍ ଜ୍ୟୋତି ଯାଦବଙ୍କ ପରିବାର ସହ ହରିୟାଣାର ଗୁରୁଗ୍ରାମରେ ରୁହନ୍ତି। ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବେନ୍ସଙ୍କ ପରି ଜ୍ୟୋତି ଯାଦବ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି।

5/5

ଇନଷ୍ଟାଗ୍ରାମରେ ହରଜୋତ ସିଂ ବେନ୍ସଙ୍କର ୭୧ ହଜାରରୁ ଅଧିକ ଫଲୋୟର୍ସ ରହିଥିବା ବେଳେ ଆଇପିଏସ୍ ଜ୍ୟୋତି ଯାଦବଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୬୮ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link