Rakhi Sawant: ବିବାଦରେ ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତଙ୍କ ବିବାହ, ଥରେ କି ଦୁଇ ଥର ନୁହେଁ ୬ଥର ପ୍ରେମରେ ଖାଇଛନ୍ତି ଧୋକା

Rakhi Sawant Love Life: ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ । ପ୍ରେମ ହେଉ କି ବିବାହ ବାରମ୍ବାର କାହିଁକି ଅସଫଳ ହେଉଛି ରାକ୍ଷୀଙ୍କ ଲଭ୍ ଲାଇଫ । ତେବେ,କ୍ୟାରିୟର ଆରମ୍ଭ ହେବା ସମୟୁ ରାକ୍ଷୀ କେତେଥର ପ୍ରେମରେ ଧୋକା ଖାଇଛନ୍ତି । ସେନେଇ ଆଜି ଆମେ ଚର୍ଚ୍ଚା କରିବା।

Tue, 07 Feb 2023-2:24 pm,
1/6

ମିକା ସିଂ ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ଯୋଡି ଏକଦା ବି-ଟାଉନରେ ଚର୍ଚ୍ଚିତ ଯୋଡି ଥିଲା।  ଏହି ଫଟୋଟି ହେଉଛି ରାକ୍ଷୀଙ୍କ ଜନ୍ମଦିନ ସମୟର । ରାକ୍ଷୀଙ୍କ ବାର୍ଥ ଡେ ପାର୍ଟିରେ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ।  ଆଉ ଏହି ପାର୍ଟିରେ ରାକ୍ଷୀଙ୍କ ବଏଫ୍ରଣ୍ତ ମିକା ସିଂ ପହଞ୍ଚିଥିଲେ। ଆଉ ତାଙ୍କୁ ଜବରଦସ୍ତ କିସ୍ କରିଥିଲେ । ରାକ୍ଷୀଙ୍କର ଏହି ଭିଡିଓଟି ଭାଇରାଲ ହୋଇଥିଲା। ସେବେଠାରୁ ହିଁ ରାକ୍ଷୀଙ୍କ ବିବାଦୀୟ ହୋଇ ପଡିଥିଲେ। 

 

2/6

ମୀକାଙ୍କ ଠାରୁ ପ୍ରେମରେ ଧୋକା ପାଇବା ପରେ ରାକ୍ଷୀ (Abhishek Avasthi) ଅଭିଷେକ ଅବସ୍ତିଙ୍କୁ ମନ ଦେଇଥିଲେ।   ଅଭିଷେକ ଜଣେ ଟିଭି ତାରକା । ଉଭୟଙ୍କ ପ୍ରେମ କାହାଣୀ ଟିଭି ଇଣ୍ତଷ୍ଟ୍ରି ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବ୍ୟାପିଗଲା। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ବିବାଦ । ପରେ ଭାଲେଟାଇନ୍ସ ଡେରେ ଅଭିଷେକ ରାକ୍ଷୀଙ୍କୁ ଗୋଲାପ ଫୁଲ ଦେବାକୁ ଯାଇଥିଲେ କିନ୍ତୁ ସମସ୍ତଙ୍କ ସାମ୍ନାରେ ରାକ୍ଷୀ ତାଙ୍କୁ ଚାପୁଡା ମାରିଥିଲେ। ପରେ ରାକ୍ଷୀଙ୍କ ପ୍ରେମ କାହାଣୀ ସେଠାରୁ ହିଁ ଭାଙ୍ଗି ଯାଇଥିଲା।

 

3/6

୨୦୦୯ରେ ଡ୍ରାମା କୁଇନ ରାକ୍ଷୀ ଏକ ରିୟଲିଟି ଶୋରେ ନିଜର ସ୍ବଂୟବର କରାଇଥିଲେ। ସେଠାରେ ସେ ତାଙ୍କ ଜୀବନ ସାଥି ଇଲେସ୍ ପୁଞ୍ଚିଓ୍ବାଲାଙ୍କୁ (NRI Elesh Parujanwala) ବିବାହ କରିଥିଲେ। ପରେ ସେମାନେ ଅଲଗା ହୋଇଯାଇଥିଲେ। 

4/6

ପରେ ରାକ୍ଷୀଙ୍କ ଜୀବନରେ ଆସିଥିଲେ ଦୀପକ କଲାଲ୍ । ଦୀପକ କାଲାଲ ଏବଂ ରାକ୍ଷୀ ସାୱନ୍ତ ଏକାଠି ସେମାନଙ୍କ ବିବାହର ଗୁଜବ ପ୍ରଚାର କରିଥିଲେ। ବିବାହ ଡ୍ରାମା ଏତେ ଭୟଙ୍କର ଥିଲା ଯେ ଦୀପକ କାଲାଲ ଗଣମାଧ୍ୟମରେ କହିଥିଲେ ଯେ, ବିବାହ ପରେ ସେ ରାକ୍ଷୀଙ୍କ 'ଫିଗର ସେକ୍ସ ଡଲ୍' ଲୋକଙ୍କୁ ଉପହାର ଦେବେ । ଯାହା ଦ୍ବାରା ଦେଶରେ ଦୁଷ୍କର୍ମ କମ ହେବ । କିନ୍ତୁ ଦୀପକ ମଧ୍ୟ ରାକ୍ଷୀଙ୍କ ଜୀବନରୁ ଦୂରକୁ ପଳାଇ ଯାଇଥିଲେ। 

5/6

ଦିର୍ଘ ଦିନ ପରେ ରାକ୍ଷୀଙ୍କ ଜୀବନରେ ଆସିଥିଲେ ରିତେଶ । ଲୁଚିଛପି ରାକ୍ଷୀ ରିତେଶଙ୍କୁ ବିବାହ କରିଥିଲେ।  ଏଭଳି କଥା ମଧ୍ୟ ରାକ୍ଷୀ କହିଥିଲେ ଯେ, ଯେ ରିତେଶ ବିବାହିତ, ତେଣୁ ସେ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ରୁହନ୍ତି। ବିଗ୍ ବସ୍ ସରିବା ମାତ୍ରେ ରିତେଶଙ୍କ ସହିତ କ’ଣ ଘଟିଥିଲା ​​ତାହା ଜଣା ପଡି ନଥିଲା।

6/6

ପରେ ତାଙ୍କ ଜୀବନରେ ଆସିଥିଲେ ଆଦିଲ୍ ଦୁରାନୀ । ଆଦିଲ ଦୁରାନୀ ଏବଂ ରାକ୍ଷୀ ସାୱନ୍ତ ପରସ୍ପରକୁ ପାଗଳ ଭାବରେ ପ୍ରେମ କରୁଥିଲେ। ଏବଂ ବିବାହ ମଧ୍ୟ କରିଛନ୍ତି ।  କିନ୍ତୁ ରାକ୍ଷୀ ଦାବି କରିଛନ୍ତି ଯେ ଆଦିଲ ତାଙ୍କୁ ପ୍ରତାରଣା କରିଛନ୍ତି। ରାକ୍ଷୀ ଏବଂ ଆଦିଲଙ୍କ ଛାଡପତ୍ର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link