Salman Khan: ସଲମାନଙ୍କ ଖାନଙ୍କ ଜାନି ଦୁଶମନ ହେଉଛନ୍ତି ଏହି ୬ ଜଣାଶୁଣା ଷ୍ଟାର

Salman Khan: ବଲିଉଡରେ ଭାଇଜନ ନାମରେ ଜଣାଶୁଣା ସଲମାନ ଖାନଙ୍କ କ୍ରୋଧ ଓ ରାଗ ବିଷୟରେ ପ୍ରାୟତଃ ସମସ୍ତଙ୍କୁ ଜଣା । ଏହି କାରଣରୁ ସେ ପ୍ରାୟତ ମିଡିଆ କ୍ୟାମେରା ଏବଂ ସୋସିଆଲ ମିଡିଆରେ ଅନେକ ହେଡଲାଇନ ସୃଷ୍ଟି କରନ୍ତି। ସଲମାନ ନିଜର କ୍ୟାରିୟର ଫିଲ୍ମ `ବିୱି ହୋ ତୋ ଏସି` ରୁ ଆରମ୍ଭ କରିଥିଲେ।

Sat, 04 Feb 2023-7:46 pm,
1/6

Aishwarya Rai Bachchan

 ସଲମାନଙ୍କ ଶତ୍ରୁ ତାଲିକାରେ ପ୍ରଥମ ନାମ ହେଉଛି ପ୍ରସିଦ୍ଧ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ । ଏହା କାହାକୁ ଅଛପା ନାହିଁ, ଏକ ସମୟ ଥିଲା ଯେ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ପାଗଳ ଭାବରେ ଭଲ ପାଉଥିଲେ। କିନ୍ତୁ ଦୁହିଁଙ୍କ ସମ୍ପର୍କ ଏପରି ଭାବରେ ଭାଙ୍ଗିଗଲା ଯେ ସେମାନେ କେବେବି ଏକାଠି ହୋଇପାରିବେ ନାହିଁ ଏବଂ ଏହି ପରିସ୍ଥିତି ଗୁଡିକ ମଧ୍ୟରେ ଉଭୟ ପରସ୍ପରର ଚେହେରା ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । 

2/6

Shahid Kapoor

ଏହି ତାଲିକାରେ ଶାହିଦ କପୁରଙ୍କ ନାମ ରହିଛି ଦ୍ୱିତୀୟରେ, ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବିଶେଷ ଭଲ ନୁହେଁ । ଏଠାରେ କହିରଖୁଛୁଯେ, ଶାହିଦ ଏକ ଇଭେଣ୍ଟରେ ସଲମାନ ଖାନଙ୍କୁ ପରିହାସ କରିଥିଲେ, ଯାହା ପରେ ସଲମାନ କ୍ରୋଧିତ ହୋଇଥିଲେ, କିନ୍ତୁ ପରେ ଶାହିଦ ମଧ୍ୟ ସଲମାନଙ୍କୁ ଯାଇ କ୍ଷମା ମାଗିଥିଲେ। କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କ ସମ୍ପର୍କରେ ମଧୁରତା ଆସିନାହିଁ।

3/6

Arijit Singh

ଏହି ତାଲିକାରେ ଅରିଜିତ୍ ସିଂଙ୍କ ତୃତୀୟରେ ରହିଛି। ସଲମାନ ଏବଂ ଅରିଜିତଙ୍କ ଶତ୍ରୁତା ଏକ ସମୟରେ ଅନେକ ହେଡଲାଇନ ସୃଷ୍ଟି କରିଥିଲା । କୁହାଯାଉଛି ଯେ ସଲମାନ ଫିଲ୍ମ 'ସୁଲତାନ'ରୁ ଅରିଜିତ ସିଂଙ୍କ ଗୀତ କାଟି ଦେଇଥିଲେ, ଯାହା ପରେ ସେମାନଙ୍କ ସମ୍ପର୍କ ବିଗିଡି ଯାଇଥିଲା।

4/6

Sanjay Leela Bhansali

ଏହି ତାଲିକାର ଚତୁର୍ଥ ନାମ ହେଉଛି ସଞ୍ଜୟ ଲୀଲା ଭନସାଲୀଙ୍କ ନାମ। ଫିଲ୍ମ 'ହମ ଦିଲ ଦେ ଚୁକେ ସନମ' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର କରିଥିବା ସଲମାନ ଖାନ ଏବଂ ସଞ୍ଜୟ ଲୀଲା ଭନସାଲିଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ସମୟରେ ଅନେକ ଫାଇଟ ହୋଇଥିଲା। ଯାହା ପରେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା ।

5/6

AR Rahman

ଏହି ତାଲିକାରେ ଏ.ଆର୍ ରେହେମାନଙ୍କ ନାମ ପଞ୍ଚମ ସ୍ଥାନରେ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ଫିଲ୍ମ 'ଜୟ ହୋ' ଟାଇଟଲରେ ଏକ ଅଭିଯୋଗ ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା। ଏହା ପରେ ସଲମାନ ଏ.ଆର୍ ରେହମାନଙ୍କ କିଛି ଗୀତକୁ ପରିହାସ କରିଥିଲେ।

6/6

Priyanka Chopra

 ବଲିଉଡକୁ ବିଦାୟ ଦେଇଥିବା ପ୍ରିୟଙ୍କା ଚୋପ୍ରା ହଲିଉଡରେ ପାଦ ଦେଇଛନ୍ତି ।  କିନ୍ତୁ ଫିଲ୍ମ 'ଭାରତ' କୁ ନେଇ ସଲମାନ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। କାରଣ ପ୍ରିୟଙ୍କା ଫିଲ୍ମ ଭାରତ ସୁଟିଂର ମଝିରୁ ଛାଡିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଶତ୍ତାରୁ ବଢିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link