Sarathi Son Wedding: ହାତକୁ ଦି ହାତ ହେଲେ ସାରଥୀଙ୍କ ପୁଅ ସତ୍ୟମ୍

Sarathi Son Wedding: ପୁଣି ଚର୍ଚ୍ଚାରେ ବାବା ସାରଥୀଙ୍କ ପୁଅ ସତ୍ୟମ୍ (Sarathi Son Satyam) । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାରଥୀଙ୍କ ପୁଅ ସତ୍ୟମ୍(Satyam Wedding) । ଶନିବାର ଦିନ ବିଳମ୍ବିତ ରାତିରେ ତାଙ୍କ ବିବାହ ହୋଇଛି । ଯାହାକୁ ନେଇ ସାରଥୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି।

Sun, 09 Jul 2023-1:05 pm,
1/5

ବହୁଚର୍ଚ୍ଚିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କର (Satyam Raul) ଶନିବାର ଦିନ ପାରାଦୀପ ଉପକଣ୍ଠ ବାଲଡିଆ ଗାଁରେ ବାହାଘର ହୋଇଛି। ଏହି ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି। 

2/5

ଶନିବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ। ସତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି କନ୍ୟା ଘର ନିକଟରେ ପହଞ୍ଚି ଥିଲେ। ରାସ୍ତାରେ କିଛି ଲୋକ ସତ୍ୟମଙ୍କ (Satyam Raul) ସହ ସେଲ୍‌ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। 

3/5

ପ୍ରଚାର ହେଉଥିଲା ଯେ, ସାରଥି ମଧ୍ୟ ଆସିବେ। ମାତ୍ର ଏହି ବିବାହ ଉତ୍ସବରେ ତାଙ୍କ ଦେଖା ମିଳି ନଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାରଥିଙ୍କ ପ୍ରତିକ୍ରିୟା ନେବା ପାଇଁ ସେଠାରେ ଅପେକ୍ଷା କରି ରହିଥିଲେ । କିନ୍ତୁ ଶେଷରେ ନିରାଶ ହୋଇ ସେମାନଙ୍କୁ ସେଠାରୁ ଫେରିବାକୁ ପଡିଥିଲା।

 

4/5

ସାରଥୀ ବାବା ଓରଫ ସନ୍ତୋଷ ରାଉଳ (santosh Raul) ।  କେନ୍ଦ୍ରପଡା ବାବା ସାରଥୀ ବେଶ ଲୋକ ପ୍ରିୟ ଥିଲେ । ବାବାଙ୍କ କୁହାଳିଆ ପ୍ରବଚନ ଲକ୍ଷ ଲକ୍ଷ ଭକ୍ତଙ୍କୁ କରିଥିଲା କେନ୍ଦ୍ରାପଡା ମୁହାଁ । ବାବାଙ୍କ ହାତରୁ ବିଭୂତି ଆଉ ପାଦରେ ଝରୁଥିଲା ମହୁ । ଆଉ ସିମେଣ୍ଟ ଗାଈରୁ କ୍ଷୀର । ଯାହା ବର୍ଷ କେଇଟାରେ ସନ୍ତୋଷ ରାଉଳଙ୍କୁ ଭଗବାନ କରିଦେଲା । ବାରିମୂଳ ଆଶ୍ରମରେ ପ୍ରତି ଗୁରୁବାର ଚାଲିଲା ବାବାଙ୍କ ପ୍ରବଚନ । ବଡ ବଡ ନେତା ଅଭିନେତା ଓ ଅଧିକାରୀ ବି ବାବାଙ୍କ ଶରଣ ପସିଥିଲେ । ସବୁ ଠିକ ଠାକ ଚାଲିଥିଲା ।

5/5

ହଠାତ ଦିନେ ବାବାଙ୍କର ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲର ବାବାଙ୍କ ରୋମାନ୍ସ ଭରା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପେରେ ସବୁ କିଛି ଓଲଟ ପାଲଟ ହୋଇଗଲା । ସାରଥୀ ବାବାଙ୍କ ବାସ୍ତବ କାହାଣୀ ପଦାକୁ ଆସିଲା । ୨୦୧୫ ଅଗଷ୍ଟ ୭ ତାରିଖରେ ଜଣେ ଯୁବତୀ ଥାନାରେ ଅଭିଯୋଗ କଲା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତା ପରେ ଅଗଷ୍ଟ ୮ ରାତିରେ ପୋଲିସ ଆଶ୍ରମରୁ ଉଠାଇ ଆଣି ଆରମ୍ଭ କଲା ତଦନ୍ତ । ଅର୍ଥ ନୈତିକ ତଦନ୍ତ ପରେ ଖୋଲିଲା ବାବା ସାରଥୀଙ୍କର କଳା ସାମ୍ରାଜ୍ୟର କାହାଣୀ । ବାବାଙ୍କ ପୁତ୍ର ସତ୍ୟମଙ୍କୁ ବି  ଗିରଫ କରିଥିଲା । ଏବଂ ପରେ ଆଶ୍ରମକୁ ସିଲ କରି ଦିଆଯାଇଥିଲା ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link