Sawan Shanivar 2024: ଆଜି ଶ୍ରାବଣ ମାସର ଶେଷ ଶନିବାର, ଏହିସବୁ ରାଶି ହେବେ ଭାଗ୍ୟବାନ !

Sawan Shanivar 2024: ଶ୍ରାବଣ ମାସ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ସମର୍ପିତ। ତେଣୁ ଭକ୍ତମାନେ ଏହି ମାସ ସାରା ଭଗବାନ ଶିବଙ୍କ ପୂଜାରେ ଲିପ୍ତ ରହିଥାନ୍ତି। ସୋମବାର ସହିତ ଶନିବାର ମଧ୍ୟ ଶ୍ରାବଣ ମାସରେ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶନିବାର ଦିନ ଭଗବାନ ଶିବ ଓ ଶନିଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଭଗବାନଙ୍କ ଆଶୀର୍ବାଦ ମିଳିଥାଏ। ଜୀବନର ସବୁ ସମସ୍ୟା ଧୀରେ ଧୀରେ ଶେଷ ହୋଇଥାଏ। ଏଥର ଅଗଷ୍ଟ ୧୭ ଅର୍ଥାତ୍ ଆଜି ଶ୍ରାବଣ ମାସର ଶେଷ ଓ ଚତୁର୍ଥ ଶନିବାର ପଡୁଛି । ଏହି ଦିନ ମାତ୍ର ୪ଟି ଉପଚାର କରିବା ଦ୍ୱାରା ଆପଣଙ୍କଠାରୁ ଶନିଦେବଙ୍କ ନିଷ୍ଠୁର ଦୃଷ୍ଟି ଦୂର ହୋଇଯିବ । ଜୀବନରେ ସୁଖ ଶାନ୍ତି ରହିବ।

Rashmita Sahoo Aug 16, 2024, 20:16 PM IST
1/5

ହିନ୍ଦୁ କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସର ଚତୁର୍ଥ ଶନିବାର ଅଗଷ୍ଟ ୧୭ ରେ ଅର୍ଥାତ୍ ଆଜି ପଡୁଛି । ଏହି ଦିନ ଶନି ତ୍ରୟୋଦଶୀ ସହିତ ପ୍ରଦୋଷ ବ୍ରତ ମଧ୍ୟ ପାଳନ କରାଯାଏ । ଯଦି ଶନିବାର ଦିନ ପ୍ରଦୋଷ ବ୍ରତ ପଡ଼େ ତେବେ ଏହାକୁ ଶନି ପ୍ରଦୋଷ ବ୍ରତ କୁହାଯାଏ । 

2/5

ଗୋଟିଏ ଦିନରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବ୍ରତ ପଡ଼ିବା ହେତୁ ଏହାକୁ ଆହୁରି ଶୁଭ ବୋଲି ବିବେଚନା କରାଯାଉଛି। ଶନିବାର ଦିନ ପୂଜା କରିବା ଉଚିତ୍ । ଖାଲି ସେତିକି ନୁହେଁ, କିଛି ଉପାୟ ଅବଲମ୍ବନ କଲେ ଶନିଙ୍କ ସାଢେ ସତୀ ଓ ଶନି ଦହିୟାରୁ ମୁକ୍ତି ମିଳିଥାଏ। 

 

3/5

ଶନିବାର ଶନିଦେବଙ୍କୁ ପୂଜା କରିବା ସହ ଗରିବ, ଶ୍ରମିକ ଓ ଅସହାୟଙ୍କୁ ପୂଜା କରନ୍ତୁ। ଏଥିରେ ଶନିଦେବ ପ୍ରସନ୍ନ ହୁଅନ୍ତି। ଏହି ଦିନ ସୋରିଷ ତେଲ, ହରଡ଼ ଡାଲି, କଳା ପୋଷାକ, ଚପଲ ଓ ଛତା ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। 

4/5

ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାବଣର ଶେଷ ଶନିବାର ଦିନ ଶନି ବେଜ ମନ୍ତ୍ର "ଓମ୍ ଶନିଶ୍ଚରାୟ ନମଃ" ଜପ କରନ୍ତୁ । ଅତି କମରେ ୩୦ଟି ମାଳ ଜପ କରନ୍ତୁ । ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ। 

5/5

ଶନିବାର ଅଶ୍ୱସ୍ତ ଗଛକୁ ପୂଜା କରନ୍ତୁ। ଦୀପ ଜାଳିବା ସହ ଜଳ ଅର୍ପଣ କରନ୍ତୁ। ଏଥିରେ ଶନିଦେବ ପ୍ରସନ୍ନ ହୁଅନ୍ତି। ଏହାସହ ଆଜିଠାରୁ ମେଷ, ତୂଳା, କର୍କଟ ସହ କୁମ୍ଭ ରାଶି ଉପରେ ବିଶେଷ କୃପାଦୃଷ୍ଟି ଦେବେ ଶନି ଦେବ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link