Sunmeera Nagesh: କାହିଁକି ସନମୀରାଙ୍କ ସାଙ୍ଗିଆକୁ ନେଇ ଆଜିବି ଦ୍ବନ୍ଦରେ ଫ୍ୟାନ୍ସ ? ଜାଣନ୍ତୁ କାରଣ

Sunmeera Nagesh: ଓଲିଉଡର ଚୁଲବୁଲି ନାୟିକା ସନମୀରା ନାଗେଶ । ଓଲିଉଡ ଜଗତର ଜଣାଶୁଣା ନାଁ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା ।

Sun, 01 Jan 2023-4:28 pm,
1/6

ତେବେ ସନମୀରାଙ୍କ ନାମକୁ ନେଇ ସବୁବେଳେ ଦର୍ଶକ ତଥା ସିନେପ୍ରେମୀ ଦ୍ୱନ୍ଦ୍ୱରେ ରୁହନ୍ତି। ତାଙ୍କ ପିତାଙ୍କ ନାମ ପ୍ରକାଶ ଚନ୍ଦ୍ର ସାହୁ ଓ ମା’ଙ୍କ ନାମ ବୈଜୟନ୍ତୀ ଦାସ ହୋଇଥିବାବେଳେ ସନମୀରାଙ୍କ ସାଙ୍ଗିଆ ହେଉଛି ନାଗେଶ। ଏଣୁ ସନମୀରା ଓଡ଼ିଆ ନୁହେଁ ବୋଲି ଚର୍ଚ୍ଚା ହୁଏ। 

2/6

ହେଲେ ନାଗସ୍ୟ ଗୋତ୍ର ଯୋଗୁ ସେ ନାଗେଶ ସାଙ୍ଗିଆ ରଖିଛନ୍ତି ବୋଲି ଜଣାଇଛନ୍ତି। 

3/6

୨୦୧୭ ମସିହାରେ 'ସପନର ପଥେ ପଥେ' ଫିଲ୍ମରେ ନାୟିକା ଭାବେ ପ୍ରଥମେ ଡେବ୍ୟୁ କରିଥିଲେ  । ତାଙ୍କ ବିପକ୍ଷରେ ହିରୋ ସାଜିଥିଲେ ଅମ୍ଲାନ ।

4/6

ପରେ 'ଲୈଲା ଓ ଲୈଲା ' ଫିଲ୍ମରେ ନାୟିକା ଭାବେ ଅଭିନୟ କରିଥିଲେ ସନମୀରା ।  ଏଥିରେ ତାଙ୍କ ବିପକ୍ଷରେ ହିରୋ ସାଜିଥିଲେ ସ୍ବରାଜ ବାରିକ୍ ।

5/6

୨୦୧୮ରେ 'ଲଭ ଏକ୍ସପ୍ରେସ'ରେ ମଧ୍ୟ ଅଭିନୟ କରିଥିଲେ।  ଏଥିରେ ତାଙ୍କର ନାୟକ ଥିଲେ ସ୍ବରାଜ। ସେହିବର୍ଷ ସନମୀରାଙ୍କ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ୍ ହୋଇଥିଲା 'ଲୋକାଲ ଟୋକା ଲଭ୍ ଚୋଖା '। ଏଥିରେ ତାଙ୍କ ନାୟକ ସାଜିଥିଲେ ଓଲିଉଡ ଚକଲେଟ ବଏ ବାବୁଶାନ୍ ।

6/6

ସେହିପରି ୨୦୨୨ରେ ରିଲିଜ ହୋଇଥିଲା ଫିଲ୍ମ 'ଗୁପଚୁପ୍ '। ଏଥିରେ ଶୈଳେନ୍ଦ୍ର ଓ ଅମ୍ଲାନଙ୍କ ସହ ନଜର ଆସିଥିଲେ ସନମୀରା ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link