Shani Margi: ଦୀପାବଳି ପରେ ଶନିଦେବଙ୍କ ଓଲଟା ଚଳନ, ୫ ରାଶି ହେବେ ବଡ଼ ଭାଗ୍ୟବାନ!

Shani Margi: ଶନି ବର୍ତ୍ତମାନ ନିଜର ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ଅଛନ୍ତି, ଯାହା ଜୁନ୍ ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ବର୍ତ୍ତମାନ ଦୀପାବଳି ପରେ ନ୍ୟାୟର ଦେବତା ଶନି ଓଲଟାଚଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧୫ ତାରିଖ ସନ୍ଧ୍ୟା ୫ଟା ୯ ମିନିଟରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ। ଯଦି ଶନି ଓଲଟା ଚଳନ କରିବେ ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ କିନ୍ତୁ ଶନିଙ୍କ ଚଳନ ଯୋଗୁଁ କିଛି ରାଶିକୁ ବିଶେଷ ଲାଭ ମିଳିବ । ଆସନ୍ତୁ ଜାଣିବା ଶନି ଓଲଟା ଚଳନ ଥିବା ବେଳେ କେଉଁ ରାଶିକୁ ଅଧିକ ଫାଇଦା ମିଳିବାର ସମ୍ଭାବନା ରହିଛି।

Rashmita Sahoo Sun, 13 Oct 2024-6:15 pm,
1/5

ମିଥୁନ ରାଶି ନଭେମ୍ବର ୧୫ ରେ ଶନି ଚଳନ ଥିବା ବେଳେ ମିଥୁନ ରାଶିର ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ ଫାଇଦା ମିଳିବାର ସଙ୍କେତ ମିଳୁଛି। ଶନିଦେବଙ୍କ କୃପା ସହ ବିଶେଷ ଆଶୀର୍ବାଦ ପାଇବେ ଏବଂ ଭାଗ୍ୟର ସାଥ୍ ପାଇବେ, ଯାହା ଆପଣଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟରେ ସଫଳତା ଆଣିବ । ଆପଣଙ୍କୁ ଅନେକ କ୍ଷେତ୍ରରେ ଭଲ ଫଳ ମିଳିବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକଙ୍କୁ ନୂଆ ଚାକିରି ର ସୁଯୋଗ ମିଳିପାରେ କିମ୍ବା କୌଣସି ବଡ଼ ଦାୟିତ୍ୱ ଆପଣଙ୍କ କାନ୍ଧରେ ପଡିପାରେ । ଭାଗ୍ୟର ଭଲ ସହଯୋଗ ପାଇବେ। ଆର୍ଥିକ ଲାଭ ର ସୁଯୋଗ ବୃଦ୍ଧି ପାଇବ।     Also Read: Weekly Financial Horoscope: ଆଗାମୀ ସପ୍ତାହରେ ସୁଧୁରିବ ନା ବିଗିଡିବ ଆର୍ଥିକ ସ୍ଥିତି, ଜାଣନ୍ତୁ ରାଶିଫଳ

2/5

ସିଂହ ରାଶି ସିଂହ ରାଶିର ଲୋକଙ୍କ ପାଇଁ ଶନିଙ୍କ ଓଲଟା ଚଳନ କୌଣସି ବରଦାନଠାରୁ କମ୍ ନୁହେଁ। ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଧନ ରୋଜଗାର ପାଇଁ ଅନେକ ସୁଯୋଗ ପାଇବେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ମିଳିବ, ଯେଉଁଥିରେ ଭଲ ଦରମା ଓ ଭଲ ପଦବୀ ପାଇପାରିବେ। ଆପଣଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ, ଯାହା ପୂର୍ବ ଅପେକ୍ଷା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ପରିବାର ସଦସ୍ୟଙ୍କଠାରୁ ଧନପ୍ରାପ୍ତି ହୋଇପାରେ। ମାନ ସମ୍ମାନ ବୃଦ୍ଧି ପାଇବ ଏବଂ କୌଣସି ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ। 

3/5

କନ୍ୟା ରାଶି ଶନିଙ୍କ ମାର୍ଗି  ହେବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରେ। ଆପଣଙ୍କ ଆୟ ବୃଦ୍ଧି ହୋଇପାରେ ଏବଂ କିଛି ଭଲ ଖବର ଶୁଣିବାକୁ ମିଳିପାରେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସୁଯୋଗ ମଧ୍ୟ ପାଇପାରନ୍ତି। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଚାକିରି ର ଲାଭ ଓ ପଦୋନ୍ନତି ର ସୁଯୋଗ ମିଳିବ। କୌଣସି କାର୍ଯ୍ୟକୁ ସଫଳ କରିବାରେ ଆପଣଙ୍କୁ ଘରୁ ସଦସ୍ୟ ଓ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଶନିଦେବଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ। ଲାଭର ସୁଯୋଗ ବୃଦ୍ଧି ପାଇବ। 

4/5

ମକର ରାଶି ଶନିଙ୍କର ଦୁଇଟି ରାଶି କୁମ୍ଭ ଓ ମକର ରାଶି ରହିଛି। ଏଭଳି ସ୍ଥିତିରେ ମକର ରାଶିର ଲୋକଙ୍କ ପାଇଁ ଶନିଙ୍କ ମାର୍ଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଭଲ ସଫଳତା ପାଇବେ ଓ ସମାଜରେ ସମ୍ମାନ ପାଇବେ। ଏବେ ଆପଣଙ୍କ ଜୀବନରେ ଗତ କିଛି ମାସ ଧରି ଆସୁଥିବା ଟଙ୍କା ସମ୍ବନ୍ଧୀୟ କିଛି ସମସ୍ୟା ଏବେ ଦୂର ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଶତ୍ରୁଙ୍କ ପରାଜୟ ହେବ। 

5/5

ବିଛା ରାଶି ବିଛା ରାଶିର ଲୋକଙ୍କ ପାଇଁ ଶନିଙ୍କ ପଥ ଅତ୍ୟନ୍ତ ଲାଭଦାୟକ ହେବ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶାରୀରିକ ଆରାମ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକଙ୍କୁ କିଛି ଭଲ ଚାକିରି ର ଅଫର ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କ ପଦ ଓ ପ୍ରତିଷ୍ଠାରେ ଉଲ୍ଲେଖନୀୟ ବୃଦ୍ଧି ହୋଇପାରେ। କାର୍ଯ୍ୟରେ ଥିବା ସମସ୍ତ ପ୍ରକାର ବାଧାବିଘ୍ନ ଏବେ ଦୂର ହେବ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link