Haunted Place: ଭାରତର ରହସ୍ୟମୟୀ ଦୁର୍ଗ; ଏଠାକୁ ଗଲେ ଫେରିନଥାନ୍ତି ଲୋକେ, ଅଦୃଶ୍ୟ ହୋଇଯାଆନ୍ତି ବରଯାତ୍ରୀ!

Garh Kundar Fort: ଯଦି ଆପଣ ଭୂତ ପେତ ଉପରେ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଏହି ଦୁର୍ଗ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯେଉଁଠିକୁ ଲୋକମାନେ ଯିବାକୁ ଭୟ କରିଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟ ଦୁର୍ଗ ବିଷୟରେ କହିବାକୁ ଯାଉଛୁ ଯେଉଁଠାକୁ ଯିବା ବିପଦମୁକ୍ତ ହୋଇନଥାଏ ।

Sun, 09 Apr 2023-2:31 pm,
1/5

ଭାରତକୁ ମନ୍ଦିର ସହ ଦୁର୍ଗର ଦେଶ ବୋଲି କୁହାଯାଇଥାଏ । ଦେଶରେ ହଜାର ହଜାର ବର୍ଷ ପୁରୁଣା ଦୁର୍ଗ ରହିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଗଡ଼କୁନ୍ଦର ଦୁର୍ଗ । ଗରକୁନ୍ଦର ଦୁର୍ଗ ଅତ୍ୟନ୍ତ ରହସ୍ୟମୟ ଅଟେ ।

2/5

ଉତ୍ତରପ୍ରଦେଶ ଝାନ୍ସିରେ ଅବସ୍ଥିତ ଗଡ଼କୁନ୍ଦର ଦୁର୍ଗ ଅତ୍ୟନ୍ତ ଭୟାନକ ଅଟେ । ଲୋକମାନେ ଏହି ଦୁର୍ଗର ଇତିହାସ ଜାଣନ୍ତି ନଥିବା ବେଳେ କୌଣସି ଐତିହାସିକ ପୁସ୍ତକରେ ମଧ୍ୟ ଏହି ଦୁର୍ଗକୁ ନେଇ କିଛି ସୂଚନା ନାହିଁ ।

3/5

କୁହାଯାଏ ଯେ, ଏହି ଦୁର୍ଗ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ୫ ମହଲା ବିଶିଷ୍ଟ ଏହି ଦୁର୍ଗର ତିନୋଟି ମହଲା ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ମହଲା ମାଟି ତଳେ ରହିଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଦୁର୍ଗ ୧୫୦୦ରୁ ୨୦୦୦ ବର୍ଷ ପୁରୁଣା ଅଟେ ।

4/5

ଆଶ୍ଚର୍ଯ୍ୟଜନକ କଥା, ଏହି ଦୁର୍ଗ ୪ରୁ ୫ କିଲୋମିଟର ଦୂରରୁ ଦୃଶ୍ୟମାନ ହୋଇଥାଏ କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଏହାର ନିକଟତର ହୁଏ, ଏହା ଦୃଶ୍ୟମାନ ହୋଇନଥାଏ । ଦୁର୍ଗକୁ ଦେଖି ଚାଲିଲେ ଆପଣ କେବେହେଲେ ଦୁର୍ଗ ନିକଟରେ ପହଞ୍ଚି ପାରିବେ ନାହିଁ  ।

5/5

ସ୍ଥାନୀୟ ଲୋକେ କୁହନ୍ତି ଯେ, ଥରେ ଏହି ଦୁର୍ଗ ନିକଟ ଦେଇ ଏକ ବରଯାତ୍ରୀ ଯାଉଥିଲା । ଦୁର୍ଗ ଦେଖିବା ପାଇଁ ବରଯାତ୍ରୀ ମାନେ ଏହା ଭିତରକୁ ଯାଇଥିଲେ । କିନ୍ତୁ ପ୍ରାୟ ୫୦ରୁ ୬୦ ଜଣ ଲୋକ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ଦୁର୍ଗର ତଳ ମହଲାକୁ ବନ୍ଦ ରଖାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link