‘ଲିଓ’ରେ ଶେଷ ଥର ପାଇଁ ନଜର ଆସିବେ ଥାଲାପତି ବିଜୟ, ଜାଣନ୍ତୁ କାହିଁକି ଇଣ୍ଟଷ୍ଟ୍ରିକୁ କରିବେ ଟାଟା ବାଏ ବାଏ!

Vijay Thalapathy: ବିଜୟ ସାଉଥ ସିନେମାର ଏକ ଲୋକପ୍ରିୟ ନାମ ଅଟେ । ନିକଟରେ ବିଜୟ VMI (ବିଜୟ ମକ୍କାଲ ଇୟାକକମ୍) ର ସଦସ୍ୟଙ୍କୁ ଭେଟିଥିଲେ। ଏହାପରେ, ଏହି ଆଲୋଚନା ଆରମ୍ଭ ହୋଇଛି ଯେ, ଅଭିନେତା ବର୍ତ୍ତମାନ ରାଜନୀତିରେ ଡେବ୍ୟୁ କରିପାରନ୍ତି।

Thu, 13 Jul 2023-3:09 pm,
1/5

ତାମିଲ ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ନିଜର ଦୁଇଟି ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମଟି ହେଉଛି 'ଜୱାନ୍', ଯେଉଁଥିରେ ସେ ଶାହାରୁଖ ଖାନଙ୍କ ସହ କ୍ୟାମିଓ ଭୂମିକାରେ ନଜର ଆସିବେ। ଦ୍ୱିତୀୟଟି ହେଉଛି 'ଲିଓ', ଯାହା ଅକ୍ଟୋବର ୧୯ ତାରିଖରେ ଫିଲ୍ମ ରିଲିଜ ହେବାକୁ ଯାଉଛି । କିନ୍ତୁ ନିକଟରେ ଏକ ଖବର ପ୍ରକାଶ ପାଇଛି ଯେ, ଫିଲ୍ମ ରିଲିଜ ହେବା ପୂର୍ବରୁ ବିଜୟ ତାମିଲନାଡୁରେ ପଦଯାତ୍ରା କରିବେ । ଏବେ ପ୍ରଶ୍ନ ଉଠୁଛି, ତାମିଲ ସୁପରଷ୍ଟାର ଏପରି କାହିଁକି କରିବେ?

2/5

ସୂଚନା ମିଳୁଛି ଯେ,  ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିଜୟ ସଂପୂର୍ଣ୍ଣ ତାମିଲନାଡୁରେ ଏକ ପଦଯାତ୍ରା କରିବେ। କେବଳ ଏତିକି ନୁହେଁ, ତାଙ୍କ ରାଜନୀତି ପ୍ରବେଶ ପରେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ଲମ୍ବା ବିରତି ନେଇପାରନ୍ତି । କୁହାଯାଉଛି ଯେ, ବ୍ରେକ୍ ନେବା ପୂର୍ବରୁ 'ଲିଓ' ତାଙ୍କର ଶେଷ ଚଳଚ୍ଚିତ୍ର ଅଟେ।

3/5

ଅଭିନେତାଙ୍କ ରାଜନୀତିରେ ଡେବ୍ୟୁକୁ ନେଇ ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ​​ଯେତେବେଳେ ଗତ ଜୁନ୍ ମାସରେ ବିଜୟ ତାମିଲନାଡୁର ସମସ୍ତ ୨୩୪ ନିର୍ବାଚନମଣ୍ଡଳୀର ଦଶମ ଓ ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ ସୁବିଧା ପ୍ରଦାନ କରିଥିଲେ।

4/5

କେତେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଜୟ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ପ୍ରାୟ ୩ ବର୍ଷ ଚଳଚ୍ଚିତ୍ରରୁ ବିରତି ନେଇପାରନ୍ତି । ୨୦୨୪ରେ ନିଜ ଦଳ ଗଠନ କରି ୨୦୨୬ରେ ସେ ନିର୍ବାଚନ ଲଢିପାରନ୍ତି । ​​କିନ୍ତୁ ଅଭିନେତାଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଅଫିସିଆଲ ଆନାଉସମେଣ୍ଟ କରାଯାଇ ନାହିଁ।

5/5

ଫିଲ୍ମ 'ଲିଓ'ରେ ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ତୃଶା ମଧ୍ୟ ନଜର ଆସିବେ। ଏହା ପରେ ସେ ନଭେମ୍ବର ମାସରେ ନିର୍ଦ୍ଦେଶକ ଭେଙ୍କଟ ପ୍ରଭୁଙ୍କ ଅନଟାଇଟେଲ ଚଳଚ୍ଚିତ୍ରରେ କାମ ଆରମ୍ଭ କରିବେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link