Sports News: ଖେଳ ଦୁନିଆର କିଛି ଏମିତି ଚେହେରା, ଯିଏ ବୟସ ଆଗରେ ମାନିନାହାଁନ୍ତି ହାର୍...

Sports News: ଭାରତରେ ଲୋକଙ୍କ ଚିନ୍ତାଧାରା ଥାଏ ଯେତେବେଳେ ଜଣଙ୍କୁ ୩୦ ବର୍ଷ ହୋଇଯାଏ ତେବେ ସେ ବୃଦ୍ଧ ଅବସ୍ଥାକୁ ଚାଲିଯାଏ। କୁହନ୍ତି ୩୦ ବର୍ଷ ପରେ ସବୁ କିଛି ସରିଯାଏ । ଅର୍ଥାତ୍ ଶରୀର ଯନ୍ତ୍ରଣା ଠାରୁ ଆରମ୍ଭ କରି ଶରୀରରେ ସେ ଜୋସ୍ ରହିନଥାଏ । ଏବେ ବି ଆମ ଯୁବପୀଢୀ ମାନେ ଅନେକ ରୋଗରେ ରୋଗାକ୍ରାନ୍ତ ହେଲେଣି । ହେଲେ କେବେ ଭାବିଛନ୍ତି ଖେଳାଳି ମାନେ ନିଜକୁ କେମିତି ଫିଟ୍ ରଖୁଛନ୍ତି ଅର୍ଥାତ୍ ଆମ ପାରିପାର୍ଶ୍ୱିକ ସ୍ଥିତିରୁ ଦେଖିଲେ ବା ଆମ ଆଖପାଖରେ ଥିବା ଅନେକ ଖେଳାଳି ଏପରି ଅଛନ୍ତି ଯେ କି ପ୍ରମାଣ କରିଦେଖାଇଛନ୍ତି ବୟସ କେବଳ ଏକ ନମ୍ବର ମାତ୍ର। ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ତାହା କୌଣସି ବି ବୟସରେ ହେଉ ନା କାହିଁକି । ତେବେ ଚାଲନ୍ତୁ ଜାଣିବା କିଛି ଏମିତି ଖେଳାଳିଙ୍କ ବିଷୟରେ ଯିଏ ବୟସର ସୀମାପାର୍ କରିଥିଲେ ମଧ୍ୟ ନିଜ ଦେଶକୁ ଗୌରବାନ୍ୱିତ କରିଛନ୍ତି।

Sat, 21 Jan 2023-9:00 am,
1/8

Zlatan Ibrahimovic

ଏସି ମିଲନ୍ ଫରୱାର୍ଡରେ ୪୦ ବର୍ଷ  ଅତିକ୍ରମ କରିବା ସତ୍ତ୍ୱେ ବୃତ୍ତିଗତ ଭାବେ ଫୁଟବଲ୍ ଖେଳୁଛନ୍ତି Zlatan Ibrahimovic । ଏକ ସାକ୍ଷାତକାରରେ ସେ କହିଥିଲେ “ଯେପର୍ଯ୍ୟନ୍ତ ମୁଁ ଖେଳିପାରିବି , ସେବେ ଯାଏ ମୁଁ ଖେଳିବି। ସେ କହିଛନ୍ତି ଯେ, ଆଜି ବି ସେହି ଜୋସ୍ ତାଙ୍କ ଠାରେ ଅଛି ଯାହା ତାଙ୍କର ଯୁବା ବୟସରେ ଥିଲା । ଯେବେ ଲୋକମାନେ ମୋତେ କହିବେ କି ହଁ ଏହା ଆଉ ସମ୍ଭବ ନୁହେଁ ସେବେ ମୁଁ  ମୋ ନିଜକୁ ରୋକିବି । ତାହା ହିଁ ଠିକ୍ ବୋଲି କହିଛନ୍ତି Ibrahimovic ।

2/8

Lionel Messi

ଲିଓନେଲ ମେସିଙ୍କୁ ନେଇ ଏବେ ଦୁନିଆ ସାରା ଚର୍ଚ୍ଚା । କତାରରେ ହୋଇଥିବା ଫୁଟବଲ୍ ଲିଗ୍ ରେ ଆର୍ଜେଣ୍ଟିନାକୁ ବିଶ୍ୱ ଚମ୍ପିୟାନ କରିଥିବା ସେହି ମହାନ ଖେଳାଳି ହେଲେ ଲିଓନେଲ ମେସି । ସାତୋଟି ଗୋଲ୍ ସ୍କୋର କରିବା ସହ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ଖେଳାଳି ହୋଇଥିବାରୁ ତାଙ୍କୁ ଗୋଲ୍ଡେନ୍ ବଲ୍ ପ୍ରଦାନ କରାଯାଇଥିଲା। ୩୫ ବର୍ଷୀୟ ମେସି ପୁରା ବିଶ୍ୱରେ ଚମକୁଛନ୍ତି ଏବଂ ଏହା ପ୍ରମାଣ କରି ଦେଖାଇଛନ୍ତି କି ବୟସ କେବଳ ଏକ ନମ୍ବର ମାତ୍ର।

3/8

Megan Rapinoe

ଆମେରିକାର ମହିଳା ଫୁଟବଲର  ୱିଙ୍ଗର ଦୁଇଥର ଫିଫା ମହିଳା ବିଶ୍ୱକପ ବିଜେତା (2015, 2019) ଏବଂ 2012 ଲଣ୍ଡନ ସମର୍ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କ ଖେଳର ଉତ୍କର୍ଷତା ଏବଂ ସକ୍ରିୟତା ଯୋଗୁଁ ରାପିନୋଙ୍କୁ TIME ମାଗାଜିନର ୨୦୨୦ର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ମଧ୍ୟ ନାମିତ କରାଯାଇଥିଲା। ୩୭ ବର୍ଷୀୟ ଏହି ମହିଳା ଫୁଟବଲର ଙ୍କ ଜୋସ ଆଜିକାଲିର ଯୁବପୀଢୀଙ୍କ ପାଇଁ ପ୍ରେରଣା ହେବା ନିଶ୍ଚିତ।

4/8

James Anderson

୪୦ ବର୍ଷୀୟ James 'Jimmy' Anderson ଏକ ସାକ୍ଷାତକାରରେ କହିଥିଲେ ଯେ, Test cricket ରେ ସେ ଏବେ ବି ଖେଳିବେ। Jimmy ହେଉଛନ୍ତି ଇଂଲଣ୍ଡର ଫାଇନେଷ୍ଟ ବୋଲରଙ୍କ ମଧ୍ୟରୁ ଅନ୍ୟତମ । ଯିଏ ନିଜ କ୍ୟାରିୟର ମଧ୍ୟରେ ୧୭୭ ଟେଷ୍ଟ ମ୍ୟାଚରେ ପ୍ରାୟ ୬୭୫ ୱିକେଟ ହାସଲ କରିଛନ୍ତି।James Anderson  ପ୍ରଥମେ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦ ଓଭର ମ୍ୟାଚରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଆଉ କେବେ ବି ପଛକୁ ଫେରି ଚାହିଁ ନାହାଁନ୍ତି।

 

5/8

LeBron James

୩୮ ବର୍ଷୀୟ LeBron James ହେଉଛନ୍ତି  ଆମେରିକୀୟ ବାସ୍କେଟବଲ ର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ଲେବ୍ରନ୍ ଜେମ୍ସଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ । ଜେମ୍ସଙ୍କର ଚାରିଟି NBA ଚାମ୍ପିଅନସିପ୍ ଏବଂ ଅଲିମ୍ପିକ୍ସରେ ଟିମ୍ ୟୁଏସ୍ ସହିତ ଦୁଇଟି ସ୍ୱର୍ଣ୍ଣ ପଦକ (2008, 2012) ଏବଂ ଗୋଟିଏ ବ୍ରୋଞ୍ଜ (2004) ରେ ସେ ହାସଲ କରିଛନ୍ତି। ତାଙ୍କ ନାମରେ ଅନେକ ପୁରସ୍କାର ରହିଛି।

6/8

Imran Tahir

ପାକିସ୍ତାନରେ ଜନ୍ମିତ ଦକ୍ଷିଣ ଆଫ୍ରିକାର କ୍ରିକେଟର ଇମ୍ରାନ ତାହିର, ଯିଏ ବର୍ତ୍ତମାନ ୪୩ ବର୍ଷ ବୟସରେ ILT20 ରେ ଶାରଜା ୱାରିୟର୍ସଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ପରେ ସେ କହିଥିଲେ,ଯେ “ଲୋକମାନେ ମୋତେ ମୋ ବୟସ ବିଷୟରେ ସବୁବେଳେ ପ୍ରଶ୍ନ କରନ୍ତି। ସେମାନେ ମୋ ପାଇଁ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ପ୍ରତ୍ୟେକ ଥର ଯେତେବେଳେ ମୁଁ ଯେତେବେଳେ ଫିଲ୍ଡ ଭିତରକୁ ଯାଏ, ସେମାନଙ୍କୁ ମୋର ତାକତ୍ ଓ ଖେଳ ପ୍ରତି ଥିବା ଭଲପାଇବା ଦେଖାଏ।

7/8

Sharath Kamal

ଭାରତୀୟ ଟେବୁଲ ଟେନିସ୍ ରେ Sharath Kamal ଏକ ଜଣାଶୁଣା ନାଁ। ୨୦୨୨ କମନୱେଲଥ ଗେମ୍ସରେ ୪୦ ବର୍ଷୀୟ ତିନୋଟି ସ୍ୱର୍ଣ୍ଣ ଏବଂ ଗୋଟିଏର ରୌପ୍ୟ ଜିତିଥିଲେ । ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ନିଜକୁ ସକ୍ରିୟ ରଖିବାକୁ ପସନ୍ଦ କରନ୍ତି। “ମୁଁ ଚେନ୍ନାଇରେ ଏକ ଖୋଲା ପଡ଼ିଆରେ ମଧ୍ୟାହ୍ନ ୧୨ ଟାରେ ବାସ୍କେଟବଲ୍ ଖେଳେ ବୋଲି ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ।

8/8

Virat Kohli And Surya Kumar Yadav

୩୪ ବର୍ଷ ବୟସରେ ବିରାଟ ନିଜର ସର୍ବୋତ୍ତମ ଫର୍ମକୁ ଫେରିଛନ୍ତି । ସମପରି ସୂର୍ଯ୍ୟକୁମାର ଯାଦବ ୩୨ ବର୍ଷ ବୟସରେ କ୍ରିକେଟର ସବୁଠୁ ବଡ଼ ଫର୍ମାଟ କୁହାଯାଉଥିବା ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି । ଏହାକୁ ଦେଖି ଏହା କୁହାଯାଇପାରେ ଏମାନଙ୍କ ପାଇଁ ବୟସ ବାସ ଏକ ସଂଖ୍ୟା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link