Srimandir: ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର, ଦେଖନ୍ତୁ ଏହି ଫଟୋ..

Chari dwara of Srimandir: ବିଧି ଅନୁସାରେ ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି। ଏହାସହ ମନ୍ତ୍ରୀମାନେ ଝାଡ଼ୁଦ୍ୱାରା ସଫା କରି ଶ୍ରୀମନ୍ଦିୀର ପରିବେଶରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି।

ପ୍ରିୟମ୍ବଦା ରଣା Thu, 13 Jun 2024-11:02 am,
1/8

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି ।

2/8

ଶ୍ରୀମନ୍ଦିର ପ୍ରଶାସନ , ପୁଲିସ ଓ ପରିଚାଳନା କମିଟି ସଦସ୍ଯଙ୍କ ସହ ଭର୍ଚୁଆଲ ବୈଠକ ବସି ଆସନ୍ତା କାଲି ଗୁରୁବାର ମଙ୍ଗଳାଳତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଚାରି ଦ୍ୱାର ଖୋଲାଯାଇଛି।

3/8

ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଉତଫୁଲ୍ଲିତ ହୋଇ ଭଜନ କୀର୍ତ୍ତନ ଆରମ୍ଭ କରିଦେଇଛନ୍ତି।

4/8

ଭକ୍ତ ମାନଙ୍କ ସମସ୍ଯା ଓ ଭାବାବେଗକୁ ନେଇ ନିର୍ବାଚନରେ  ଚାରି ଦ୍ୱାର ଖୋଲିବାକୁ ପ୍ରତିଶୃତି ଦିଆଯାଇଥିଲା।

5/8

ଗତକାଲି ରାତିରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ପୁରୀ ଆସି ରହଣୀ କରିଛନ୍ତି। 

6/8

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

7/8

ଷ୍ପତ୍ତି ସ୍ୱରୂପ  ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ଗତକାଲି ରାତିରେ କ୍ୟାବିନେଟ ଶ୍ରୀମନ୍ଦିର ଲାଗି ୪୦୦ କୋଟି ଟଙ୍କାର କର୍ପସ୍‍ ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ। 

8/8

ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link