Parenting Tips: ପିଲାମାନଙ୍କୁ ପାଠପଢ଼ା ସହିତ ଦିଅନ୍ତୁ ଏହି ଶିକ୍ଷା, ଜୀବନ ହେବ ସହଜ

Positive Parenting Tips: ଆଜି ଆମେ ୫ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ବିଷୟରେ ଆଲୋଚନା କରିବୁ, ଯାହା ପ୍ରତ୍ୟେକ ପିଲା ଶିଖିବା ଉଚିତ୍। ଏହି ଜିନିଷଗୁଡ଼ିକ ତାଙ୍କୁ କେବଳ ଜଣେ ଭଲ ମଣିଷ କରେ ନାହିଁ, ବରଂ ଜୀବନର ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ସାହାଯ୍ୟ କରେ।

ଜୀ ଓଡ଼ିଶା ଡେସ୍କ Sat, 24 Feb 2024-6:28 pm,
1/6

Positive Parenting Tips: ଆଜି ଆମେ ୫ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ବିଷୟରେ ଆଲୋଚନା କରିବୁ, ଯାହା ପ୍ରତ୍ୟେକ ପିଲା ଶିଖିବା ଉଚିତ୍। ଏହି ଜିନିଷଗୁଡ଼ିକ ତାଙ୍କୁ କେବଳ ଜଣେ ଭଲ ମଣିଷ କରେ ନାହିଁ, ବରଂ ଜୀବନର ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ସାହାଯ୍ୟ କରେ।

 

2/6

ପିଲାମାନଙ୍କ ପାଇଁ ଶିକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। କିନ୍ତୁ ଆପଣ ଜାଣନ୍ତି କି କେବଳ ବହିଗୁଡ଼ିକ ସବୁକିଛି ନୁହେଁ? ହଁ ଆଜ୍ଞା, ପିଲାମାନଙ୍କୁ ଅନ୍ୟ କିଛି ବିଶେଷ ଜିନିଷ ଶିକ୍ଷା ଦିଆଯିବା ଉଚିତ, ଯାହାକି ସେମାନଙ୍କ ଜୀବନରେ ଅତ୍ୟନ୍ତ ଉପଯୋଗୀ।

 

3/6

ସମୟ ପରିଚାଳନା: ସମୟ ପରିଚାଳନା ଅର୍ଥାତ୍ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ଏହା ଶିକ୍ଷା ଦେବା ଉଚିତ୍ ଯେ ପାଠପଢ଼ା ସହିତ କ୍ରୀଡା ଏବଂ ମଜାମସ୍ତି ପାଇଁ କିପରି ଉପଯୁକ୍ତ ସମୟ ବାହାର କରିପାରିବେ। ଯେତେବେଳେ ପିଲାମାନେ ଏହା ଶିଖନ୍ତି, ସେମାନଙ୍କ ଜୀବନର ସବୁକିଛି ସହଜ ଓ ସୁ-ସଂଗଠିତ ହୋଇଯାଏ ।

 

4/6

ଆତ୍ମ-ଶୃଙ୍ଖଳା ଅର୍ଥ ହେଉଛି ନିଜକୁ ନିୟନ୍ତ୍ରଣ କରିବା ଏବଂ ନିଜର ଲକ୍ଷ୍ୟ ଆଡକୁ ବଢ଼ିବା। ଏହା ପିଲାମାନଙ୍କୁ ଶିଖାଏ ଯେ କିପରି ନିଜେ ନିଜର ବୋସ ହେବେ ଓ ନିଜ କାର୍ଯ୍ୟକୁ ପରିଚାଳନା କରିବେ। ଯେତେବେଳେ ପିଲାମାନେ ଏହା ଶିଖନ୍ତି, ସେମାନେ ଦାୟିତ୍ୱବାନ ଏବଂ ଆତ୍ମନିର୍ଭରଶୀଳ ହୁଅନ୍ତି।

 

5/6

ଟଙ୍କାର ଗୁରୁତ୍ୱ: ପିଲାମାନଙ୍କୁ ଟଙ୍କାର ମହତ୍ତ୍ୱ ବୁଝାଇବା ଏବଂ ଏହାକୁ ଠିକ୍ ଭାବରେ ବ୍ୟବହାର କରିବା ଶିଖାଇବା ଜରୁରୀ ଅଟେ। ଯେପରି ସେମାନେ ବଡ ହେଲେ ସେମାନେ ସେମାନଙ୍କର ଟଙ୍କାକୁ ନେଇ ଯତ୍ନବାନ ହୋଇପାରିବେ ଏବଂ ନିଜର ଖର୍ଚ୍ଚ ପରିଚାଳନା କରିପାରିବେ।

 

6/6

ସମ୍ବେଦନଶୀଳତା ଏବଂ ବୁଝାମଣା: ପିଲାମାନଙ୍କୁ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତାକରିବା ଏବଂ ଅନ୍ୟର ଭାବନାକୁ ବୁଝିବା ପାଇଁ ଶିଖାଇବା ଜରୁରୀ। ଯେତେବେଳେ ସେମାନେ ଅନ୍ୟମାନଙ୍କ ଭାବନାକୁ ବୁଝନ୍ତି, ସେତେବେଳେ ସେମାନଙ୍କୁ ସେ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତି, ଏହା ସେମାନଙ୍କୁ ଭଲ ମଣିଷ କରିଥାଏ। (All Photo Courtesy: pexles)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link