Sunday Lucky Rashi: ସୂର୍ଯ୍ୟଦେବଙ୍କ ବର୍ଷିବ ବିଶେଷ କୃପା, ରବିବାର ଏହିସବୁ ରାଶିର ଶୁଭ ଯୋଗ !

Sunday Lucky Rashi: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ୬ ଅକ୍ଟୋବର ୨୦୨୪ ଅର୍ଥାତ ଆସନ୍ତାକାଲି ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...ହେଲେ ୬ଟି ରାଶିର ଦିନ ବିଶେଷ ଭାବେ ଅର୍ଥାତ୍ ଭଲଭାବେ କଟିବ।

Rashmita Sahoo Sat, 05 Oct 2024-8:24 pm,
1/6

ମେଷ ରାଶି:  ରବିବାର ଦିନଟି ଆପଣଙ୍କର ମଉଜ ମଜଲିସରେ କଟିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ ।  ପାରିବାରିକ ସୁଖଶାନ୍ତି ବଜାୟ ରହିବ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ପୁରୁଣା ମକଦ୍ଦମାରେ ସଫଳ ହେବେ । ବେପାରରେ କ୍ଷତି ସହିବାକୁ ପଡ଼ିପାରେ । ହେଲେ ବୁଦ୍ଧି ବିଚାରି କାମ କଲେ ବଡ଼ କ୍ଷତି ରୁ ବର୍ତ୍ତି ପାରନ୍ତି।      Also Read: Shukra Gochar: ବିଛା ରାଶିରେ ଶୁକ୍ରଙ୍କ ଶୁଭ ଚଳନ, ଏହିସବୁ ରାଶି ହେବେ ବଡ଼ ଭାଗ୍ୟବାନ !     Also Read: October 6 Financial Horoscope: ବିଗିଡିବ ନା ସୁଧୁରିବ ଆର୍ଥିକ ସ୍ଥିତି, ଜାଣନ୍ତୁ କେମିତି କଟିବ ରବିବାର?

2/6

କର୍କଟ ରାଶି: ରବିବାର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦମ୍ପତ୍ତି ମାନଙ୍କ ଲାଗି ଦିନଟି ଶୁଭ ରହିବ । ଦୂର ସ୍ଥାନ ଯାତ୍ରା କରିପାରନ୍ତି । ବ୍ୟବସାୟ ପାଇଁ ନୂଆ ମିତ୍ର ଭେଟ ହୋଇପାରନ୍ତି। ବିବାହ ପ୍ରସ୍ତାବ ଫାଇନାଲ ହୋଇପାରେ।

3/6

ତୁଳା ରାଶି: ପ୍ରଭୁଙ୍କ ସ୍ମରଣ କରି ମନକୁ ଶାନ୍ତି ମିଳିବ। କାମକୁ ମନ ଦେଇ କରିବା ଦ୍ବାରା ସଫଳତା ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥହାନୀ ନେଇ ଯୋଗ ରହିଛି ସତ ହେଲେ ଭାବିଚିନ୍ତି କାମ କଲେ କ୍ଷତିରୁ ବଞ୍ଚିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଖୁବ ଭଲ ରହିବ। 

4/6

ବିଛା ରାଶି: ରବିବାର ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ନିଜର ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। ସକାଳୁ ସୂର୍ଯ୍ୟଦେବଙ୍କ ସୁମରଣା କରି ଜଳ ଟେକନ୍ତୁ।

5/6

ମକର ରାଶି: ରବିବାର ଅର୍ଥାତ୍ ଆସନ୍ତା କାଲି ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କିଛି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଚିନ୍ତା କରିପାରନ୍ତି । ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ହସ ଖୁସିରେ ପରିବାର ଲୋକଙ୍କ ସହ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବ୍ରିଭାଟ ଦେଖାଦେବ । ତେଣୁ କରି ଯୁକ୍ତିତର୍କରୁ ବଞ୍ଚିକି ରୁହନ୍ତୁ।

6/6

ମୀନ ରାଶି: ରବିବାର ପାରିବାରିକ କାମରେ ଆଜି ଅଧିକ ସମୟ ବିତାଇବେ । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ପଦୋନ୍ନତି ହେବା ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ଅଯଥା ଅର୍ଥ ବ୍ୟୟ ଯୋଗୁଁ ମନ ଭଲ ରହିବ ନାହିଁ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉନ୍ନତି ହେବେ ପରିବାରର ନାଁ ରଖିବେ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link