Oldest Metro in World: ବିଶ୍ୱର କେଉଁ ସହରରେ ପ୍ରଥମ ଚାଲିଥିଲା ମେଟ୍ରୋ ଟ୍ରେନ୍? ଜାଣନ୍ତୁ

The London Underground: ଭାରତ ବର୍ଷର ପ୍ରମୁଖ ମହାନଗରରେ ରହୁଥିବା କୋଟି କୋଟି ଲୋକ ପ୍ରତ୍ୟେକ ଦିନ ମେଟ୍ରୋ ଟ୍ରେନ ଯୋଗେ ଯାତ୍ରା କରିଥାନ୍ତି। ମେଟ୍ରୋ ରେଳ ସେବା କାରଣରୁ ମହାନଗରର ବାସିନ୍ଦାଙ୍କୁ ଅନେକ ସୁବିଧା ମିଳିଥାଏ। ହେଲେ କ`ଣ ଆପଣ ଜାଣଛନ୍ତି ବିଶ୍ୱର କେଉଁ ଦେଶରେ ପ୍ରଥମେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା?

Dec 28, 2023, 01:05 AM IST
1/6

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ସେବା ଯୋଗାଉଥିବା ଦିଲ୍ଲୀ ମେଟ୍ରୋ ହେଉଛି ଦେଶର ସବୁଠାରୁ ବଡ ମେଟ୍ରୋ ରେଳ ସେବା। ଦିଲ୍ଲୀ ମେଟ୍ରୋ ଦ୍ୱାରା ପ୍ରତିଦିନ ପ୍ରାୟ ୫୦ ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି। ଦିଲ୍ଲୀ ମେଟ୍ରୋ ଗତ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ସେବେଠାରୁ ଦିଲ୍ଲୀ ମେଟ୍ରୋ ଏହାର ଯାତ୍ରା ଜାରି ରଖିଛି।

2/6

ଗତ ୨୦୨୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ସରକାର ଅମଳରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ ହୋଇଥିଲା। ଦିଲ୍ଲୀ ମେଟ୍ରୋ ମୋଟ ୧୨ ମାର୍ଗରେ ଏହାର ସେବା ଯୋଗାଉଛି। ଯେଉଁଠି ମୋଟ ୨୮୬ ମେଟ୍ରୋ ଷ୍ଟେସନ୍ ଅବସ୍ଥିତ ରହିଛି।

3/6

ଭାରତ ବର୍ଷରେ ସର୍ବ ପ୍ରଥମେ କୋଲକାତା ମହାନଗରୀରେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ସମୟରେ କୋଲକାତା ମେଟ୍ରୋ ନାମରେ ଜଣାଶୁଣା। ଗତ ୧୯୮୪ ମସିହାରେ କୋଲକାତା ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା। ପ୍ରଥମେ କୋଲକାତା ଏବଂ ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ମେଟ୍ରୋ ସେବା ଆରମ୍ଭ ହୋଇଥିଲା। ମାତ୍ର ଦିଲ୍ଲୀ ମେଟ୍ରୋ ରେଳ ସେବା ହେଉଛି ଦେଶର ସବୁଠାରୁ ବଡ ମେଟ୍ରୋ ରେଳ ସେବା। ଯାହା ପ୍ରାୟ ୩୯୧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିରହିଛି।

4/6

କ'ଣ ଆପଣ ଜାଣିଛନ୍ତି ବିଶ୍ୱର କେଉଁ ସ୍ଥାନରେ ପ୍ରଥମ ଥର ପାଇଁ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା? ଆପଣଙ୍କୁ କହିରଖୁଛୁ ଯେ ବିଶ୍ୱରେ ପ୍ରଥମ ଥର ପାଇଁ ବ୍ରିଟେନ ଠାରେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା। ୧୮୬୩ ମସିହାରେ ବ୍ରିଟେନ ଠାରେ ପ୍ରଥମ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଥିଲା।

 

5/6

ବିଶ୍ୱର ପ୍ରଥମ ମେଟ୍ରୋ ରେଳ ସେବା ବ୍ରିଟେନ ରାଜଧାନୀ ଲଣ୍ଡନ ସହରରେ ଆରମ୍ଭ ହୋଇଥିଲା। ଲଣ୍ଡନ ମେଟ୍ରୋ ରେଳ ସେବା ହେଉଛି ବିଶ୍ୱର ସର୍ବ ପୁରାତନ ମେଟ୍ରୋ ସେବା ଭାବରେ ବିବେଚନା କରାଯାଏ। ଯାହା ୧୮୬୩ ମସିହାରେ ମେଟ୍ରୋପଲିଟନା ରେଲୱେ ଉଦଘାଟନ ପରେ ଆରମ୍ଭ ହୋଇଥିଲା। ଆରମ୍ଭରେ ମେଟ୍ରୋ ରେଳ ସେବା ବାଷ୍ପୀୟ ଇଞ୍ଜିନ ବ୍ୟବହାର କରାଯାଉଥିଲା।

6/6

ଲଣ୍ଡନ ମେଟ୍ରୋ ରେଳ ସେବା ହେଉଛି ବିଶ୍ୱର ସର୍ବ ବୃହତ ଭୂତଳ ମେଟ୍ରୋ ରେଳ ସେବା। ଯାହା ମୋଟ ୪୦୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଦୈନିକ ପ୍ରାୟ ୪୮ ଲକ୍ଷ ଲୋକ  ଲଣ୍ଡନ ମେଟ୍ରୋ ସେବା ବ୍ୟବହାର କରିଥାନ୍ତି। 

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link