Hand Mudras: ଆଦାନୀଠାରୁ ଏଲନ ମସ୍କ୍ ନିଜ ହାତରେ କରନ୍ତି ଏହି ୫ଟି ମୁଦ୍ରା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ କରାଇଥାଏ ଧନୀ!

Hand Mudras: ହାତକୁ ମଣିଷର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବେ ଗଣନା କରାଯାଏ । କାରଣ ଆମର ସବୁ କାମ ହାତ ଉପରେ ହିଁ ନିର୍ଭର କରିଥାଏ । ହାତ ଏଭଳି ଏକ ଅଙ୍ଗ ଅଟେ ଯାହା ଆମ ଶରୀର ପ୍ରତ୍ୟେକ ଅଙ୍ଗ ସହିତ ଜଡ଼ିତ । ଏହି କାରଣରୁ ଆମେ ଯେତେବେଳେ ବିଭିନ୍ନ ପ୍ରକାର ମୁଦ୍ରା ହାତ ସାହାଯ୍ୟରେ କରିଥାଉ ତାହାର ସିଧା ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ ।

Mar 03, 2023, 17:09 PM IST
1/5

ବିଶ୍ମାସ ମୁଦ୍ରା(Unbreakable Trust Mudra )- ଏହି ମୁଦ୍ରା ଆପଣଙ୍କ ମଧ୍ୟରେ ଅବିଶ୍ବାସନୀୟ ବିଶ୍ୱାସ ସୃଷ୍ଟି କରେ, ଯାହା ଦ୍ବାରା ଆପଣ ଅସମ୍ଭବକୁ ମଧ୍ଯ ସମ୍ଭବ କରିପାରିବେ। ପ୍ରତ୍ୟେକ ଦିନ ଏହି ମୁଦ୍ରା କରିବା ଦ୍ବାରା ଆପଣଙ୍କ ମଧ୍ଯରେ ଶକ୍ତି ଓ ଉର୍ଜା ବୃଦ୍ଧି ପାଇଥାଏ ।

2/5

ୟୋନି ମୁଦ୍ରା (Enlightenment Mudra)- ଏହା ଏଭଳି ଏକ ମୁଦ୍ରା ଅଟେ ଯାହା ଆମର ସ୍ନାୟୁ ଉପରେ ପ୍ରଭାବ ପକାଇଥାଏ । ଏହି ମୁଦ୍ରାକୁ ଅଭ୍ୟାସ କରିବା ଦ୍ବାରା ଆପଣଙ୍କ ଇନ୍ଦ୍ରୀୟର ବିକାଶ ହୋଇଥାଏ । ଖାଲି ଏତିକି ନୁହେଁ ଏହାକୁ ପ୍ରତ୍ୟେକ ଦିନ କରିବା ଦ୍ବାରା କଥା କହିବା ଓ ଚିନ୍ତା କରିବାର କ୍ଷମତା ବୃଦ୍ଧି ପାଇଥାଏ ।   

3/5

କାଲେଶ୍ବର ମୁଦ୍ରା( Illumination Mudra)- ଏହି ମୁଦ୍ରା ଆପଣଙ୍କ ଭିତରେ ଥିବା ଅସହିଷ୍ଣୁତାକୁ ହ୍ରାସ କରିବା ସହ ଚେତନା ଶକ୍ତିକୁ ବଢାଇ ଥାଏ, ଯାହା ଫଳରେ ଆପଣ କିଛି କହିବା ପୂର୍ବରୁ ବା ମତ ଦେବା ପୂର୍ବରୁ ଭଲରେ ଚିନ୍ତା କରିଥାଆନ୍ତି । ଏହି ମୁଦ୍ରା ଅଭ୍ୟାସ କରିବା ଦ୍ବାରା ଆପଣଙ୍କ ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ ।

4/5

ଉତ୍ତରବୋଧି ମୁଦ୍ରା(Awakening Mudra)- ଏହା ଏପରି ଏକ ମୁଦ୍ରା ଅଟେ ଯାହା ମଣିଷ ମଧ୍ଯରେ ଚେତନା ସୃଷ୍ଟି କରିଥାଏ । ଏହି ମୁଦ୍ରା କରିବା ସମୟରେ ମଣିଷର ମସ୍ତିଷ୍କ ଜାଗ୍ରତ ରହିଥାଏ, ଆମ ଚାରିପାଖରେ ଘଟୁଥିବା ଘଟଣାକୁ ନେଇ ଆମକୁ ସର୍ତକ କରାଇଥାଏ ।

5/5

କାଳୀ ମୁଦ୍ରା(Kali Mudra)- ଯଦି ଆପଣ ପ୍ରତ୍ୟେକ ଦିନ ଏହି ମୁଦ୍ରା କରନ୍ତି ତାହାଲେ ଏହା ଆପଣଙ୍କ ଭିତରେ ଥି୍ବା ବିଚଳିତ ଭାବନାକୁ ଏହା ସମ୍ପୂର୍ଣ୍ଣ ରୂପେ ଦୂର କରିଥାଏ । ଏହାସହ ଯଦି ଆପଣ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଅଛନ୍ତି ତାହାଲେ ଏହାକୁ ଦୂର କରିବାରେ ମଧ୍ଯ ସହାୟକ ହୋଇଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link