Today Horoscope: ସିଂହ-କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 10 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ସେପ୍ଟେମ୍ବର ୧୦ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Tue, 10 Sep 2024-5:57 am,
1/12

ମେଷ ରାଶି: ଆଜି ସକାଳୁ ସକାଳୁ ଦେବ ଦର୍ଶନ ନେଇ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ । ଯେଉଁ କାମ କରିବେ ସେଥିରେ ସଫଳତା ଲାଭ କରିବେ । ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରି ଅସଫଳ ହେବେ। ପ୍ରେମୀ ମାନଙ୍କ ଲାଗି ଦିନଟି ଶୁଭ ରହିବ ।   ALSO READ: Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

2/12

ବୃଷ ରାଶି: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ସେବା କରିବାର ଅବସର ପାଇବେ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। କର୍ମ କ୍ଷେତ୍ରରେ ପ୍ରଶ˚ସିତ ହେବେ ।

3/12

ମିଥୁନ ରାଶି: ଅଚାନକ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ମାତା ପିତାଙ୍କ ସେବାରେ ଦିନଟି କଟିବ । କର୍ମ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ନେଇ ଡ଼ିଲ୍ କରିପାରନ୍ତି।

4/12

କର୍କଟ ରାଶି:  ଆଜି ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ । ପ୍ରତିଦ୍ବନ୍ଦ୍ବି ମାନେ ଶାନ୍ତ ରହିବେ। ଚାକିରି ସୁଯୋଗରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ବ୍ୟବସାୟରୁ ଲାଭ ମିଳିବ। ପ୍ରେମରେ ସଫଳତା ମିଳିବ।

5/12

ସିଂହ ରାଶି: କୌଣସି ଏକ କାମକୁ ନେଇ ମନରେ ଦ୍ବନ୍ଦ୍ବ ଉପୁଜିବ । କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ ରହିବ। ପରିବାର ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ ଦିନଟି ଭଲରେ କଟିବ । 

6/12

କନ୍ୟା ରାଶି: ମନ ଅଶାନ୍ତ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ । ପ୍ରେମଙ୍କ ଲାଗି ଦିନଟି ଭଲରେ କଟିବ।

7/12

ତୁଳା ରାଶି: କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।  

8/12

ବିଛା ରାଶି:  ଆଜିର ଦିନ ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପରିବାର ଓ ପ୍ରିୟଜନଙ୍କ ସହ ଦିନଟି ଭଲରେ କଟିବ ।

9/12

ଧନୁ ରାଶି:  ସାବଧାନର ସହ କାମ କଲେ ଲାଭବାନ ହେବ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

10/12

ମକର ରାଶି:  ପୂରାଦିନ ମନ ପ୍ରସନ୍ନ ରହିବ। କାମ ପୂରଣ କରିବା ଲାଗି ନୂତନ ଯୋଜନା ପାଇବେ । ପ୍ରେମ ପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି ।

11/12

କୁମ୍ଭ ରାଶି:  ପରିବାର ଲୋକେ ଓ ବନ୍ଧୁଙ୍କ ଗ୍ରହଣରେ ଦିନଟି ଭଲରେ ଅତିବାହିତ ହେବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

12/12

ମୀନ ରାଶି:  ନିଜ ନିଷ୍ପତ୍ତି ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଲାଭ ପାଇବେ। କର୍ମ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link