Today Horoscope: ଧନପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 13 December 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୧୩ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Wed, 13 Dec 2023-5:50 am,
1/12

ମେଷ:  ବିଶେଷ କରି ଆଜିର ଦିନରେ ନିଜର ବୁଦ୍ଧି ଏବଂ କୌଶଳ ପ୍ରୟୋଗ କରି ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ନୂତନ ସ୍ଥାନକୁ ଭ୍ରମଣ କରିବାର  ସୁଯୋଗ ପାଇବେ।  କାର୍ଯ୍ୟାଳୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ ହେବ । ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। 

 

2/12

ବୃଷ: ଆପଣଙ୍କ ସାହସ ଆଗରେ ଶତ୍ରୁମାନେ ପରାଜୟ ବରଣ କରି ମିତ୍ରତା ସ୍ଥାପନ କରିବା ପାଇଁ ହାତ ବଢାଇବେ। ଶରୀର ସୁସ୍ଥ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଏବଂ  ଦୂରଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକ ମାନଙ୍କ ପାଇଁ ଆଜିର ଦିନ ଶୁଭଫଳ ପ୍ରଦାନ କରିବ।

 

3/12

ମିଥୁନ:  ଆଜିର ଦିନଟି ଆପଣଙ୍କୁ ଜଗରଖି ଚଳିବାକୁ ପଡିବ। ବନ୍ଧୁ ମାନଙ୍କ ସହ ଅଯଥା ଯୁକ୍ତିତର୍କ ବଢିବ । ଯାହାଫଳରେ ବିବାଦ ଦେଖାଦେବ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଆଜି କୌଣସି ଶୁଭକାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।  ପ୍ରତ୍ୟେକଟି କାର୍ଯ୍ୟରେ ଆପଣ ବାଧାବିଘ୍ନର ସାମ୍ନା କରିପାରନ୍ତି। 

 

4/12

କର୍କଟ:  ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସୁଖ ଶାନ୍ତି ବୃଦ୍ଧି ପାଇବ। ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଏବଂ ପ୍ରଶଂସା ସାଉଁଟିବେ। 

5/12

ସିଂହ:  ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ଆଜି ହୋଇଯିବ । ସାମାଜିରେ ମାନ ସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା ଟଙ୍କା ଆଜି ଆପଣଙ୍କୁ ମିଳିପାରେ। 

 

6/12

କନ୍ୟା: ଆଜି ଆପଣଙ୍କୁ ସାବଧାନତା ସହକାରେ ଚଳିବାକୁ ପଡିବ।  ଆକସ୍ମିକ ଦୁର୍ଘଟଣାର ସାମ୍ନା କରିପାରନ୍ତି। ତେଣୁ ସତର୍କତା ସହ ଗାଡି଼ ଚାଳନା କରିବା ଆବଶ୍ୟକ। ସେହିପରି ବ୍ୟବସାୟରେ ଅର୍ଥହାନୀର ବି ଯୋଗ ରହିଛି । ପ୍ରାଣ ପୀଡା ବି ଦେଖାଦେଇପାରେ। 

 

7/12

ତୁଳା: ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ। ମନ ଓ ଶରୀର ସୁସ୍ଥ ରହିବ । ଦିର୍ଘ ଦିନର ସମସ୍ତ ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସୁଯୋଗ ବି ରହିଛି । ଧନ ପ୍ରାପ୍ତିର ବି ଯୋଗ ରହିଛି। 

8/12

ବିଛା:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭପ୍ରଦ ହୋଇ ନପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ନିଜ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଆର୍ଥହାନୀ ର ଯୋଗ ରହିଛି। 

 

9/12

ଧନୁ: ବ୍ୟବସାୟୀମାନେ ନୂତନ କାରବାର ଆରମ୍ଭ ନେଇ ଚିନ୍ତା କରିବେ । ନୂତନ ନିଯୁକ୍ତି ନେଇ ଯୋଗ ସୃଷ୍ଟି ହୋଇପାରେ। ସୁଖ, ସମୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମକଦ୍ଦମାରେ କୃତକାର୍ଯ୍ୟ ହେବେ। ପରିବାର ଲୋକଙ୍କ ସହ ସଂପର୍କ ମଧୁର ହେବ ।

 

10/12

ମକର: ଅଚାନକ ଧନପ୍ରାପ୍ତି ନେଇ ଯୋଗ ରହିଛି। ଦୂରଯାତ୍ରା ସଫଳ ହେବେ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନ ସମ୍ମାନ ମିଳିବ । ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 

11/12

କୁମ୍ଭ: ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।

12/12

ମୀନ:  ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଖରାପ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link