Flood situation: ଉତ୍ତର ପରେ ଏବେ ବନ୍ୟାରେ ବେହାଲ ପଶ୍ଚିମ ଓଡ଼ିଶା, ବିପଦ ସଂକେତ ଉପରେ କୋଏଲ ନଦୀ
Advertisement
Article Detail0/zeeodisha/odisha2436616

Flood situation: ଉତ୍ତର ପରେ ଏବେ ବନ୍ୟାରେ ବେହାଲ ପଶ୍ଚିମ ଓଡ଼ିଶା, ବିପଦ ସଂକେତ ଉପରେ କୋଏଲ ନଦୀ

ନୂଆଦିଲ୍ଲୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ପଶ୍ଚିମ ଓଡ଼ିଶାରେ ଦୁଇଟି ଜୀବନରେଖା ପାଲଟିଥିବା କୋଏଲ ଓ ଶଙ୍ଖ ନଦୀରେ ବନ୍ୟା ଆସିଛି। ଶଙ୍ଖ ନଦୀ ଉପରେ ହୋଇଥିବା ମନ୍ଦିରା ଜଳଭଣ୍ଡାରର ୧୧ଟି ଗେଟ ମଧ୍ୟରୁ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେବାରେ ଲାଗିଛି। ଫଳରେ ଏହି ବନ୍ୟା ଜଣ ବ୍ରାହ୍ମଣୀ ନଦୀରେ ମିଶିବାରୁ ବ୍ରାହ୍ମଣୀରେ ଜଳସ୍ତରରେ ବୃଦ୍ଧି

Flood situation: ଉତ୍ତର ପରେ ଏବେ ବନ୍ୟାରେ ବେହାଲ ପଶ୍ଚିମ ଓଡ଼ିଶା, ବିପଦ ସଂକେତ ଉପରେ କୋଏଲ ନଦୀ

Flood situation: ନୂଆଦିଲ୍ଲୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ପଶ୍ଚିମ ଓଡ଼ିଶାରେ ଦୁଇଟି ଜୀବନରେଖା ପାଲଟିଥିବା କୋଏଲ ଓ ଶଙ୍ଖ ନଦୀରେ ବନ୍ୟା ଆସିଛି। ଶଙ୍ଖ ନଦୀ ଉପରେ ହୋଇଥିବା ମନ୍ଦିରା ଜଳଭଣ୍ଡାରର ୧୧ଟି ଗେଟ ମଧ୍ୟରୁ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେବାରେ ଲାଗିଛି। ଫଳରେ ଏହି ବନ୍ୟା ଜଣ ବ୍ରାହ୍ମଣୀ ନଦୀରେ ମିଶିବାରୁ ବ୍ରାହ୍ମଣୀରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହା ସହିତ ବ୍ରାହ୍ମଣୀକୁ ଲାଗିଥିବା ନାଳ ଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଉରକେଲାର ପାନପୋଷ ବାଲୁଘାଟ ବସ୍ତିରେ ବନ୍ୟା ଜଳ ପ୍ରବେଶ କରିଛି। 

ଲଘୁଚାପ ପ୍ରଭାବରେ ତିନିଦିନ ଧରି ସୁନ୍ଦରଗଡ଼ ଜିଲ୍ଲାର ପ୍ରବଳ ବର୍ଷା ଲାଗି ରହିଥିଲା। ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଉପରମୁଣ୍ଡ ଝାଡ଼ଖଣ୍ଡରେ ଲଗାଣ ବର୍ଷା ପ୍ରଭାବରେ କୋଏଲ ଓ ଶଙ୍ଖ ନଦୀର ଜଳସ୍ତର ବଢିଛି। ଏହାର ସିଧାସଳଖ ପ୍ରଭବ ପଡିଛି ରାଉରକେଲା ସହର ତଳିଆ ଅଞ୍ଚଳରେ। ବାଲୁଘାଟ ଦେଇ ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ସହରର ମୁଖ୍ୟ ନାଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି। ନାଳ ପାଣି ଉଛୁଳି ବାଲିଘାଟରେ ବନ୍ୟା ଜଳ ପ୍ରବେଶ କରିଛି। ତେବେ ବନ୍ୟା ଜଳରୁ ଅଧିକାଂଶ ସ୍ଥାନୀୟ ବାସିନ୍ଦା ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିବା ବେଳେ ଅନେକ ଏବେ ବି ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ସେହିପରି ଅନେକ ଘରେ ବନ୍ୟା ଜଳ ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। 

ତେବେ ବାଲୁଘାଟ ବସ୍ତି ବାସିନ୍ଦା ନିକଟସ୍ଥ ସ୍କୁଲରେ ଆଶ୍ରୟ ନେଇଥିବା ନେଇ ସୂଚନା ରହିଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ବ୍ରାହ୍ମଣୀ ଜଳସ୍ତରରେ ସାମାନ୍ୟ ହ୍ରାସ ପାଇଥିଲା। ସେପଟେ ବୁଧବାର ସକାଳ ୯ଟାରେ ମନ୍ଦିରା ଡ୍ୟାମର ୧୦ଟି ଗେଟ ଖୋଲା ଯାଇଥିଲା। ଡ୍ୟାମକୁ ୫୫୮୮୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫୫୮୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। 

ସେପଟେ ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗରେ ବନ୍ୟା ଜଳ ଆସିବାରୁ ବାଲେଶ୍ୱରର ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ବସ୍ତା ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସଂଗୀନ ହୋଇ ପଡିଛି। ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍‌ ଉଚ୍ଚର ପାଣି। ବିଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର ଲୋକ। କିଏ ଛାତ ଉପରେ ରହିଛି ତ ଆଉ କିଏ ଉଚ୍ଚ ଆଶ୍ରୟ ସ୍ଥଳରେ ଜୀବନ ବିତାଉଛି। କେବେ ଘରକୁ ଫେରିବେ, ତାହାର ହିସାବ କାହା ପାଖରେ ନାହିଁ।