Today Horoscope: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 15 November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୫ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

Wed, 15 Nov 2023-5:50 am,
1/12

ମେଷ ରାଶି: ଆଜି କୌଣସି କାରଣରୁ ଖୁସିରେ ଭାବବିହ୍ବଳ ହୋଇପାରନ୍ତି । ବିଦ୍ୟାର୍ଥୀମାନେ ଆଜି ବିଦ୍ୟାଭ୍ୟାସ ଓ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟୟ ଜୀବନ ସୁଖମୟ ରହିବ ।

 

2/12

ବୃଷ ରାଶି: ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ହୋଇପାର। ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଧନ ପ୍ରାପ୍ତି ନେଇ ସୁଯୋଗ ରହିଛି ।

 

3/12

ମିଥୁନ ରାଶି: କାର୍ଯ୍ୟବ୍ୟସ୍ତତା ଯୋଗୁଁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବା ନେଇ ସୁଯୋଗ ରହିଛି । ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।

 

4/12

କର୍କଟ ରାଶି: ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭା ସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିପାରନ୍ତି। ଦୂରସ୍ଥାନରୁ ଭ୍ରମଣ କରିପାରନ୍ତି । ପରିବାର ସଦସ୍ୟଙ୍କ ସହଯୋଗ ମିଳିପାରେ ।

5/12

ସିଂହ ରାଶି: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଭଲରେ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ଲାଗି ଖର୍ଚ୍ଚାନ୍ତ ହୋଇପାରନ୍ତି। କ୍ୟାରିୟକୁ ନେଇ ଖୁସି ଖବର ପାଇ ପାରନ୍ତି ।

 

6/12

କନ୍ୟା ରାଶି: କମ୍ ସମୟରେ ଅଧିକ ଲାଭ ପାଇବା ବିଚାରରେ ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ-କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି। ପରିବାରରେ ସୁଖ-ଶାନ୍ତି  ବଜାୟ ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ହୋଇପାରେ। ଆକସ୍ମିକ ଧନ ଲାଭ ହେବ। କିନ୍ତୁ ଆଜି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ ।

 

7/12

ତୁଳା ରାଶି: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିବ। ପୁରୁଣା ତଥା ପିଲାଦିନର ସାଙ୍ଗ ମାନଙ୍କୁ ଭେଟି ମନ ପ୍ରସନ୍ନ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ମଧ୍ୟାହ୍ନ ପରେ ସାବଧାନ ରୁହନ୍ତୁ। ଜମି କିଣିବା ନେଇ ଯୋଗ ରହିଛି । ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ ।

 

8/12

ବିଛା ରାଶି: ଆଜିର ଦିନଟି ଭଲରେ କଟିବ। ବ୍ୟବସାୟରେ ଶୁଭଫଳ ମିଳିବ। ଆୟ ବଢ଼ିବା ନେଇ ସମ୍ଭାବନା ରହିଛି। ପିତା ଓ ବୟସ୍କଙ୍କ ଆଶୀର୍ବାଦ ଲାଭ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହିବାକୁ ପଡ଼ିପାରେ। ସନ୍ତାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି ।

 

9/12

ଧନୁ ରାଶି: ଆଜି ବାଣୀ ଓ ବ୍ୟବହାର ଉପରେ ସଂଯମତା ରକ୍ଷା କରିବା ନେଇ ଆବଶ୍ୟକ ରହିଛି ନହେଲେ ଅସୁବିଧାରେ ପଡ଼ିପାରନ୍ତି। ବ୍ୟାପାରରେ କ୍ଷତି ହେବାର ସମ୍ଭାବନା ରହିଛି। ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ନିଜ ପାଇଁ ସମୟ ବାହାର କରିନେବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କାମ ପୂରା ହୋଇପାରେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।

 

10/12

ମକର ରାଶି : କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରେଇ ରୁହନ୍ତୁ । ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ବ୍ୟୟ ବଢିପାରେ । ଈଷ୍ଟ ଦେବତାଙ୍କ ଧ୍ୟାନ କଲେ ସମସ୍ୟାର ସମାଧାନ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆକସ୍ମିକ ଅର୍ଥ ଲାଭ ନେଇ ଯୋଗ ରହିଛି। 

 

11/12

କୁମ୍ଭ ରାଶି: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଆର୍ଥିକ ମାମଲାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧନହାନୀ ହୋଇପାରେ, ତେଣୁ ସାବଧାନ ରୁହନ୍ତୁ।

 

12/12

ମୀନ ରାଶି: ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର କରିବେ। ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ । ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ।  ଦୂରଯାତ୍ରା ନେଇ ଯୋଗ ରହିଛି। ଖୁସି ଖବର ମିଳିପାରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link