RG Kar Case: ସେପ୍ଟେମ୍ୱର ୨୫ ପର୍ଯ୍ୟନ୍ତ ବଢିଲା ସନ୍ଦୀପ ଘୋଷଙ୍କ ହେପାଜତ
Advertisement
Article Detail0/zeeodisha/odisha2439423

RG Kar Case: ସେପ୍ଟେମ୍ୱର ୨୫ ପର୍ଯ୍ୟନ୍ତ ବଢିଲା ସନ୍ଦୀପ ଘୋଷଙ୍କ ହେପାଜତ

RG Kar Case: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ କୋର୍ଟଙ୍କୁ କହିଛି ଯେ, ମେଡିକାଲ କଲେଜର ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ବେଳେ ଅଧିକ ସନ୍ଦିଗ୍ଧ ରହିଥିବା ଚିହ୍ନଟ କରାଯାଇଛି । ଯେଉଁଥିରେ ସନ୍ଦୀପ ଘୋଷଙ୍କ ଭୂମିକା ଅନୁସନ୍ଧାନ କରାଯାଉଛି। 

RG Kar Case: ସେପ୍ଟେମ୍ୱର ୨୫ ପର୍ଯ୍ୟନ୍ତ ବଢିଲା ସନ୍ଦୀପ ଘୋଷଙ୍କ ହେପାଜତ

RG Kar Case: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିଲଡା କୋର୍ଟ  ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସିବିଆଇ ହେପାଜତକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଡାକ୍ତରଖାନାରେ ଅନିୟମିତତା ମାମଲାରେ ସନ୍ଦୀପ ଘୋଷ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି।

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ କୋର୍ଟଙ୍କୁ କହିଛି ଯେ, ମେଡିକାଲ କଲେଜର ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ବେଳେ ଅଧିକ ସନ୍ଦିଗ୍ଧ ରହିଥିବା ଚିହ୍ନଟ କରାଯାଇଛି । ଯେଉଁଥିରେ ସନ୍ଦୀପ ଘୋଷଙ୍କ ଭୂମିକା ଅନୁସନ୍ଧାନ କରାଯାଉଛି। ତେଣୁ ସିଲଡା କୋର୍ଟ ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସିବିଆଇ ହେପାଜତକୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି ସମୟରେ ସିବିଆଇକୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। କୋର୍ଟର ସମସ୍ତ ପ୍ରଶ୍ନର ଉତ୍ତର ସିବିଆଇ ପକ୍ଷରୁ ଦିଆଯାଇଛି । ସିବିଆଇ କହିଛି ଯେ, ସନ୍ଦୀପ ଘୋଷ ଏବଂ ପୋଲିସ ଅଧିକାରୀ ଅଭିଜିତ ମଣ୍ଡଳ ତଦନ୍ତରେ ସଠିକ ଭାବେ ସହଯୋଗ କରୁନାହାଁନ୍ତି। ସେ କହିଛନ୍ତି ଯେ, ପୋଲିସ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।

ଘଟଣାରେ ଏକ ବଡ ଷଡଯନ୍ତ୍ର ଅଛି ବୋଲି ବର୍ଣ୍ଣନା କରି ସିବିଆଇ କୋର୍ଟକୁ କହିଛି ଯେ, ଉଭୟ ସନ୍ଦୀପ ଘୋଷ ଏବଂ ଅଭିଜିତ ମଣ୍ଡଳ ଏହି ଅପରାଧରେ କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଦୁହେଁ ପରସ୍ପର ସହ ଯୋଗାଯୋଗରେ ଥିଲେ ଏବଂ ଦୁଷ୍କର୍ମ-ହତ୍ୟା ମାମଲାରେ କିପରି କାର୍ଯ୍ୟ କରିବେ ସେନେଇ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ସିବିଆଇ ସନ୍ଦୀପ ଘୋଷ ଏବଂ ଅଭିଜିତ ମଣ୍ଡଳଙ୍କୁ ଏକାଠି ପଚରାଉଚରା କରିଥିଲା । ଅଗଷ୍ଟ ୯ ରେ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିବା ଖବର ପାଇବା ପରେ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ପଚରାଉଚରା କରାଯାଇଥିଲା।

Also Read- Road Accident: କାଶ୍ମୀରରେ ବଡ ଦୁର୍ଘଟଣା, ଓଲଟିଲା BSF ଯବାନଙ୍କ ଗାଡି, ୪ ମୃତ, ୨୮ ଆହତ

Also Read- Surya Grahan 2024: ବର୍ଷର ଶେଷ ସୂର୍ଯ୍ୟ ପରାଗ, ୩ ରାଶି ପାଇଁ ଆଣିବ ଶୁଭଫଳ