Today Horoscope: ଆଜି ଏହି ରାଶିଙ୍କ ସୁଧୁରିବ ଆର୍ଥିକ ସ୍ଥିତି, ଏମାନେ ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 2 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Jan 02, 2025, 06:14 AM IST
1/12

ମେଷ: ଆଜି ଦିନଟି ଅଶୁଭ ରହିପାରେ। କ୍ୟାରିୟର ଦୃଷ୍ଟି କୋଣରୁ ଦିନଟି ଆଦୌ ଭଲ ରହିବ ନାହିଁ। କର୍ମରେ ଅସ୍ଥିରତା ସହ ବାଧାବିଘ୍ନ ଦେଖାଦେବ। ବିଶେଷକରି ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାଣିଜ୍ୟ ଓ ବ୍ୟବସାୟରେ  କ୍ଷତି ହୋଇପାରେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଟେନସନରେ ରହିବେ। ପ୍ରିୟଜନଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ଦେଖାଦେଇପାରେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

ALSO READ: Budha Gochar 2025: ଜାନୁଆରୀ ୪ରେ ବୁଧଙ୍କ ଗୋଚର, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବେ ବ୍ୟବସାୟୀ

ALSO READ : Makar Sankranti 2025: ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟାଙ୍କ୍ ଆକାଉଣ୍ଟ ହେବ ପୁଲ୍!

2/12

ବୃଷ: ଆଜି କର୍ମକ୍ଷେତ୍ରରେ ଶୁଭଫଳ ପାଇବେ।  ବାଣିଜ୍ୟ-ବ୍ୟବସାୟରେ ଆୟ ମଧ୍ୟମ ହେବ । ନୂତନ ନିଯୁକ୍ତି ମିଳିବାରେ ସମ୍ଭାବନା ରହିଛି । ପରିବାର ସହ ଦୂରଯାତ୍ରା କରିବେ।   ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିବ। 

 

3/12

ମିଥୁନ: ବ୍ୟବସାୟୀ ମାନଙ୍କ ଦିନଟି ଲାଭଦାୟକ ହେବ। ବେପାରରେ ଆର୍ଥିକ ଲାଭ ମିଳିବ। ଉଭୟ ଦେହ ଓ ମନ ଭଲ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। 

 

4/12

କର୍କଟ: ଆଜି କର୍ମକ୍ଷେତ୍ରରେ ଉନ୍ନତି ହେବା ସହିତ ଦରମାରେ ବୃଦ୍ଧି ଘଟିପାରେ । ମହିଳାମାନେ ସଞ୍ଚୟ କରିବା ପାଇଁ ଯୋଜନା କରିବେ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ ।  ଆକସ୍ମିକ ଧନଲାଭର ଯୋଗ ରହିଛି। ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ ରହିବ। 

 

5/12

ସିଂହ:  ଆଜି ବିନା କାରଣରେ ବହୁତ ବ୍ୟସ୍ତ ରହିବେ ।  ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ନାହିଁ। 

 

6/12

କନ୍ୟା:  କର୍ମକ୍ଷେତ୍ରରେ ମାନ-ସମ୍ମାନ ହାନି ହୋଇପାରେ। ପ୍ରିୟଜନଙ୍କ ଠାରୁ ଅପମାନ ପାଇପାରନ୍ତି । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମାନେ କର୍ମରେ ଅବହେଳା କରିବେ । ଟଙ୍କା-ପଇସାର ଅଭାବ ଦେଖାଦେଇପାରେ। ଧାର-କରଜ କରିବେ। ଗାଡି ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

7/12

ତୁଳା:  କର୍ମକ୍ଷେତ୍ରରେ ଲାଗି ରହିଥିବା ଦିର୍ଘ ଦିନର ବିବାଦ ଦୂର ହେବ। ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ। ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ। 

 

8/12

ବିଛା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ମହିଳା କର୍ମଚାରୀ ସମ୍ମାନୀତ ହେବେ। ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି ।  ମହିଳାମାନେ ସ୍ୱାମୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବେ। ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । 

 

9/12

ଧନୁ : କର୍ମକ୍ଷେତ୍ରର ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପାରୁ ଆକସ୍ମିକ ଧନଲାଭର ଯୋଗ ରହିଛି। ସୁ -ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ ଓ ବ୍ୟବସାୟରେ ଆୟ ବଢିବ। ମାନସିକ ଶାନ୍ତି ମିଳିବ। ଶାରୀରିକ ସୁସ୍ଥତା ଲାଭ କରିବେ ।

 

10/12

ମକର: ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।

 

11/12

କୁମ୍ଭ:  କର୍ମରେ ଅସଫଳ ରହିବେ । ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।  ସମସ୍ତ କର୍ମରେ ବାଧାବିଘ୍ନ ଆସିବ।  ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀମାନେ ଆଳସ୍ୟତା ଅନୁଭବ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।

12/12

ମୀନ: ଆଜି କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନୁକୂଳ ରହିଛି। ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link