Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ?

Horoscope Today 25 February 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୫ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Sun, 25 Feb 2024-5:50 am,
1/12

ମେଷ:  ଆଜି ଆପଣଙ୍କ ସ୍ୱାସ୍ଥ୍ୟ  ଭଲ ରହିବା  ସହ ଆର୍ଥିକ ଦିଗରୁ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ। ଆଜି ଆପଣ କୌଣସି ନୂଆ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ବାସଗୃହକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇପାରେ। 

 

2/12

ବୃଷ: ଆଜି  ଆକସ୍ମିକ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଥିବା ସତ୍ତ୍ବେ ସୁନିଶ୍ଚିତ  ଲାଭ  ମିଳିବ । ସେହିପରି କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମ କରି ମନ କିଣିବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଦିନଟି କଟିବ। 

 

3/12

ମିଥୁନ:  କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ପାଇବେ। ଛାତ୍ରାଛାତ୍ରୀମାନେ ପାଠପଢାରେ ମନ ଦେବେ। ଶତ୍ରୁ ମାନଙ୍କଠାରୁ ସାବଧାନ ରୁହନ୍ତୁ। ନଚେତ ସମସ୍ୟାରେ ପଡି଼ ପାରନ୍ତି। ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ।  

 

4/12

କର୍କଟ:  ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଶତ୍ରୁମାନେ ପରାଜିତ ହେବା ସହ କର୍ମକ୍ଷେତ୍ରରେ ସୁଧାର ଆସିବ। ନିଜର ବୁଦ୍ଧିମତା କାରଣରୁ ଜଟିଳ କାମ ସହଜରେ ହାସଲ କରିପାରିବେ। ସ୍ବାସ୍ଥ୍ୟ ଭଲ ରହିବ। 

5/12

ସିଂହ:   ଶାରୀରିକ ପିଡା଼ ଦୂର ହେବା ସହ ହରାଇଥିବା ଧନ ପ୍ରାପ୍ତି ହୋଇପାରେ। ବ୍ୟବସାୟରେ ଆଶାତିତ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଏବଂ ଦିର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ।  

6/12

କନ୍ୟା: କମ୍ ସମୟରେ ଅଧିକ ଲାଭ ପାଇବାର ଆଶା ଯୋଗୁଁ  ଅସୁବିଧାରେ ପଡ଼ିପାରନ୍ତି । ଆଜି ଭାବିଚିନ୍ତି  କାର୍ଯ୍ୟ କରନ୍ତୁ। କୋର୍ଟ-କଚେରୀ ମାମଲାଠାରୁ ଦୂରେଇ ରୁହନ୍ତୁ। ପରିବାରରେ ସୁଖ-ଶାନ୍ତି ଲାଗି ରହିବ। ନୂଆ କାର୍ଯ୍ୟ ଆରମ୍ଭ ନେଇ ଆଜିର ଦିନଟି ଶୁଭ ରହିବ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ଖାସ୍ କରି ଆଜିର ଦିନରେ ଆପଣ ନୂଆ ଗାଡି କିମ୍ବା ଘର କିଣି ପାରନ୍ତି।

 

7/12

ତୁଳା:  ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ପାଇଁ ଖୁସି ହେବେ। ପିଲାଦିନର ମିତ୍ରଙ୍କ ସହ ସାକ୍ଷାତ କରି ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ରହିଛି। ବ୍ୟବସାୟ ଓ ଆର୍ଥିକ ରୂପରେ ଲାଭବାନ ହେବେ। ପାରିବାର ସଦସ୍ୟଙ୍କ ଯୋଗୁଁ ସାମାନ୍ୟ ଚିନ୍ତାରେ ରହିପାରନ୍ତି ।

8/12

ବିଛା:  ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ ବାଧା ବିଘ୍ନ ଦେଖା ଦେଇପାରେ କିନ୍ତୁ ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଦାମ୍ପତ୍ୟ ଜୀବନକୁ ନେଇ ସୁଖୀ ରହବେ ।

 

9/12

ଧନୁ:   ବିଗିଡ଼ି ଯାଇଥିବା କାର୍ଯ୍ୟ ସଜାଡ଼ି ହେବ। ନୂତନ ସମ୍ପତ୍ତି ବା ଘର ଗାଡ଼ି ଇତ୍ୟାଦି କ୍ରୟ କରି ଲାଭବାନ ହେବେ।  ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।  ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ।

10/12

ମକର: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ଶୁଭ ସମାଚାର ପାଇ ଖୁସି ହେବେ। ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ।  ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। 

11/12

କୁମ୍ଭ: ମିତ୍ରମାନଙ୍କ ସହ ବୁଲିବା, ଖାଇବା ପିଇବା ଓ ମନୋରଞ୍ଜନରେ ଦିନଟି ବିତିବ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାରେ ପଡ଼ପାରନ୍ତି । କୌଣସି କାରଣରୁ ମନ ଭଲ ରହିବ ନାହିଁ । ପରିବାରେ ଲୋକଙ୍କ ସହ ବିବାଦ ହୋଇପାରେ । ଅଯଥା ଖର୍ଚ୍ଚ ବଢିବ। ଏବଂ ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

 

12/12

ମୀନ: ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ଯୋଗୁଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ରମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link