Navy Day: ଶ୍ରୀକ୍ଷେତ୍ର ଆକାଶରେ ତ୍ରିରଙ୍ଗା ଉଡ଼ାଇଲେ ନୌସେନା ଯବାନ, ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର
Advertisement
Article Detail0/zeeodisha/odisha2543916

Navy Day: ଶ୍ରୀକ୍ଷେତ୍ର ଆକାଶରେ ତ୍ରିରଙ୍ଗା ଉଡ଼ାଇଲେ ନୌସେନା ଯବାନ, ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର

ଆକାଶପଥରେ ଗର୍ଜନ କରୁଥିଲା ଲଢ଼ୁଆ ହେଲିକପ୍ଟର । ମେରାଇନ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦେଖିଥିଲେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମେତ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ।

Navy Day: ଶ୍ରୀକ୍ଷେତ୍ର ଆକାଶରେ ତ୍ରିରଙ୍ଗା ଉଡ଼ାଇଲେ ନୌସେନା ଯବାନ, ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର

ପୁରୀ: ଆଜି ଶ୍ରୀକ୍ଷେତ୍ର ହୋଇ ଉଠିଛି ଅଧିକ ଚଲଚଞ୍ଚଳ । ଭାରତୀୟ ନୌସେନା ଦିବସ ପାଳନ ଅବସରରେ ବୀର ଯବାନମାନେ ଆଜି ହେଲିକପ୍ଟରରୁ ପାରାଟୁଟ୍‌ ସାହାଯ୍ୟରେ ଖସିଥିଲେ ନୌସେନା ବୀର । କେବଳ ସେତିକି ନୁହେଁ, ନୀଳ ଆକାଶରେ ତ୍ରିରଙ୍ଗା ଉଡ଼ାଇଥିଲେ ମାର୍କୋସ୍ । ଆକାଶପଥରେ ଗର୍ଜନ କରୁଥିଲା ଲଢ଼ୁଆ ହେଲିକପ୍ଟର । ମେରାଇନ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦେଖିଥିଲେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମେତ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ସରକାରୀ ଅଧିକାରୀ ଏବଂ ସାଧାରଣ ଜନତା ।

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏଥିସହ ଡେମୋର ଉଦ୍‌ଘାଟନ କରିଥିଲେ ରାଷ୍ଟ୍ରପତି । ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ସମ୍ବୋଧନ ଦେଇ କହିଥିଲେ ଯେ, ଜାତୀୟ ସୁରକ୍ଷା କ୍ଷେତ୍ରରେ ନୌସେନାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଜଳପଥରେ ଅନୁପ୍ରବେଶ ରୋକିବାରେ ନୌସେନା ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ୬୩ ସ୍ବଦେଶୀ ବୁଡ଼ା ଜାହାଜ ନିର୍ମାଣ କରିବାରେ ଆମେ ସଫଳ ହୋଇଛୁ। ୨୦୪୭ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଏବଂ ବାଲିଷ୍ଟିକ ମିଜାଇଲ ସବମେରାଇନ କରିବାରେ ବିଶ୍ବର ଷଷ୍ଠ ରାଷ୍ଟ୍ର ଭାରତ । ନୌସେନା ପ୍ରଥମ କରି ମହିଳା ଅଗ୍ନିବୀରଙ୍କୁ ସାମିଲ କରିଛି ଏଥିସହ ପ୍ରାଚୀନ କଳିଙ୍ଗ ସହ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଧ୍ୱଜାବତରଣ ପରେ ନୌସେନା ମୁଖ୍ୟଙ୍କ ସମ୍ବୋଧନ ଦେଇ କହିଥିଲେ ଯେ, ଆମେ ସମୁଦ୍ର ଭିତରେ କଣ କରିପାରିବୁ ତାହା ସର୍ବସାଧାରଣରେ ପ୍ରଦର୍ଶନ କରିଛୁ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଭୂମିକା ଅତୁଳନୀୟ ରହିଥିଲା । ଉଭୟ ଆରବ ସାଗର ଓ ବଙ୍ଗୋପସାଗରରେ ଶକ୍ତି ଦେଖାଇଥିଲେ ନୌସେନା ଯବାନ । ପାକିସ୍ତାନ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଥିଲା ।

ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଥିବାରୁ ସଭିଙ୍କଠାରେ ଭରପୁର ଉତ୍ସାହ ଦେଖିବାକୁ ମିଳିଥିଲା । ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ପରାକ୍ରମ ଦେଖାଇବାରେ ସାମିଲ ହୋଇଥିଲେ । କହିବାକୁ ଗଲେ ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି କରିଥିଲା ନୌସେନା । ଜଳ ପଥରେ ବିଭିନ୍ନ  ରଣକୌଶଳ ଦେଖାଇଥିଲେ ନୌବୀରମାନେ ।

Also Read- Sun Transit 2024: ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ, ୫ ରାଶିର ଭାଗ୍ୟ ଚମକିବ !

Also Read- Sahara Refund Status: ନିବେଶକମାନେ ଫେରି ପାଇବେ କି ସମ୍ପୂର୍ଣ୍ଣ ଟଙ୍କା ? ପଢନ୍ତୁ ପୂରା ଖବର