Today Horoscope: ଆର୍ଥିକ ସମସ୍ୟାକୁ ନେଇ ଚିନ୍ତା ବଢିବ, ପାରିବାରିକ ବିବାଦ ଦେଖାଦେବ

Horoscope Today 25 November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨୫ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Sat, 25 Nov 2023-5:50 am,
1/12

ମେଷ: ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁସୂତ୍ରରୁ ଲାଭବାନ୍ ହେବେ। ପାରିବାରିକ ସୁଖଶାନ୍ତି ଲାଗି ରହିବ। 

 

2/12

ବୃଷ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ। ଏବଂ ଖରାପ ରେଜଲ୍ଟ ପାଇବାର ମଧ୍ୟ ସମ୍ଭାବନା ରହିଛି। 

 

3/12

ମିଥୁନ: ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ। ଶାରୀରିକ କ୍ଲେଶ ଅନୁଭବ କରିବେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ।  ପାରିବାରିକ ବିବାଦ ଦେଖାଦେବ।

 

4/12

କର୍କଟ: ମନ ପ୍ରସନ୍ନ ରହିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି। ମହିଳାମାନେ ଗୃହ ନିପୁଣା ହେବେ। 

 

5/12

ସିଂହ: ଦେହ ଓ ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଗୃହକୁ ବନ୍ଧୁ ଆଗମନ ହେବ। କାର୍ଯ୍ୟାଳୟର କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ। 

 

6/12

କନ୍ୟା: ଶରୀର ସୁସ୍ଥ ରହିବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ। ପାରିବାରିକ ସୁଖଶାନ୍ତି ବିରାଜମାନ ହେବ। 

 

7/12

ତୁଳା: ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। 

 

8/12

ବିଛା: ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ। ଈଶ୍ୱର ବିଶ୍ୱାସୀ ହେବେ। ଦାନ ଧର୍ମ ପ୍ରତି ମନ ବଳିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। 

 

9/12

ଧନୁ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ। 

 

10/12

ମକର: ଶରୀର ଆରୋଗ୍ୟ ରହିବ। ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ। 

 

11/12

କୁମ୍ଭ: ଦେହ ଓ ମନ ସୁସ୍ଥ ରହିବ। ସୁଖ ସମ୍ମାନ ମିଳିବ। ବିବାଦୀୟ ଘଟଣାର ଅବସାନ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ।

 

12/12

ମୀନ: ସ୍ୱାସ୍ଥ୍ୟ ସଚେତନ ହେବ। କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ। ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ। ଆୟ ପୂର୍ବବତ ରହିବ। ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link