Today Horoscope: ଆଜି କର୍ମକ୍ଷେତ୍ରରେ ଦେଖାଦେବ ବିବାଦ, ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
Horoscope Today 29 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୯ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
)
ମେଷ: କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ଆପଣଙ୍କ ମନରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗାଡି ଚଳାଇବା ସମୟରେ ଆପଣ ସତର୍କ ରୁହନ୍ତୁ।
ALSO READ: Magha Saptami 2025: ମାଘ ସପ୍ତମୀରେ ଦୁର୍ଲଭ ଯୋଗ, ଉଦୟ ହେବ ଏହି ୩ ରାଶିଙ୍କ ଭାଗ୍ୟ!
)
ବୃଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଯାହା ଦ୍ବାରା ଖୁସିରେ ଆପଣଙ୍କ ଦିନଟି କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ।
ମିଥୁନ: ଆଜି ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୁଭଫଳ ପାଇବେ।
କର୍କଟ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେଇପାରେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ଦୂର ଯାତ୍ରାରୁ ଆପଣ ନିବୃତ୍ତ ରହିବା ଭଲ।
ସିଂହ: ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବେ। ପ୍ରାଇଭେଟ୍ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ।
କନ୍ୟା: ଆଜି ପରିବାରରେ ସୁଖଶାନ୍ତି ବଜାୟ ରହିବ। ଅର୍ଥଲାଭ ଅଧିକ ହେବ। ସ୍ୱାସ୍ଥ୍ୟ ସମସ୍ୟାରେ ସାମାନ୍ୟ ସୁଧାର ଆସିବ। କିଛି ଛୋଟ କଥାକୁ ନେଇ ମନରେ ଟିକେ ଦ୍ୱନ୍ଦ୍ୱ ଉପୁଜିବ। ସାଙ୍ଗ ମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି।
ତୁଳା: ଏହି ରାଶିର ଲୋକେ ଆଜି ଟିକେ ସାବଧାନ୍ ସହକାରେ ଚଳିବାକୁ ପଡି଼ବ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ। ଆର୍ଥିକ ଚିନ୍ତା ଲାଗି ରହିବ। ଧାର କରଜ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।
ବିଛା: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟଟିକୁ ସଂପନ୍ନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବକେୟା ଅର୍ଥ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେବ। କାର୍ଯ୍ୟଭାର ବୃଦ୍ଧି ପାଇବ।
ଧନୁ: ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଆଶା ମୁତାବକ ଲାଭ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।
ମକର: ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହେବେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଅଫିସରେ ମଧ୍ୟ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ।
କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ସୁସ୍ୱାଦୁ ଭୋଜନ, ବସ୍ତ୍ର ଓ ଆଭୂଷଣ ଆଦି ପାଇବା ଯୋଗ ରହିଛି। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।
ମୀନ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି । ପ୍ରମୋସନ ମଧ୍ୟ ପାଇ ପାରନ୍ତି।