Today Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 30 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୩୦ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Oct 30, 2024, 06:11 AM IST
1/12

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବାକୁ ଯାଉଛି। କିଛି ଗୁରୁତ୍ବପୂର୍ଣ୍ଣ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବେ।  ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ। ଯାହା ଫଳରେ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ କିଛି ଶିଖିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ।   

ALSO READ: Guru Shukra Yuti 2024: ଦୀପାବଳିରେ ବୃହସ୍ପତି-ଶୁକ୍ରଙ୍କ ଶୁଭଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ:  Weekly Special Horoscope: ନୂଆସପ୍ତାହରେ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚାକିରିରେ ମିଳିବ ପଦୋନ୍ନତି, ମାଲାମାଲ୍ ହେବେ ବ୍ୟବସାୟୀ!

2/12

ବୃଷ : ଆପଣଙ୍କ ଭାଗ୍ୟ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। ଅଫିସ୍‌ରେ କାମକୁ ନେଇ ଆପଣଙ୍କର ଗୁରୁତ୍ୱ ବଢିବ । ନିଜ କାମରେ ଖୁସି ରହିବେ । ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ।

3/12

ମିଥୁନ : ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । କିଛି ନୂଆ କାମ ପାଇଁ ଯୋଜନା କରିବେ । ଚାକିରିରେ ପଦୋନ୍ନତି ମିଳିବ । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ।

4/12

  କର୍କଟ :  ଆଜି ଆପଣଙ୍କ ଦିନ ସୁଖରେ କଟିବ । ବିଶେଷକରି, ଚାକିରିଆମାନେ କିଛି ପାର୍ଟ ଟାଇମ୍ କାମ କରିବାକୁ ଯୋଜନା କରିପାରନ୍ତି । ବ୍ୟବସାୟୀଙ୍କର ଆୟରେ ବୃଦ୍ଧି ଘଟିବ। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଆପଣ ଆଚରଣ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବେ । ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର ଖୁସିର ସୀମା ରହିବ ନାହିଁ ।

5/12

ସିଂହ:  ଆଜିର ଦିନ ଏହି ରାଶିର ଲୋକଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। କୌଣସି ଯୋଜନା ଆରମ୍ଭ କରିବା ପୂର୍ବରୁ ନିଜ ପରିବାର ଲୋକଙ୍କ  ସହ କିମ୍ବା ନିଜ ଜୀବନ ସାଥୀଙ୍କ ସହିତ କଥା ହେବା ଜରୁରୀ । ଦୁହିଁଙ୍କ ମଧ୍ୟରେ ପ୍ରେମ ଗଭୀର ହେବ ।  ଜୀବନସାଥୀଙ୍କଠାରୁ ଏକ ଉପହାର ଗ୍ରହଣ କରିପାରନ୍ତି ।  ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢ଼ିବ । ଆପଣଙ୍କୁ ନିଜର ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖିବାକୁ ପଡିବ । ଦୂର ଦୂରାନ୍ତକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

6/12

କନ୍ୟା : ଆଜି ଆପଣଙ୍କୁ ଦିନଟି ଟିକେ ଜଗି ରଖି ଚଳିବାକୁ ପଡିବ।  ଖର୍ଚ୍ଚ ବଢ଼ିପାରେ ଯାହା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ସମାଲୋଚନା ପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ । ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ବାଣିଜ୍ୟ-ବ୍ୟବସାୟରେ କ୍ଷତି ସହିପାରନ୍ତି। 

7/12

ତୁଳା:  ଆଜିର ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ରହିବ ନାହିଁ। ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ବାହାର ଲୋକଙ୍କଠାରୁ ପରାମର୍ଶ ନିଅନ୍ତୁ ନାହିଁ । ଆଜି ଆପଣଙ୍କର ଇଚ୍ଛା ପୂରଣ ହେବ ସତ ହେଲେ ସ୍ବାସ୍ଥ୍ୟ ଭଲ ରହିବ ନାହିଁ । ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ପଡିବ। ନଚେତ୍ ସମସ୍ୟାରେ ପଡିବେ।

8/12

ବିଛା  : ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଲାଭଦାୟକ ହେବ । ଶତ୍ରୁମାନଙ୍କ ପ୍ରତି ସତର୍କ ରହିବା ଉଚିତ୍‌ । ସମ୍ପତ୍ତି କିଣିବାକୁ ଯୋଜନା କରିପାରନ୍ତି । ଭାଗ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ ହେବାକୁ ଯାଉଛି । କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ ।

9/12

  ଧନୁ : ଆଜି ଆପଣ ଶାଶୁଙ୍କଠାରୁ ସମ୍ମାନ ପାଇପାରନ୍ତି । ଟଙ୍କା ମାମଲାରେ ଦିନଟି ଭଲ ହେବାକୁ ଯାଉଛି । ନିଜର ଦୈନନ୍ଦିନ କାର୍ଯ୍ୟରେ ଫିଟନେସ୍ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ ।  ଛାତ୍ରମାନେ ସଫଳତା ପାଇବେ । ସରକାରୀ ଚାକିରି ଖୋଜୁଥିବା ଲୋକମାନେ ଭଲ ଖବର ଶୁଣିପାରନ୍ତି । ଛୋଟ ପିଲାମାନଙ୍କ ସହିତ ମଜା ମସ୍ତି କରିବେ ।

10/12

ମକର:  ଆଜି ଆପଣଙ୍କୁ ସତର୍କତା ର ସହ ଚଳିବାକୁ ପଡିବ।   ବ୍ୟବହାର ଖରାପ ଯୋଗୁ ଲୋକଙ୍କ ସହ ଆପଣଙ୍କର ଝଗଡା ହୋଇପାରେ । ଆଜି ଆପଣ ଘରକୁ ସଜାଇବା ପାଇଁ ଯୋଜନା କରିବେ । ସାଙ୍ଗଙ୍କ ସହ ଦିନଟି ଭଲ ରହିବ । ପରିବାର ସହ ସମୟ କାଟିବେ । ଛାତ୍ରଛାତ୍ରୀ ଗୁରୁଙ୍କଠାରୁ ଉପଦେଶ ନେବେ । କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ ।

11/12

କୁମ୍ଭ :  ସକାଳୁ ଦେବ ଦର୍ଶନର ଯୋଗ ରହିଛି ।  ସକାଳୁ ନିଜ ଅଫିସ୍ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ।   ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ। ଭାଇ ଓ ଭଉଣୀଙ୍କ ମଧ୍ୟରେ ମତଭେଦ ଦୂର ହେବ । ବ୍ୟବସାୟିକ ଯୋଜନା ସଫଳ ହେବ ।

12/12

  ମୀନ: ଆପଣଙ୍କ ପାଇଁ ଦିନଟି ଖାସ୍ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ଅଟକିଥିବା କାମ ପୂରା କରିବାକୁ ସକ୍ଷମ ହେବେ। ନିଜ ବନ୍ଧୁଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ପାଇବେ। କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ । ପାରିବାରିକ ସମ୍ପର୍କ ଭଲ ରହିବ । ସନ୍ଧ୍ୟାରେ ପିଲାଙ୍କ ସହ ଭଲ ସମୟ ଅତିବାହିତ କରିବେ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link