Today Horoscope: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ମହାଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 31 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩୧ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Fri, 31 May 2024-5:50 am,
1/12

ମେଷ:  ଆଜି ନିଜ ସ୍ୱାସ୍ଥ୍ୟ ବିଷୟକୁ ନେଇ ଚିନ୍ତିତ ରହିବେ। ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ। ଦୂରଯାତ୍ରା ନକରିବା ଭଲ। ଦିନଟି ଜଗିରଖି ଚଳିବେ। ନଚେତ୍ ଅଯଥା ବିବାଦରେ ଫସି ପାରନ୍ତି।

 

2/12

ବୃଷ: ଦୃଢମନା ହେବେ। ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ। ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ । ନିଜ ଜୀବନ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଜୀବନ ସାଥୀଙ୍କ ଠାରୁ କୌଣସି ଏକ ଉପହାର ମଧ୍ୟ ପାଇପାରନ୍ତି। 

 

3/12

ମିଥୁନ: ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ। ଜରୁରୀ କାର୍ଯ୍ୟ କିମ୍ବା ନିର୍ଣ୍ଣୟ ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥନଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ନଚେତ୍ ବିବାଦରେ ଫସିବେ।  ବ୍ୟାପରରେ ବାଧା ଆସିପାରେ। ଆଜି ବ୍ୟବସାୟରେ କୌଣସି ଟଙ୍କା ବିନିଯୋଗ କରନ୍ତୁ ନାହିଁ।  ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍ ସମସ୍ୟାରେ ପଡି଼ପାରନ୍ତି। ଧାର୍ମିକ କାର୍ଯ୍ୟକଳାପରେ ମନୋବଳାଇବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। 

 

4/12

କର୍କଟ:  ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଳାଇବାକୁ ସମର୍ଥ ହେବେ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ।  ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ନଚେତ୍ ଶାରୀରିକ ପିଡ଼ା ଦେଖାଦେଇପାରେ। କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଆୟ ଉତ୍ତମ ହେବ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ।  ପ୍ରତ୍ୟକ  କାର୍ଯ୍ୟ ପାଇଁ  ଆତ୍ମବିଶ୍ବାସ ବୃଦ୍ଧି ପାଇବ।  

 

5/12

ସିଂହ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭଲ ରହିବ ନାହିଁ। ଦୂରଯାତ୍ରା ଶୁଭପ୍ରଦ ହେବ। ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ। ପୂର୍ବରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ସଭା ସମିତିରେ ସମ୍ମାନିତ ହେବେ। 

 

6/12

କନ୍ୟା:  ଦିନଟିରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ। ଦେହ ଓ ମନ ଭଲ ରହିବ। ବ୍ୟବସାୟ ଲାଭପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ମଧୁରତା ହେଖା ଦେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ମଜଲିସରେ ଦିନ କାଟିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ଦେବ ଦର୍ଶନର ଯୋଗ ରହିଛି।

 

7/12

ତୁଳା: ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ଦେଖିବେ ସମସ୍ତ କାର୍ଯ୍ୟରେ ସିଦ୍ଧିପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାର୍ଯ୍ୟ ପାଇବେ। ନିଜ ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। 

 

8/12

ବିଛା: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ।  ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ମାନସିକ ଅବସାଦ ଦେଖାଦେବ।  କର୍ମକ୍ଷେତ୍ରରେ ଚାପ ବଢିବ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ। ଦୂରଯାତ୍ରା କରନ୍ତୁ ନାହିଁ।  ପରିବାରରେ ଅଶାନ୍ତି ଦେଖାଦେବ। ଛୋଟମୋଟ କଥାକୁ ନେଇ କଳହ ମଧ୍ୟ ସୃଷ୍ଟି ହୋଇପାରେ। ତେଣୁ ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। 

 

9/12

ଧନୁ:  ମଉଜ ମଜଲିସରେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ପଦୋନ୍ନତି ମିଳିବାର ଯୋଗ ରହିଛି।  ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସେବା ପୂଜା ପାଇଁ ମନ ବଳିବ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି।  

 

10/12

ମକର: ଶାରୀରିକ ସୁସ୍ଥତା ଲାଭ କରିବେ। କର୍ମକ୍ଷେତ୍ର ଉଜ୍ଜଳମୟ ହେବ। ଆୟ ବୃଦ୍ଧି ପାଇବ। ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ। କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସେବା ପୂଜା ପାଇଁ ମନ ବଳିବ।

 

11/12

କୁମ୍ଭ: ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ। ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ଆୟ ବଢିବ। 

 

12/12

ମୀନ:  ଏହି ରାଶିର ଲୋକଙ୍କ ଦିନଟି ମଙ୍ଗଳମୟ ରହିବ। ସୌଭାଗ୍ୟ ବନ୍ତ ହେବେ। ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ। ଆୟ ବୃଦ୍ଧି ପାଇବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link