Today Horoscope: ଆଜି ଏହି ରାଶିର ଲୋକେ ମାଲିମୋକଦ୍ଦମାରେ ହେବେ ବିଜୟୀ, ବ୍ୟବସାୟରେ ବଢିବ ଲାଭ; ଜାଣନ୍ତୁ ଆଜିର ରାଶିଫଳ

Horoscope Today 4 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୪ ହେଉଛି ଶନିବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Jan 04, 2025, 06:16 AM IST
1/12

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ବେଶ୍ ମଙ୍ଗଳମୟ ରହିବ।  ଯେଉଁ କାମରେ ହାତଦେବେ ସେଥିରେ ସଫଳତା ନିଶ୍ଟୟ ପାଇବେ । କର୍ମକ୍ଷେତ୍ରରେ ନିଜ ସହକର୍ମୀମାନଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିବେ। ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ପରିବାରରେ କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ପାଇ ପାରନ୍ତି। 

ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!

 

ALSO READ: Prakruti Mishra Video: ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଏହି ଭିଡିଓ

 

2/12

ବୃଷ :  ଆଜି ସହକର୍ମୀଙ୍କଠାରୁ ପ୍ରଶଂସା ପାଇ ମନୋବଳ ବଢ଼ିବ । ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କରଜଦାତାଙ୍କ ଚାପରେ ଋଣ ପରିଶୋଧ କରିବାକୁ ବ୍ୟଗ୍ରତା ବୃଦ୍ଧି ପାଇବ। ଅନ୍ୟମାନଙ୍କ କାର୍ଯ୍ୟ ହାସଲ ସକାଶେ ନିଜକୁ ସମର୍ପିତ କରି ପ୍ରଶଂସିତ ହେବେ । ଦିର୍ଘ ଦିନ ଧରି ଲାଗି ରହିଥିବା  ମାଲିମୋକଦ୍ଦମାରୁ ବିଜୟୀ ଲାଭ କରିବେ।

 

3/12

ମିଥୁନ: କୌଣସି ବିବାଦୀୟ ଘଟଣାରେ ଅଯଥା ଫସି ପାରନ୍ତି। ତେଣୁ ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖିବା ଭଲ।  ନୂଆ ସମ୍ପର୍କ ସ୍ଥାପନ ହୋଇପାରେ। ବ୍ୟବସାୟୀମାନେ କୌଣସି ପ୍ରକାର ଚୁକ୍ତିପତ୍ର ସ୍ବାକ୍ଷର କରିପାରନ୍ତି। ବୈବାହିକ ସମ୍ପର୍କୀୟ ନିଷ୍ପତ୍ତିରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।

 

4/12

କର୍କଟ :  ଆଜି ଅନ୍ୟମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହୋଇପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ନ ରହିବାରୁ କାମ ହାସଲରେ ଅନ୍ତରାୟ ସୃଷ୍ଟି କରିବ ।  ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଯୋଜନା କରିପାରନ୍ତି ।  ଭ୍ରମଣ ଇଚ୍ଛା ଜାଗ୍ରତ ହେବ ।

 

5/12

ସିଂହ:  କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ।  କାମ କରିବା ପାଇଁ ମନୋବଳ ଖୁବ୍‌ ଟାଣ ରହିବ। ଅଯଥା ଜିଦ୍ ପାଇଁ ହଇରାଣ ହୋଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ବ୍ୟବସାୟରେ ସଫଳତା ହାସଲ କରିବେ। 

 

6/12

କନ୍ୟା:  ଆଜି ବ୍ୟବସାୟରେ ଆର୍ଥିକ ଲାଭ ମିଳିବ। ସାହିତ୍ୟ,କଳା, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ। ନିଜ ବନ୍ଧଙ୍କ ସହ ବାହାରକୁ ଯାଇପାରନ୍ତି । ପାରିବାର ଲୋକଙ୍କ ସହ ଖୁସର ସମୟ ବିତାଇବେ । ଆଜି ନୂଆ କାର୍ଯ୍ଯ ଆରମ୍ଭ କରି ଖୁସି ରହିବେ । ଦିର୍ଘ ଦିନ ଧରି କୋର୍ଟରେ ଲାଗି ରହିଥିବା  ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। 

 

7/12

ତୁଳା:  ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଶୁଭ ରହିବ। ଶୁଭ ସଂସ୍ଥାନରୁ ପୂର୍ବ ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହୋଇପାରିବେ । ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ମନ ପ୍ରଫୁଲ୍ଲ ରହିବ । ନୀଚ୍ଚଜାତି ବିଶେଷଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ, ଏଣୁ ସତର୍କ ରହିବା ଭଲ ।

 

8/12

ବିଛା :  ଏହି ରାଶିଙ୍କୁ ଆଜି ଟିକେ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ଯେତେ ସମସ୍ୟା ଆସୁନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ରାଗର ଶିକାର ହୋଇପାରନ୍ତି । ସଭାସମିତି, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ କରିବେ । ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ସ୍ବାଭାବିକ ରହିବ । 

 

9/12

ଧନୁ :  ଦିର୍ଘ ଦିନ ଧରି ପରିବାରରେ ହୋଇଥିବା ଭୁଲ୍ ବୁଝାବଣା ଆଜି ଦୂର ହେବ।  କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାଜନିତ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ହେତୁକ କୈଫିୟତ ଦେବାକୁ ପଡିପାରେ । ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଅନ୍ୟମାନଙ୍କୁ ନଜରହୀନ କରି ସମାଲୋଚିତ ହେବେ । ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ। 

 

10/12

ମକର :   କର୍ମକ୍ଷେତ୍ରରେ ପେଣ୍ତି ରହିଥିବା କାର୍ଯ୍ୟକୁ ନେଇ ଟେନସନରେ ରହିବେ।  କାମ ମନ୍ଥର ଗତିରେ ଚାଲିବା ହେତୁ କ୍ଷୋଭ ପ୍ରକାଶ କରିପାରନ୍ତି । ସମ୍ପର୍କୀୟମାନେ ମୁହଁରେ ମିଠାକଥା କହି ପଛରେ ନିନ୍ଦା ଓ ସମାଲୋଚନା କରିବେ। ଗୃହକାର୍ଯ୍ୟ ଶେଷ ପୂର୍ବରୁ ସମସ୍ୟା ଦେଖାଦେଇପାରେ । ଆଜି ସ୍ବାସ୍ଥ୍ୟ ଭଲ ରହିବ । 

 

11/12

କୁମ୍ଭ : ଏହି ରାଶିଙ୍କ ପାଇଁ ଦିନଟି ଅଶୁଭ ରହିପାରେ। ସତର୍କ ହୋଇ ଗାଡି ଚାଳନା କରନ୍ତୁ। ସାବଧାନତା ସହକାରେ କାମ ନ କଲେ ପର ଉପରେ ନିର୍ଭର କରି ପଶ୍ଚାନ୍ତେ ଅନୁତପ୍ତ ହେବେ । କର୍ମକ୍ଷେତ୍ରରେ ଔଚିତ୍ୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ପଡୋଶୀଙ୍କ ସହ ଭୁଲ୍‌ ବୁଝାମଣା ହେତୁ ଚିନ୍ତିତ ରହିପାରନ୍ତି । ଆଜି ଆପଣ ନୂଆ ସ୍ଥାନକୁ ଯାଇ ଖୁସି ରହିବେ । 

 

12/12

ମୀନ :  ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର ବା ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆପଣଙ୍କ କୃତିତ୍ୱକୁ ନେଇ ବନ୍ଧୁବର୍ଗମାନେ ଗର୍ବ ଅନୁଭବ କରିବେ । ବାଣିଜ୍ୟ ବ୍ୟବସାୟ ପାଇଁ ଦିନଟି ଭଲ ରହିବ।  ସାମାଜିକ ସ୍ତରରେ ତଥା ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link