Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 6 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୬ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Tue, 06 Aug 2024-5:57 am,
1/12

ମେଷ: ଦିନ ଆରମ୍ଭରୁ ଶରୀରରେ ସାମାନ୍ୟ ପିଡା ଦେଖାଦେଇପାରେ। ମନ ମଧ୍ୟ ବିଚଳିତ ହେବାର ସମ୍ଭାବନା ରହିଛି । ଜଗିରଖି ନଚଳିଲେ ଅସୁବିଧାରେ ପଡିବେ। ଦୂରଯାତ୍ରା କରନ୍ତୁ ନାହିଁ। କାହା ସହ ଶତୃତା କରନ୍ତୁ ନାହିଁ।

 

ALSO READ: Shani Vakri 2024: ପୁଣି ଥରେ କୁମ୍ଭରେ ଓଲଟା ଚଳନ କରିବେ ଶନି, ଏହି ୫ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

2/12

ବୃଷ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଭଲ ରହିବ। ଦୂରଯାତ୍ରା ବିପଜ୍ଜନକ ହୋଇପାରେ। ଜଗିରଖି ଚଳିବାର ଦିନଟିଏ। ସାବଧାନତା ଅବଲମ୍ୱନ ନକଲେ ବିପଦରେ ପଡିବେ। ଛାତ୍ରଛାତ୍ରୀ ପଢାପଢିରେ ଧ୍ୟାନ ଦେବେ।

3/12

ମିଥୁନ: ଦେହ ଓ ମନ ଭଲ ରହିବ । ମହିଳା ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଯାନବାହନ କ୍ରୟ କରିପାରନ୍ତି। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ।  ଦୂରଯାତ୍ରା ସଫଳ ହେବ।

 

4/12

କର୍କଟ: ଦେହ ଭଲ ରହିବ। ମନରେ ସ୍ଥିରତା ଆସିବ । ଦୂରଯାତ୍ରା ସଫଳ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମଧ୍ୟ ଦୂରଯାତ୍ରାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ପରିକ୍ଷାରେ କୃତକାର୍ଯ୍ୟ ହେବେ।

 

5/12

ସିଂହ: ଦିନଟିରେ ଆପଣଙ୍କ ଦେହ ସୁସ୍ଥ ରହିବ। ମାନସିକ ଶାନ୍ତି ଫେରିପାଇବେ। ଦୂରଯାତ୍ରାର ମଧ୍ୟ ଯୋଗ ରହୁଛି। ବିଳମ୍ୱରେ ହେଲେ ବି କାର୍ଯ୍ୟ ସଫଳ ହେବ। ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ।

6/12

କନ୍ୟା: ଦେହ ଭଲ ରହିବ ନାହିଁ । ଉଦାସିନତା ମନୋଭାବ ରହିବ। କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦି ବିଜୟ ହାସଲ କରିବେ। ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ। ଦାମ୍ପତ୍ୟ ଜୀବନରେ ମଧ୍ୟ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

7/12

ତୁଳା: ଉଭୟ ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ। ପରିକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି।

8/12

ବିଛା: ମନ ଭଲ ରହିବା ସହ ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଲାଭବାନ ହେବେ। ପୂଜାର୍ଚ୍ଚନା ପ୍ରତି ମନ ବଳିବ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହୋଇପାରେ। ସହକର୍ମୀଙ୍କ ସହାୟତାରେ ଆଗକୁ ବଢିବେ।

 

9/12

ଧନୁ: ଦେହ ପୂର୍ବପରି ରହିବ। କିନ୍ତୁ ମନ ସାମାନ୍ୟ ବିଚଳିତ ହୋଇପାରେ। ଆଧ୍ୟାତ୍ମିକ ଭାବନା ସୃଷ୍ଟିହେବ। ପରିବାର ସହ ଦୂରସ୍ଥାନକୁ ଭ୍ରମଣ କରିବାର ଯୋଜନା କରିବେ। ପ୍ରେମ ସମ୍ପର୍କ ସୁମଧୁର ହେବ

10/12

ମକର: ଶରୀର ସୁସ୍ଥ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟଶୈଳୀ ଆପଣାଇବେ। ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା ବିଶେଷ ଫଳପ୍ରଦ ହୋଇନପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି।

11/12

କୁମ୍ଭ: ପୂର୍ବାପେକ୍ଷା ଦେହ ଭଲ ରହିବ। ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ଖର୍ଚ୍ଚ କମ୍ ଓ ଲାଭ ଅଧିକ ହେବ। ପାରିବାରିକ ନୀତି ନିୟମ ମାନି ଚଳିବାକୁ ବାଧ୍ୟ ହେବେ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

 

12/12

ମୀନ: ଶାରିରିକ ପିଡାରୁ ମୁକ୍ତି ପାଇବେ। ଘରୋଇ ବିବାଦକୁ ନେଇ ମନ ସାମାନ୍ୟ ଖରାପ ହୋଇପାରେ। ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ। ଦୂରଯାତ୍ରା ଫଳପ୍ରଦ ହେବ। ବ୍ୟବସାୟରେ ଭଲ ଲାଭ ହେବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link