Today Horoscope: କର୍କଟ ସହ ଏହି ୩ ରାଶି ପାଇଁ ମାଡ଼ି ଆସିବ ବିପଦ! ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?

Horoscope Today 8 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Mon, 08 Jan 2024-5:50 am,
1/12

ମେଷ:  ଏହି ରାଶିର ଲୋକଙ୍କ ପାଇଁ ଆଜିର ଅତ୍ୟନ୍ତ ଶୁଭଦାୟୀ ରହିବ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। କ୍ୟାରିୟରରେ ବିଶେଷ ସଫଳତା ପାଇବେ।  ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂଯୋଗ ସ୍ଥାପନ ହେବ । ମହାଦେବଙ୍କ କୃପାରୁ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।  

 

2/12

ବୃଷ: ପରିବାର ସଦସ୍ୟଙ୍କ ସମ୍ପର୍କ ମଧୁର ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଅଚାନକ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଭାବପ୍ରବଣତାବଶତଃ ପ୍ରଭାବିତ ହୋଇ ଅସୁବିଧାରେ ପଡ଼ିପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ରପ୍ତାନୀ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟାର ସମାଧାନ ହେବ।

 

3/12

ମିଥୁନ: ଆଜି ଦିନରେ ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ତେଣୁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ଅଯଥା ବିବାଦରେ ଫସି ପାରନ୍ତି। 

 

4/12

କର୍କଟ:  ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସୁଖଶାନ୍ତି ଦେଖାଦେଖ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ବିଭିନ୍ନ ପ୍ରଶଂସନୀୟ ହେବେ। 

 

5/12

ସିଂହ: କିଛି ନୂଆ କରିବା ନେଇ ଚେଷ୍ଟା କରିପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସନ୍ତାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଯୁକ୍ତି ତର୍କ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।

 

6/12

କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନୀ ବା ଚୋରି ହେବାର ସମ୍ଭାବନା ରହିଛି। 

7/12

ତୁଳା: ପୁରୁଣା ବନ୍ଧୁ୍ଙ୍କ ସହ ସାକ୍ଷାତ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଶୁଭ ଅଟେ। କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ବାରା ସଫଳତା ମିଳିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସାଙ୍ଗମାନଙ୍କ ସହ ଦୂରସ୍ଥାନକୁ ଭ୍ରମଣ ନେଇ ଯୋଜନା କରିପାରନ୍ତି ।

 

8/12

ବିଛା: ଆର୍ଥକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ଆଚରଣ ଯୋଗୁଁ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଉଚିତ୍ ହେବନାହିଁ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

9/12

ଧନୁ: ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ସହଯୋଗର ହାତ ବଢାଇବେ। ନିକଟ ସମ୍ପର୍କୀୟଙ୍କଠାରୁ ସୁସସ୍ବାଦ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି ।

 

10/12

ମକର: ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଦୃଢ ହେବ । କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ ।

 

11/12

କୁମ୍ଭ:  ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। 

12/12

ମୀନ: ସାବଧାନର ସହ କାମ କଲେ ଲାଭବାନ ହେବେ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link