Today Horoscope: ମିଥୁନ -ସିଂହ ସହ ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 9 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୯ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Wed, 09 Oct 2024-6:08 am,
1/12

ମେଷ:  ଆଜି ଏହି ରାଶିର ଲୋକଙ୍କ ପାଇଁ ବେଶ ଶୁଭ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟୀମାନ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଘରେ ସୁଖ-ଶାନ୍ତିର ବାତା ବରଣ ରହିବ। ନିଜର ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ସ୍ବାସ୍ଥ୍ୟ ଭଲ ରହିବ।

ALSO READ: Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ୫ରାଶିଙ୍କୁ ଦେବ ଶୁଭଫଳ, କିଣିବେ ନୂଆ ଗାଡି, ବ୍ୟବସାୟରେ ହେବ ଉନ୍ନତି!

2/12

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ । କାର୍ଯ୍ୟଭାର ବଢ଼ିପାରେ ।  ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ ।  ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ । ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ ।

3/12

ମିଥୁନ:  ଆଜି ଦିନଟି ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ। ମାନସିକ ସୁସ୍ଥତା କମ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଧନ ଖର୍ଚ୍ଚର ଯୋଗ ଅଛି।

4/12

କର୍କଟ: ଆଜି ଆପଣଙ୍କ ପାଇଁ ଦିନଟି ବେଶ୍ ଶୁଭଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ନିଜ ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ହେବ। ଜୀବନସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। 

 

5/12

ସିଂହ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସତର୍କତାର ସହ ଚଳିବାକୁ ପଡିବ।  କଳହ ଏବଂ ଚର୍ଚ୍ଚାରୁ ଦୂରରେ ରହିଲେ ଦିନର ଭଲରେ କଟିବ। ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ପୀଡା଼ ହୋଇପାରେ। ସେୟାର ବଜାରେ କୌଣସି ପ୍ରକାର ନିବେଶ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। 

 

6/12

କନ୍ୟା:   ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଯାହା ଫଳରେ ମାନସିକ ଶାନ୍ତି ହରାଇବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ। ପିତା-ମାତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବ।

 

7/12

ତୁଳା :  ଆଜି ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ। ମାନସିକ ସୁସ୍ଥତା କମ୍ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁ ନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଧନ ଖର୍ଚ୍ଚର ଯୋଗ ଅଛି।

 

8/12

ବିଛା:  ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ବହୁତ ଲାଭଦାୟୀ ଅଟେ। ପାରିବାରିକ ବାତାବରଣ ମଧ୍ୟ ସୁଖ ଶାନ୍ତି ପୂର୍ଣ୍ଣ ରହିବ। ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ। ବ୍ୟବସାୟ ସ୍ଥଳରେ ସହକର୍ମୀ ଆପଣଙ୍କ ପାଇଁ ସହାୟକ ହେବେ। ମଧ୍ୟାହ୍ନ ପରେ ମନୋରଞ୍ଜନର ଆନନ୍ଦ ଲୁଟି ପାରିବେ। ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ ହେବ। ଭାଗିଦାରୀ ସହିତ ସମ୍ଭାଳିକରି କାର୍ଯ୍ୟ କରନ୍ତୁ।

 

9/12

ଧନୁ: ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ଶାରୀରିକ ଫୂର୍ତ୍ତିର ଅଭାବ ରହିବ। ମାନସିକ ବ୍ୟଗ୍ରତା ମଧ୍ୟ ରହିବ। ଧନ ଏବଂ କୀର୍ତ୍ତିର ହାନି ହେବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ନିକଟ ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନକୁ ଚୋଟ ପହଁଚିବାର ପ୍ରସଙ୍ଗ ବନିବ।

 

10/12

ମକର : ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିବ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ବନ୍ଧୁମାନଙ୍କ ସହ ଭେଟ ହୋଇ ମନ ଖୁସି ରହିବ। କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମିଳିବ। ସ୍ନେହ ସମ୍ବନ୍ଧ ବନିବ।

11/12

କୁମ୍ଭ: ପ୍ରଭୁ ଗଣେଶଙ୍କ କୃପାରୁ ଆଜିର ଦିନ ଆପଣଙ୍କ ପାଇଁ ବେଶ୍ ଖାସ୍ ରହିବ।  ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। କାର୍ଯ୍ୟାଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପଦୋନ୍ନତିର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ଶାରୀରିକ ହାନିର ଯୋଗ ହେବାରୁ ସମ୍ଭାଳିକରି ରୁହନ୍ତୁ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ଭେଟ ହେବ। ମାନସିକ ରୂପରେ ଶାନ୍ତି ରହିବେ।

 

12/12

ମୀନ: ଆଜି ଆପଣଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ। କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କଳା, ସାହିତ୍ୟ କ୍ଷେତ୍ରରେ କୈାଣସି ପ୍ରକାରର ଅସୁବିଧା ହେବନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link