Today Horoscope: ଏହିସବୁ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ କେମିତି କଟିବ ଆପଣ ଶୁକ୍ରବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Fri, 12 Jan 2024-5:50 am,
1/12

ମେଷ ରାଶି: ଆଜି ପାରିବାରିକ ଜୀବନରେ ଛୋଟ ବଡ଼ ବିବାଦ ଦେଖାଦେବ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦମ୍ପତିଙ୍କ ଲାଗି ଦିନଟି ଭଲରେ କଟିବ।

2/12

ବୃଷ ରାଶି: ଆଜି ପ୍ରାତଃ ସମୟରେ କରିଥିବା ଯାତ୍ରା ସଫଳ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନକୁ ନେଇ ବିବାଦ ବୃଦ୍ଧି ହେବାର ସମ୍ଭାବନା ରହିଛି। କଠୋର ପରିଶ୍ରମ ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିବାରରେ ସମସ୍ୟା ଉପୁଜିପାରେ ।

3/12

ମିଥୁନ ରାଶି: ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ଦିନଟି ଅତିବାହିତ କରିବେ ।

4/12

କର୍କଟ ରାଶି: ଅର୍ଥ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ନିଜ ନିଜର ଫାଇଦା ଲାଗି ବନ୍ଧୁମାନେ ମନଲୋଭା କଥା କହିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିବ। ପରିବାର ସହ ହସଖୁସିରେ ସମୟ ବିତିବ ।

5/12

ସିଂହ ରାଶି: ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆତ୍ମୀୟସ୍ବଜନଙ୍କ ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ ଦେବ। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷତି ସହିବାକୁ ପଡ଼ିବ ।

6/12

କନ୍ୟା ରାଶି: ଆଜି ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁଁ ପରିବାର ସହ ସମୟ ବିତାଇପାରିବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଭୁଲ୍ ବୁଝାମଣା ଯୋଗୁଁ ସମ୍ପର୍କରେ ତିକ୍ତତା ଆସିପାରେ ।

7/12

ତୁଳା ରାଶି: ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦ ଓ ମର୍ଯ୍ୟାଦା ବୃଦ୍ଧି ହେବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

8/12

ବିଛା ରାଶି: ପାରିବାରିକ ସମସ୍ୟା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ନାହିଁ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ କ୍ରମଶଃ ହ୍ରାସ ପାଇବ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

9/12

ଧନୁ ରାଶି: ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଉଚ୍ଚ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତି ତର୍କ ଲାଗିପାରେ।

10/12

ମକର ରାଶି: ଆଜି ଆପଣଙ୍କ କଥା ଓ କାମରେ ତାଳ ମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।

11/12

କୁମ୍ଭ ରାଶି: ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ନିଶ୍ଚିତ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ୍ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ । ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

12/12

ମୀନ ରାଶି: ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭା, ସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଦିନଟି ଭଲରେ କଟିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link