Horoscope: ଆଡୁଆ ବଢିବା ସହ ଦେଖାଦେବ ବିବାଦ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....
ମେଷ ରାଶି: ମଉଜ ମଜଲିସରେ ଦିନଟି କଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ପୁରୁଣା ମକଦ୍ଦମାରେ ସଫଳ ହେବେ । ବେପାରରେ କ୍ଷତି ସହିବାକୁ ପଡ଼ିପାରେ ।
ବୃଷ ରାଶି: ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ହୋଇପାର। ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।
ମିଥୁନ ରାଶି: କାର୍ଯ୍ୟବ୍ୟସ୍ତତା ଯୋଗୁଁ କୌଣସି କାମ ଠିକ୍ ସମୟରେ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କର୍କଟ ରାଶି: ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।
ସିଂହ ରାଶି: ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ । ଜମିଜମା ବିବାଦରେ ସଫଳତା ମିଳିବ।
କନ୍ୟା ରାଶି: ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ଧନ ସଂଚୟ ପାଇଁ ଦିନଟି ବେଶ ଉତ୍ତମ ରହିବ । ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିବ।
ତୁଳା ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟ ସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ହଠାତ୍ ଦୂରସ୍ଥାନକୁ ଭ୍ରମଣ କରିବାକୁ ପଡ଼ିପାରେ। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ।
ବିଛା ରାଶି: ନୂତନ କାର୍ଯ୍ୟ ଆରମ୍ଭ ଲାଗି ଦିନଟି ଶୁଭ ରହିବ । ଅନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ଓଲଟା କଥା କହି ଯୁକ୍ତି ତର୍କର ଆଶ୍ରୟ ନେଇପାରନ୍ତି।
ଧନୁ ରାଶି: ଆଜି ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସହଯୋଗ ପାଇ ଖୁସି ହେବେ। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା ସହ ଦୂରଯାତ୍ରାର ସୁଯୋଗ ଲାଭ କରି ଖୁସି ହେବେ। ଜମିଜମା କାରବାର ନେଇ ଫଳପ୍ରଦ ଆଲୋଚନା କରିପାରନ୍ତି । ବ୍ୟବସାୟରେ କ୍ଷତି ହେବା ନେଇ ଯୋଗ ରହିଛି ।
ମକର ରାଶି: ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ମନର ଶାନ୍ତିକୁ ଭଙ୍ଗ କରିବ। ଈଶ୍ଵରଙ୍କର ନାମ ସ୍ମରଣ କରି ଶାନ୍ତି ପାଇବେ। ଯାତ୍ରା ସମୟରେ ସର୍ତକ ରୁହନ୍ତୁ । ଗୃହସ୍ଥ ଜୀବନରେ ଆନନ୍ଦ ଓ ଶାନ୍ତି ଲାଗି ରହିବ । ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତିତ ରହିବେ।
କୁମ୍ଭ ରାଶି: କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବା ନେଇ ଯୋଗ ରହିଛି । ପରିବାରରେ ବିବାଦ ଦେଖାଦେଲେ ମଧ୍ଯ ଏହାର ସମାଧାନ ବାଟ ବାହାରିବ । ଦୀର୍ଘ ଦିନର ସମସ୍ୟା ଯୋଗୁଁ ମାନସିକ କ୍ଳାନ୍ତ ଅନୁଭବ କରିବେ ।
ମୀନ ରାଶି: ଘରେ ଲାଗି ରହିଥିବା ଅଶାନ୍ତି ହିଁ ଚ଼ିନ୍ତାର କାରଣ ହେବ । ଦିନ ତମାମ୍ ଉତ୍ଥାନ ପତନ ଲାଗି ରହିବ। ମିତ୍ର ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତ କରି ଖୁସି ହେବେ। ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଦେଖାଦେଇପାରେ।