Horoscope Today: ଅଯଥା ଖର୍ଚ୍ଚ ବଢିବା ସହ ବିବାଦରେ ଫସି ପାରନ୍ତି ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୩୦ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Mon, 30 Oct 2023-5:50 am,
1/12

ମେଷ ରାଶି-  ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ର କରି ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳିପାରେ।

 

2/12

ବୃଷ ରାଶି- ସାମାଜିକ ସ୍ତରରେ ଅପ୍ରିୟ ସତ କଥା କହି ବିରୋଧୀ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରି ବିଜୟ ହେବେ। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରି ସମାଲୋଚିତ ହୋଇପାରନ୍ତି। ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ।

 

3/12

ମିଥୁନ ରାଶି- ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ବିବାଦ ବଢ଼ିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଦିନଟି ଜଗି ରଖି ଚଳିବା ଉଚିତ୍। 

 

4/12

କର୍କଟ ରାଶି- ଆଜି ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତ୍ତିରେ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ।

5/12

ସିଂହ ରାଶି- ଆଜି ଦିନରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଆନୁଷ୍ଠାନିକ କାମରେ ଉପକୃତ ହୋଇପାରନ୍ତି।

6/12

କନ୍ୟା ରାଶି- ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ।ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

7/12

ତୁଳା ରାଶି- ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

 

8/12

ବିଛା ରାଶି - ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।  ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ । ଆପଣ ଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ରଚନାମତ୍କ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।

9/12

ଧନୁ ରାଶି- ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।

10/12

ମକର ରାଶି- ଆଜି ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଅଯଥା ଖର୍ଚ୍ଚ ବଢିବା ସହ ବିବାଦରେ ଫସି ପାରନ୍ତି।

 

11/12

କୁମ୍ଭ ରାଶି- ଆଜି କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁ ମାନଙ୍କ ସାହାଯ୍ୟ ଦରକାର ପଡିପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ମନ ଦେଇ କାର୍ଯ୍ୟ କଲେ ଉପକୃତ ହେବେ।

 

12/12

ମୀନ ରାଶି- ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ। ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link