Horoscope Today: ଅର୍ଥହାନୀ ସହ ଦାମ୍ପତ୍ୟ ଜୀବନରେ ଦେଖାଦେବ ବିଭ୍ରାଟ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ଜୀ ଓଡ଼ିଶା ଡେସ୍କ Wed, 04 Oct 2023-5:50 am,
1/12

Horoscope Today Oct 4 2023: ମେଷ ରାଶି: କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କ ସହ ସାକ୍ଷାତ କରିବେ। ପାରିବାରିକ ଅସହଯୋଗ କାରଣରୁ ଶେଷ ପର୍ଯ୍ୟାୟରେ କାର୍ଯ୍ୟ ଅଧାରେ ଅଟକିଯିବ। ପାରିବାରିକ ଚାପ ନେଇ ମାନସିକ ଚିନ୍ତାଗସ୍ତ ରହିବେ।

2/12

ବୃଷ ରାଶି: ମାନସିକ ସ୍ବାସ୍ଥ୍ୟ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ ନେଇ ମନ ଦୁଃଖ ରହିବ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।

3/12

ମିଥୁନ ରାଶି: ସ୍ବାସ୍ଥ୍ୟରେ ଉନ୍ନତି ଘଟିବ । ସହକର୍ମୀମାନେ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ କାମ ହାସଲ କରିବା କଷ୍ଟକର ହୋଇପଡି଼ବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।

4/12

କର୍କଟ ରାଶି: କୌଣସି ଏକ କାର୍ଯ୍ୟକୁ ନେଇ ଅନୁତାପ କରିପାରନ୍ତି। ବନ୍ଧୁମାନଙ୍କ ଗ୍ରହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କରେ ତିକ୍ତତା ଆସିପାରେ। ବ୍ୟବସାୟକୁ ନେଇ ଚିନ୍ତିତ ରହିବେ । ଅର୍ଥହାନୀ ନେଇ ଯୋଗ ରହିଛି ।

5/12

ସିଂହ ରାଶି: କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ନେଇ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ ଚିନ୍ତା ବଢିବ। ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି। ସୁସମ୍ବାଦ ପାଇ ଖୁସି ଅନୁଭବ କରିବେ ।

6/12

କନ୍ୟା ରାଶି: ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରିପାରନ୍ତି। ସାହିତ୍ୟ ଓ କଳା କ୍ଷେତ୍ରରେ ପ୍ରଶଂସିତ ହେବେ।

7/12

ତୁଳା ରାଶି: ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜିଦ୍‌ଖୋର ମନୋଭାବ ତ୍ୟାଗ କରି ଶ୍ରଦ୍ଧା ଭାଜନ ହେବେ । ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବ ହୋଇପାରେ।

8/12

ବିଛା ରାଶି: ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଆଲୋଚନା ଦ୍ୱାରା ବଡ଼ ବଡ଼ ସମସ୍ୟାର ସରଳ ସମାଧାନ ହେବ। ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ। କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ରହିବ । ବ୍ୟବସାୟରେ ଲାଭ ପ୍ରଦ ହେବେ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ ।

9/12

ଧନୁ ରାଶି: ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପ୍ରିୟଜନଙ୍କ ସହ ସମ୍ପର୍କହାନୀ ଯୋଗୁଁ ଚିନ୍ତା ବଢିବ। ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଛାତ୍ରଛାତ୍ରଙ୍କ ଦିନଟି ଶୁଭ ରହିବ ।

10/12

ମକର ରାଶି: କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ପୂରା କରିବେ । ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କଲେ ସମସ୍ୟା ସମାଧାନ ହେବ। ଦୂରନସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ ।

11/12

କୁମ୍ଭ ରାଶି: ନିଜ ଲୋକମାନଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସମର୍ଥ ହେବେ। ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

12/12

ମୀନ ରାଶି: ଲକ୍ଷ୍ୟ ପୂରଣ ଦିଗରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟର ହାତ ବଢାଇବେ । କୌଣସି କ୍ଷେତ୍ରରେ ତରବରିଆ ଭାବେ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link