ଆଜି ମଙ୍ଗଳବାର: ଏମିତି କରନ୍ତୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା... ଦୂର ହେବ ସବୁ ସଂକଟ

ମଙ୍ଗଳବାର ଦିନରେ ସଙ୍କଟମୋଚାନ ପ୍ରଭୁ ହନୁମାନଙ୍କୁ ପୂଜା କରିବାର ରୀତିନୀତି ବହୁ ପୂର୍ବରୁ ରହିଛି । ପ୍ରଭୁ ହନୁମାନଙ୍କ ଅସାଧାରଣ ଶକ୍ତି ଏବଂ ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି ପାଇଁ ତାଙ୍କୁ ବିଶେଷ ଭାବରେ ପୂଜା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ, ରାମ ଭକ୍ତଙ୍କ ପୂଜା ପାଇଁ ବିଭିନ୍ନ ପଦ୍ଧତିମାନ ଦିଆଯାଇଛି । ଯାହାଦ୍ୱାରା ଆପଣ ସେପରି

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 26 Dec 2023-5:39 am,
1/7

ଭଗବାନ ହନୁମାନଙ୍କୁ ସନ୍ତୁଷ୍ଟ କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କୁ ଭକ୍ତି ସହିତ ଉପାସନା କରିବା । ଆପଣ ଯଥାସମ୍ଭବ ପ୍ରଭୁ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

2/7

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରଭୁ ହନୁମାନ ଲାଲ ରଙ୍ଗକୁ ବହୁତ ଭଲ ପାଆନ୍ତି। ଯଦି ଆପଣ ପ୍ରଭୁ ହନୁମାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ଆପଣ ନାଲି ରଙ୍ଗର ପୋଷାକ ପିନ୍ଧିବା ସହିତ ହନୁମାନଙ୍କୁ ମଧ୍ୟ ନାଲି ରଙ୍ଗର ପୋଷାକ ପରିଧାନ କରାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ପ୍ରଭୁ ହନୁମାନ ଶକ୍ତି ଏବଂ ସାହସ ପ୍ରଦାନ କରିବେ ।

3/7

ପୂଜା କରିବା ସମୟରେ ପ୍ରଭୁ ହନୁମାନଙ୍କୁ ଲଡୁ ଏବଂ ବେସନ ବର୍ଫି ପ୍ରସାଦ ଭାବରେ ଚଢାନ୍ତୁ । ଏହା କରିବା ଶୁଭ ବୋଲି ବିବେଚନା କରାଯାଏ । କାରଣ ପ୍ରଭୁ ହନୁମାନ ମିଠା ଖାଦ୍ୟ ପସନ୍ଦ କରନ୍ତି ବୋଲି ବିଶ୍ୱାସ କରାଯାଏ।

4/7

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିର ପରିଦର୍ଶନ କରିବା ଦ୍ୱାରା ତାଙ୍କ ପ୍ରତି ଆପଣଙ୍କ ମନରେ ଥିବା ନିଷ୍ଠା ପରିପ୍ରକାଶ ହୋଇଥାଏ । ତେଣୁ ସମ୍ଭବ ହେଲେ ଆପଣ ନିୟମିତ ମଙ୍ଗଳବାର ଦିନ ମନ୍ଦିରରେ ପ୍ରଭୁ ହନୁମାନଙ୍କ ଦର୍ଶନ କରନ୍ତୁ ।

5/7

ଭଗବାନ ହନୁମାନଙ୍କୁ ଧ୍ୟାନ କରିବା ସହିତ ତାଙ୍କର ପ୍ରିୟ ମନ୍ତ୍ର “ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ” ଜପ କରନ୍ତୁ । କୁହାଯାଏ ଯେ, ଏହି ମନ୍ତ୍ର ଜପ କରିବା ଦ୍ୱାରା ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହିଥାଏ ।

6/7

ବଜରଙ୍ଗବାଲିଙ୍କୁ ଖୁସି କରିବାର ସର୍ବୋତ୍ତମ ଉପାୟ ହେଉଛି ହନୁମାନ ଚାଲିସା ପାଠ କରିବା । ପ୍ରତିଦିନ ଯେଉଁମାନେ ହନୁମାନ ଚାଲିସା ପାଠ କରନ୍ତି ସେମାନଙ୍କ ଉପରେ ରାମଭକ୍ତ ହନୁମାନଙ୍କ ବିଶେଷ କରୁଣା ରହିଥାଏ ।

7/7

ସୂଚନାଯୋଗ୍ୟ, ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜି ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ତଥ୍ୟ ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link