Today Petrol Diesel Price: ବଢିଲା ତୈଳଦର, ପେଟ୍ରୋଲ ଭରିବା ଆଗରୁ ଜାଣି ନିଅନ୍ତୁ ଆଜିର ମୂଲ୍ୟ

Petrol Diesel Price: ନୂଆଦିଲ୍ଲୀ: ଆଜି ଗୁରୁବାର ସେପ୍ଟେମ୍ବର ମାସ ୨୬ ତାରିଖରେ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି।

Prabhudatta Moharana Thu, 26 Sep 2024-6:34 am,
1/4

Petrol Diesel Price: ନୂଆଦିଲ୍ଲୀ: ଆଜି ଗୁରୁବାର ସେପ୍ଟେମ୍ବର ମାସ ୨୬ ତାରିଖରେ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

2/4

ଭୁବନେଶ୍ୱରରେ ତୈଳଦରରେ ଆଜି ୧୪ ପଇସା ବୃଦ୍ଧି ଘଟିଛି ରହିଛି। ଫଳରେ ବୁଧବାର ଭଳି ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୦୬ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୪.୯୫ ଟଙ୍କା, ମୁମ୍ବାଇରେ ୧୦୩.୪୪ ଓ ଚେନ୍ନାଇରେ ୧୦୦.୭୬ ଟଙ୍କାରେ କାରବାର କରୁଛି। ଗୁଡ଼ଗାଓଁରେ ଲିଟର ପିଛା ୧୪ ପଇସା ହ୍ରାସ ପାଇ ୯୪.୯୦ ଓ ନୋଏଡାରେ ୯୪.୭୨ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୪ ପଇସା ବୃଦ୍ଧି ସହିତ ୯୨.୬୪ ଟଙ୍କାରେ କାରବାର କରୁଛି। ସେହିପରି ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୧.୭୬ ଟଙ୍କା, ମୁମ୍ବାଇ ୮୯.୯୭ ଟଙ୍କା, ଚେନ୍ନାଇ ୯୨.୩୫ କାରବାର କରୁଥିବା ଦେଖିବାକୁ ମିଳିଛି।  

 

3/4

ଏମିତି ଭାବେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

 

4/4

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ: ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link