Krishna Mukherjee`s Wedding Pics: ହାତକୁ ଦି ହାତ ହେଲେ ‘ୟେ ହେ ମହବତୈଁ’ ଫେମ୍‌ କୃଷ୍ଣା ମୁଖାର୍ଜୀ

Krishna Mukherjee`s Wedding Pics: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ହେ ମହବତୈଁ’ ଧାରାବାହିକ ଫେମ୍‌ କୃଷ୍ଣା ମୁଖାର୍ଜୀ(TV actress Krishna Mukherjee) ବିବାହ (married) ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଏହି ଧାରାବାହିକରେ ଅନେକ ଲୋପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଜଣକ ଏବେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Tue, 14 Mar 2023-6:16 pm,
1/5

‘ୟେ ହେ ମହବତୈଁ’ ଧାରାବାହିକ ଫେମ୍‌ କୃଷ୍ଣା ମୁଖାର୍ଜୀ ମଧ୍ୟ ଏହି ବିବାହରେ ଖୁବ୍ ଖୁସିଥିବା କହିଛନ୍ତି । ଏନେଇ ସେ ନିଜ ସୋସିଆଲ ମିଡିଆରେ ବିବାହର କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଲେଖିଛନ୍ତି, ‘ବଙ୍ଗୀୟ ଯୁବତୀ ଜଣକ ପୂରା ଜୀବନ ପାଇଁ ପାର୍ସୀ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆମ ଜୀବନର ସ୍ବତନ୍ତ୍ର ଓ ବଡ଼ ଦିନ ପାଇଁ ଆମେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ।’

 

2/5

କୃଷ୍ଣାଙ୍କ ବିବାହରେ କରଣ ପଟେଲ,ଅନିତା ହସନନ୍ଦାନି, ଅଲି ଗୋନି ଓ ତାଙ୍କ ପ୍ରେମିକା ଜସ୍ମିନଙ୍କୁ ଦେଖିବାକୁ ମିଳିଛି। 

 

3/5

ଏ ସମସ୍ତଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 

4/5

ଗତ ୧୧ ତାରିଖରୁ ତାଙ୍କ ବିବାହ ରୀତି ସବୁ ଆରମ୍ଭ ହୋଇ ଯାଇଥିଲା। ପ୍ରଥମେ ତାଙ୍କର ମେହେନ୍ଦୀ ଉତ୍ସବ ହୋଇଥିଲା। ମେହେନ୍ଦୀ ଉତ୍ସବର ତାଙ୍କର କିଛି ଫଟୋ ବି ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହୋଇଥିଲା। ଉତ୍ସବରେ ସେ ଏକ ମେହେନ୍ଦୀ ରଂଗର ପୋଷାକ ପିନ୍ଧି ଏକଦମ ବିନ୍ଦାସ ଅନ୍ଦାଜରେ ଫଟୋ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଥିଲେ। ତା’ପରେ ହଳଦୀ ଓ ସଂଗୀତ ଉତ୍ସବର ଫଟୋ, ଭିଡିଓ ବି ଦେଖିବାକୁ ମିଳିଥିଲା।

 

5/5

ତେବେ, ଉଭୟ ପରପ୍ପରକୁ ଦିର୍ଘ ଦିନ ଧରି ଭଲ ପାଉଥିଲେ। ଏବଂ ଡେଟ କରୁଥିଲେ। ଏପରିକି ବିଭିନ୍ନ ଆଓ୍ବାର୍ଡ ଫଙ୍କସନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link