Mohammed Siraj: ମହମ୍ମଦ ସିରାଜଙ୍କ ଘରେ ପହଞ୍ଚି `ହାଇଦ୍ରାବାଦ ବିରିୟାନି` ଉପଭୋଗ କଲେ ବିରାଟ କୋହଲି

Mohammed Sirajs New House: ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳୀ ଆରସିବି ବୋଲର ମହମ୍ମଦ ସିରାଜଙ୍କ ନୂଆ ଘରେ ଭୋଜି ପାଇଁ ପହଞ୍ଚିଥିଲେ।

Tue, 16 May 2023-6:56 pm,
1/4

ସଦ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ଏହାର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କିଛି ଫଟୋ ସେୟାର କରିଛି। ଯେଉଁଥିରେ ବିରାଟ କୋହଲି ମହମ୍ମଦ ସିରାଜ ଏବଂ ତାଙ୍କ ପରିବାରଙ୍କ ସହ ନଜର ଆସିଛନ୍ତି। ବିରାଟ କୋହଲିଙ୍କ ବ୍ୟତୀତ ସମଗ୍ର ଆରସିବି ଦଳ ସିରାଜଙ୍କ ଘରେ ପହଞ୍ଚିଥିଲେ। ଏହି ଫଟୋ ସେୟାର କରିବା ବେଳେ ଆରସିବି ଏନେଇ ଏକ ମଜାଳିଆ କ୍ୟାପସନ୍ ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ଯେ "ହାଇଦ୍ରାବାଦ ବିରିୟାନୀ ସମୟ ଆସିଯାଇଛି।"

2/4

ଏହା ପୂର୍ବରୁ ସୋସିଆଲ ମିଡିଆ ଦୁନିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦଳର ଅଧିନାୟକ ଫାଫ ଡୁ ପ୍ଲେସିସ୍ ଏବଂ ବାକି ଖେଳାଳିମାନେ ଭୋଜି ପାଇଁ ମହମ୍ମଦ ସିରାଜଙ୍କ ନୂଆ ଘରେ ପହଞ୍ଚିଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଆରସିବି ଖେଳାଳି ମହମ୍ମଦ ସିରାଜଙ୍କୁ ଆଲିଙ୍ଗନ କରୁଛନ୍ତି। ତାଙ୍କୁ ତାଙ୍କର ନୂତନ ଘର ପାଇଁ ଅଭିନନ୍ଦନ ଜଣାଇଛନ୍ତି। 

3/4

ଯଦି ଆମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଏହି ତାରକା ଖେଳାଳିଙ୍କ ସଂଘର୍ଷ ବିଷୟରେ କହିବା, ତାହେଲେ ତାଙ୍କ ପାଇଁ ସଫଳତାର ଯାତ୍ରା ମଧ୍ୟ ସହଜ ହୋଇନାହିଁ। କିଛି ଦିନ ପୂର୍ବେ ଏକ ତାଙ୍କର ସାକ୍ଷାତକାର ସାମ୍ନାକୁ ଆସିଥିଲା। ଯେଉଁଥିରେ ମହମ୍ମଦ ସିରାଜ ପିଲାଦିନରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା ଏବଂ ତାଙ୍କୁ କେଉଁ ପ୍ରକାରର ସମସ୍ୟାର ସାମ୍ମା କରିବାକୁ ପଡ଼ିଥିଲା ତାହା ସେ କହିଥିଲେ।

4/4

ମହମ୍ମଦ ସିରାଜଙ୍କ ପିଲାଦିନ ଦାରିଦ୍ର୍ୟତା ମଧ୍ୟରେ ଅତିବାହିତ ହୋଇଥିଲା। ତାଙ୍କ ପିତା ଜଣେ ଅଟୋ ଚଳାଉଥିଲେ। ପ୍ରଥମ ଦିନରେ ମଧ୍ୟ ଅଭ୍ୟାସ ପାଇଁ ମହମ୍ମଦ ସିରାଜଙ୍କ ପାଖରେ ଜୋତା ମଧ୍ୟ ନଥିଲା। ଏହା ସତ୍ତ୍ୱେ ସେ କଠିନ ପରିଶ୍ରମ କରିଥିଲେ। ଆଜି ଏହି ବୋଲର ଦୁନିଆର ସର୍ବୋତ୍ତମ ବୋଲର ଭାବରେ ଉଭା ହୋଇଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link