Virat Kohli 76th Century: ବିରାଟ କୋହଲିଙ୍କ ୧୦ଟି ଦେଶ ବିରୁଦ୍ଧରେ ଲଗାଇସାରିଛନ୍ତି ୭୬ ଶତକ, ଏହି ଦେଶ ହେଉଛି ତାଙ୍କର ଅତି ପ୍ରିୟ, ପଛରେ ରହିଗଲେ ସଚିନ୍

Jagdish Barik Sat, 22 Jul 2023-8:39 am,
1/7

Virat Kohli total centuries: ବିରାଟ କୋହଲି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୭୬ ତମ ଶତକ ହାସଲ କରିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସେ ଏହି ବଡ ସଫଳତା ହାସଲ କରିଛନ୍ତି । ପୂର୍ବତନ ଅଧିନାୟକ କୋହଲିଙ୍କ ଏହା ହେଉଛି ୨୯ ତମ ଟେଷ୍ଟ ଶତକ । ସେ ଦିନିକିଆରେ ୪୬ଟି ଓ ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ଶତକ ହାସଲ କରିଛନ୍ତି । ଟେଷ୍ଟ ବିଷୟରେ କହିବାକୁ ଗଲେ, ୨୫୪ ଅପରାଜିତ ହେଉଛି ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ।

2/7

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୮୦ ବଲରେ ବିରାଟ କୋହଲି ନିଜର ଶତକ ପୂରଣ କରିଥିଲେ । ଏହି ଶତକୀୟ ଇନିଂସରେ ୧୦ ଚୌକା ମାରିଥିଲେ । ପରେ ସେ ୧୨୧ ରନ୍ ସ୍କୋର କରି ରନ୍ ଆଉଟ୍ ହୋଇ ଯାଇଥିଲେ । ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୪୩୮ ରନ୍ ସ୍କୋର କରିବା ପରେ ଅଲ ଆଉଟ୍ ହୋଇ ଯାଇଥିଲା । ଏହାର ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ନିଜ ପ୍ରଥମ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୮୬ ରନ୍ ସ୍କୋର କରିଛି । ୨ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୧-୦ ରେ ଆଗରେ ରହିଛି । ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଟିମ୍ ଇଣ୍ଡିଆ ଜିତି ନେଇଥିଲା ।

3/7

ଆନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟ୍ ବିଷୟରେ କହିବାକୁ ଗଲେ ୩୪ ବର୍ଷୀୟ ବିରାଟ କୋହଲି ୧୦ଟି ଦେଶ ବିପକ୍ଷରେ ଶତକ ମାରି ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ସର୍ବାଧିକ ୧୬ଟି ଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ଶ୍ରୀଲଙ୍କା ବିପକ୍ଷରେ ୧୫ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨ ଟି ଶତକ ମାରିସାରିଛନ୍ତି । ଏହା କହିରଖୁଛୁ ଯେ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ପରେ କୋହଲି ଶତକ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

4/7

ବିରାଟ କୋହଲି ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ଟି ଲେଖାଏଁ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭, ବାଂଲାଦେଶ ବିପକ୍ଷରେ ୬ଟି, ପାକିସ୍ତାନ ବିପକ୍ଷରେ ୨ଟି, ଆଫଗାନିସ୍ତାନ ଓ ଜିମ୍ବାୱେ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ମାରିସାରିଛ ନ୍ତି। କୋହଲି ତାଙ୍କର ୭୬ ତମ ଶତକ ହାସଲ କରିବାକୁ ୫୫୯ ଇନିଂସ ଖେଳିଥିଲେ । ସଚିନ୍ ତେନ୍ଦୁଲକର ୫୮୭ ଇନିଂସରେ ୭୬ ଶତକ ହାସଲ କରିଥିଲେ । ଏହା କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ । ସେ ବିଶ୍ୱର ପ୍ରଥମ ଖେଳାଳି ଯିଏକି ୫୦୦ ତମ ମ୍ୟାଚରେ ଶତକ ହାସଲ କରିଛନ୍ତି ।

5/7

ବିରାଟ କୋହଲିଙ୍କ ଟେଷ୍ଟ ରେକର୍ଡ ବିଷୟରେ ଆଲୋଚନା କଲେ ସେ ୭ଟି ଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି । ଟେଷ୍ଟରେ ମଧ୍ୟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୮ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୫ଟି ଲେଖାଏଁ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଲେଖାଏଁ ଶତକ ମାରିସାରିଛନ୍ତି । ଏହା ବ୍ୟତୀତ ବାଂଲାଦେଶ ବିପକ୍ଷରେ ୨ଟି ଶତକ ମାରିଛନ୍ତି ।

6/7

ବିରାଟ କୋହଲିଙ୍କ ୨୯ଟି ଟେଷ୍ଟ ଶତକରୁ ୧୫ ଟି ଘରଠାରୁ ଦୂରରେ ମାରିଛନ୍ତି, ଅର୍ଥାତ୍ ସେ ବିଦେଶୀ ମାଟିରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ବିରାଟ ଅଷ୍ଟ୍ରେଲିଆରେ ସର୍ବାଧିକ ୬ଟି ଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜରେ ୨ଟି ଲେଖାଏଁ ଶତକ ମାରିଛନ୍ତି । ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଏକ ଶତକ ଲଗାଇଛନ୍ତି । ଏଥି ସହିତ ସେ ଘରୋଇ ମାଟିରେ ୧୪ଟି ଶତକ ହାସଲ କରିଛନ୍ତି । ବିଦେଶୀ ମାଟି ରେକର୍ଡ ବିଷୟରେ କହିବାକୁ ଗଲେ ସେ କେବଳ ୱେଷ୍ଟଇଣ୍ଡିଜରେ ଦ୍ୱିଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

7/7

ବିରାଟ କୋହଲିଙ୍କ ଟେଷ୍ଟ ରେକର୍ଡ ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ୧୧୧ ଟି ମ୍ୟାଚରେ ୮୬୭୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨୯ଟି ଶତକ ବ୍ୟତୀତ ସେ ମଧ୍ୟ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥି ସହିତ, ୨୭୪ ODI ରେ ସେ ୪୬ଟି ଶତକ ଓ ୬୫ ଅର୍ଦ୍ଧଶତକ ସହାୟତାରେ ୧୨୮୯୮ ରନ୍ ସ୍କୋର କରିଛନ୍ତି । ଏହା ବ୍ୟତୀତ ସେ ୧୧୫ଟି ଟି-୨୦ ମ୍ୟାଚରେ ଏକ ଶତକ ଓ ୩୭ଟି ଅର୍ଦ୍ଧଶତକ ଆଧାରରେ ୪୦୦୯ ରନ୍ ସଂଗ୍ରହ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link