Worlds Largest Cemetery: ବିଶ୍ୱର ସବୁଠୁ ବଡ ଶ୍ମଶାନ, ଯେଉଁଠାରେ ସମାଧି ନେବାକୁ ପ୍ରାର୍ଥନା କରିଥାନ୍ତି ଲୋକ!

Worlds Biggest Cemetery: ଆପଣ ବିଶ୍ୱର ଉଚ୍ଚତମ କୋଠା, ସବୁଠୁ ବଡ ହୋଟେଲ, ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ବୃହତ୍ତମ ଜାହାଜ ବିଷୟରେ ଜାଣିଥିବେ। ହେଲେ କ`ଣ ଆପଣ ବିଶ୍ୱର ସର୍ବ ବୃହତ ଶ୍ମଶାନ କେଉଁଠାରେ ଅବସ୍ଥିତ ରହିଛି ତାହା ଜାଣିଛନ୍ତି। ଯଦି ନୁହେଁ, ତାହେଲେ ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ବଡ଼଼ ଶ୍ମଶାନ ବିଷୟରେ କହୁଛୁ। ଯେଉଁ ଶ୍ମଶାନରେ ପ୍ରତିଦିନ ୨୦୦ କିମ୍ବା ଏହା ଠାରୁ ଅଧିକ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥାଏ। କୁହାଯାଏ ଯେ ଚତୁର୍ଦ୍ଦଶ ଶତାବ୍ଦୀରୁ ଏହି ଶ୍ମଶାନର ଆକାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସହିତ ଜଡିତ କାହାଣୀ ଏବଂ ବିଶ୍ୱାସ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

Sun, 30 Jul 2023-11:48 pm,
1/5

"ୱାଦି ଅଲ ସଲାମ" ନାମକ ଏହି ଶ୍ମଶାନର ଅର୍ଥ ହେଉଛି ଶାନ୍ତିର ଉପତ୍ୟକା। ଶିଆ ମୁସଲମାନଙ୍କ ପାଇଁ ନଜଫ ସହର ଅତ୍ୟନ୍ତ ପବିତ୍ର। ଏହି କାରଣରୁ ଶିଆ ମୁସଲମାନ ସେମାନଙ୍କର ମୃତ ସମ୍ପର୍କୀୟଙ୍କୁ ସମାଧି ଦେବା ପାଇଁ ଏହି ଶ୍ମଶାନକୁ ଆଣିଥାନ୍ତି।

2/5

"ୱାଦି ଅଲ ସଲାମ" ନାମକ ଏହି ଶ୍ମଶାନର ଅର୍ଥ ହେଉଛି ଶାନ୍ତିର ଉପତ୍ୟକା। ଶିଆ ମୁସଲମାନଙ୍କ ପାଇଁ ନଜଫ ସହର ଅତ୍ୟନ୍ତ ପବିତ୍ର। ଏହି କାରଣରୁ ଶିଆ ମୁସଲମାନ ସେମାନଙ୍କର ମୃତ ସମ୍ପର୍କୀୟଙ୍କୁ ସମାଧି ଦେବା ପାଇଁ ଏହି ଶ୍ମଶାନକୁ ଆଣିଥାନ୍ତି।

3/5

ଏଠାରେ ଲକ୍ଷ ଲକ୍ଷ ଲୋକଙ୍କୁ ସମାଧି ଦିଆଯାଇଛି। ହେଲେ ଶିଆ ମୁସଲମାନ କାହିଁକି ନିଜ ସମ୍ପର୍କୀୟଙ୍କୁ ଏହି ଶ୍ମଶାନରେ ସମାଧି ଦେବାକୁ ଚାହିଁଥାନ୍ତି? ଏହାର ଉତ୍ତର ମଧ୍ୟ ବେଶ ଆକର୍ଷଣୀୟ। ଶିଆ ମୁସଲମାନ ଆଇଏସଆଇଏସ ସହିତ ଲଢିବା ପୂର୍ବରୁ ପ୍ରାୟତଃ ଏହି ସ୍ଥାନ ପରିଦର୍ଶନ କରିଥାନ୍ତି। ସେମାନେ ପ୍ରାର୍ଥନା କରିଥାନ୍ତି ଯେ ଯଦି ସେମାନଙ୍କର ମୃତ୍ୟୁ ହୁଏ, ତାହେଲେ ସେମାନଙ୍କ ବଳିଦାନର ପୁରସ୍କାର ସ୍ୱରୂପ "ୱାଦି ଅଲ ସଲାମ" ଶ୍ମଶାନରେ ସେମାନଙ୍କୁ ସମାଧି ଦିଆଯାଉ।

4/5

5/5

"ୱାଦି ଅଲ ସଲାମ" ଶ୍ମଶାନର କ୍ଷେତ୍ର ଦିନକୁ ଦିନ ବଢିଚାଲିଛି। ଯେଉଁ କାରଣରୁ ଏଠାରେ ଜମିର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ କୌଣସି ମୃତକଙ୍କ ଅନ୍ତିମ ସଂସ୍କାର କରିବାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଗତ ୨୦୨୩ ତୁଳନାରେ ଅର୍ଥାତ ଆଜକୁ ଠିକ୍ ୧୦ ବର୍ଷ ପୂର୍ବେ, ଏଠାରେ କାହାକୁ ସମାଧି ଦେବାର ମୂଲ୍ୟ ପ୍ରାୟ ୫ ମିଲିୟନ ଇରାକୀ ଦିନାର ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link