Wednesday Lucky Rashi: ବୁଧବାର ଭଗବାନ ବିଷ୍ଣୁଙ୍କ ବର୍ଷିବ ବିଶେଷ କୃପା, ୬ରାଶି ହେବେ ଧନବାନ

Wednesday Lucky Rashi:ବୈଦିକ ଜ୍ୟୋତିଷ ଶାସ୍ତ୍ର ରେ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତିଟି ରାଶିର ସ୍ୱାମୀ ଗ୍ରହ ହୋଇଥାନ୍ତି। ଗ୍ରହ ନକ୍ଷତ୍ରଙ୍କ ଚଳନରୁ ରାଶିଫଳର ଆକଳନ କରାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୨୫ ସେପ୍ଟେମ୍ବର ୨୦୨୪ ବୁଧବାର ପଡୁଛି। ହିନ୍ଦୁଧର୍ମରେ ବିଷ୍ଣୁଙ୍କ ପୂଜା ଓ ଆରାଧନା ନିଷ୍ଠାର ସହ କରାଯାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ, ୨୫ ସେପ୍ଟେମ୍ବର ଅର୍ଥାତ୍ ବୁଧବାର କିଛି ରାଶିଙ୍କ ପାଇଁ ଶୁଭ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ ସବୁକିଛି...

Rashmita Sahoo Tue, 24 Sep 2024-6:23 pm,
1/6

ବୃଷ ରାଶି ବୁଧବାର ପୁରୁଣା ନିବେଶରୁ ଆପଣ ଭଲ ରିଟର୍ଣ୍ଣ ପାଇବେ। ଧନ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସ୍ କିମ୍ବା ଘରେ ଦାୟିତ୍ୱବୋଧ ବୃଦ୍ଧି ପାଇବ। କ୍ୟାରିୟରରେ ପଦୋନ୍ନତି କିମ୍ବା ମୂଲ୍ୟାଙ୍କନର ସମ୍ଭାବନା ବୃଦ୍ଧି ପାଇବ। ସମ୍ପର୍କୀୟମାନଙ୍କ ସହିତ ପାରିବାରିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରମାନେ ଅପାର ସଫଳତା ପାଇବେ।      Also See: Nisha Maharana Video: ରାସ୍ତାକଡ଼ରେ ଶୋଇଛନ୍ତି ନିଶା ମହାରଣା, ଭିଡିଓ ହେଲା ଭାଇରାଲ

2/6

କର୍କଟ ରାଶି  ପଜିଟିଭ ଚିନ୍ତାଧାରା ରଖନ୍ତୁ ସବୁ ପ୍ରକାର କ୍ଷେତ୍ରରେ ସଫଳତା ହାସଲ କରିବେ। ବୁଧବାର ଧନ ଆପଣଙ୍କର କୌଣସି ଏକ ଡିଲ୍ ଆକାରରେ ଆସିପାରେ। ଏମିତିକି ଧାର ନେଇଥିବା ଟଙ୍କା ଆପଣଙ୍କ ପାଖକୁ ଫେରସ୍ତ ହୋଇପାରେ। ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ଭଗବାନ ବିଷ୍ଣୁଙ୍କୁ ସୁମରଣା କରି ଯାଆନ୍ତୁ ଦେଖିବେ ସଫଳତା ନିଶ୍ଚିତ ପ୍ରକାର ପାଇବେ। କୌଣସି ସ୍ଥାନରେ ଗସିପ୍ ବା ବେଶି କଥାବାର୍ତ୍ତା କରନ୍ତୁ ନାହିଁ ନଚେତ୍ ଝଗଡ଼ା ଉପରକୁ କଥା ଆସିଯାଇପାରେ।  

3/6

କନ୍ୟା ରାଶି  ବୁଧବାର ଦିନ କଠିନ ପରିଶ୍ରମ ଫଳାଫଳ ଦେବ। ବୃତ୍ତିଗତ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ। ଆପଣ ସମସ୍ତ କାର୍ଯ୍ୟରେ ଅପାର ସଫଳତା ପାଇବେ। ରୋମାଣ୍ଟିକ ଜୀବନ ଭଲ ହେବ। ସମ୍ପର୍କରେ ପ୍ରେମ ବୃଦ୍ଧି ପାଇବ। ଆପଣ ନିଜ ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ବିବାହକୁ ନେଇ ଶୁଭ ଖବର ମିଳିବ। ପାରିପାରିକ ଜୀବନ ସୁଖମୟ ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବାର ଯୋଗ ରହିଛି।     

4/6

ତୂଳା ରାଶି ବୁଧବାର ଦିନ ଗୋଟେ ସୁନ୍ଦର ଡାଏଟ ସହ ଏକ୍ସରସାଇଜ୍ ନିଜ ଜୀବନଶୈଳୀରେ ସାମିଲ୍ କରନ୍ତୁ ଦେଖିବେ ଦୂରାରୋଗ୍ୟ ଥିବା ଲୋକ ସୁସ୍ଥ ହେବାକୁ ଲାଗିବେ। ପାରିବାରିକ ଜୀବନ ସୁଖମୟ ହେବ। ଚାକିରି କରୁଥିବା ଲୋକ ଆସି ପଦୋନ୍ନତି ସହ ଖୁସି ଖବର ପାଇବେ । ଦମ୍ପତ୍ତି ମାନଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ପାଇବ। ଦୂରସ୍ଥାନକୁ ଯିବା ପୂର୍ବରୁ ଭଗବାନ ବିଷ୍ଣୁଙ୍କ ଆରାଧନା କରିଯାଆନ୍ତୁ ଶୁଭଫଳ ନିଶ୍ଚିତ ପାଇବେ। 

5/6

କୁମ୍ଭ ରାଶି  କୁମ୍ଭ ରାଶିର ଲୋକମାନେ ବୁଧବାର ଅଫିସରେ ଜଡିତ କୌଣସି କାମରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। କାର୍ଯ୍ୟ ଦାୟିତ୍ୱ ବୃଦ୍ଧି ପାଇବ। ବୁଧବାର ଆର୍ଥିକ ସହ ମାନସିକ ଲାଭ ପାଇଁ ନୂଆ ସୁଯୋଗ ମିଳିବ। ପାର୍ଟନରସିପ୍ ବ୍ୟବସାୟରେ ଅତ୍ୟନ୍ତ ସତର୍କ ରୁହନ୍ତୁ ଏବଂ ଆର୍ଥିକ ପ୍ରସଙ୍ଗରେ କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ନଚେତ୍ କ୍ଷୟକ୍ଷତିର ଆଶଙ୍କା ଅଛି। 

6/6

ମୀନ ରାଶି ବୁଧବାର ଦିନ ମୀନ ରାଶିର ଲୋକ ମାନେ ପାରିବାରିକ ସପୋର୍ଟ ପାଇବେ। ତରତର ହୋଇ କୌଣସି କାମ କରନ୍ତୁ ନାହିଁ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଶୁଭ ରହିବାକୁ ଯାଉଛି। ଦୀର୍ଘ ସମୟ ଧରି ଆପଣଙ୍କୁ ସମସ୍ୟାରେ ପକାଉଥିବା କାମ ଏବେ ଧିରେ ଧିରେ କମିବାକୁ ଲାଗିବ। କୌଣସି ବ୍ୟବସାୟରେ ଇନଭେଷ୍ଟ କରିବା ଟା ବୁଧବାର ସବୁଠୁ ଭଲ ଦିନ।      (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link