Interceptor Vehicle: ଇଣ୍ଟରସେପ୍ଟର ଯାନ କ’ଣ? ଯଦି ଆପଣ ଏହାକୁ ରାଜପଥରେ ଦେଖନ୍ତି, ତାହେଲେ ରୁହନ୍ତୁ ସତର୍କ; ନହେଲେ ...

What Is An Interceptor Vehicle: ରାସ୍ତାରେ ଯାତ୍ରା କରିବା ବେଳେ ବିଭିନ୍ନ ଗାଡ଼ିର ବେଗ ଉପରେ ନଜର ରଖିବା ପାଇଁ ଏକ ଗାଡ଼ି ବ୍ୟବହାର କରିଥାଏ। ଯାହାକୁ ଇଣ୍ଟରସେପ୍ଟର କୁହାଯାଏ।

Fri, 19 May 2023-12:24 am,
1/6

ଆପଣ ନିଶ୍ଚୟ ଦେଖିଥିବେ କିଛି ଲୋକ ରାଜପଥରେ ବେପରୁଆ ଭାବରେ ଓଭର ସ୍ପୀଡିଂ କରୁଥିବାର ଦେଖିବାକୁ ମିଳିଥାଏ। ଗାଡ଼ିର ଦ୍ରୁତ ଗତି ଯାଞ୍ଚ କରିବା ପାଇଁ ପୋଲିସ କର୍ମଚାରୀ ଗୋଟିଏ ଗାଡି ସହିତ ରାଜପଥରେ ଛିଡ଼ା ହୋଇଥାନ୍ତି।

2/6

ଏହି ଗାଡି ପଛରୁ ଆସୁଥିବା ଅନ୍ୟ ଗାଡିର ଗତି ବିଷୟରେ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥାଏ। ଯଦି ସେହି ଗାଡ଼ି ଅତ୍ୟଧିକ ବେଗରେ ଆସୁଥାଏ, ତାହେଲେ ପୋଲିସ୍ କର୍ମଚାରୀ ତାଙ୍କର ଚାଲାଣ କାଟି ପାରନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଗାଡ଼ି କିପରି ଅନ୍ୟ ଗାଡ଼ିର ଗତି ଜାଣିଥାଏ? 

3/6

ପୋଲିସ ବ୍ୟବହାର ଇଣ୍ଟରସେପ୍ଟର ଗାଡିରେ ଏକ ରାଡାର ଆଧାରିତ କ୍ୟାମେରା ଉପକରଣ ଲଗାଯାଇଛି। ଯାହା ଗାଡିର ଗତି ଏବଂ ବିବରଣୀ ଉପରେ ନଜର ରଖିବା ପାଇଁ ବ୍ୟବହୃତ ହୋଇଥାଏ। 

4/6

ଇଣ୍ଟରସେପ୍ଟର ଗାଡିରେ ଲଗାଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଏବଂ ରାଡାର ପ୍ରାୟ ୨୦୦ ମିଟର ଠାରୁ ନେଇ ୭୦୦ ମିଟର ଦୂରରୁ ରାସ୍ତାରେ ଆସୁଥିବା କାରର ଗତି ଏବଂ ବିବରଣୀକୁ ଜାଣି ନେଇଥାଏ। ଏହି ଗାଡ଼ିରେ ନିୟୋଜିତ ରାଡାର ସିଷ୍ଟମ ପାଖରୁ ରେଡିଓ ତରଙ୍ଗ ନିର୍ଗତ ହୋଇଥାଏ। ଯାହା ରାସ୍ତାରେ ଆସୁଥିବା ଗାଡି ସହିତ ଧକ୍କା ହେବା ପରେ ଫେରି ଆସେ।

5/6

ଫେରି ଆସିଥିବା ଏହି ତରଙ୍ଗକୁ ଧରି ନେଇଥାଏ ଇଣ୍ଟରସେପ୍ଟର। ଏହି ଗାଡ଼ିରେ ଲାଗିଥିବା ମନିଟର ଉପରେ ରାସ୍ତାରେ ଆସୁଥିବା ଗାଡିର ଗତି କେତେ ରହିଛି ସେ ସମ୍ପର୍କରେ ଜାଣିବାକୁ ପାଇଥାନ୍ତି ଏହାକୁ ପରିଚାଳନା କରୁଥିବା ପୋଲିସ କର୍ମଚାରୀ।

 

6/6

ଯଦି କୌଣସି ଗାଡି ଅତ୍ୟଧିକ ଦ୍ରୁତ ଗତିରେ ଆସୁଛି, ତାହେଲେ ପୋଲିସ୍ କର୍ମଚାରୀ ଏହି ଗାଡିକୁ ଅଟକାଇ ଏହାର ଚାଲାଣ କାଟିପାରିବେ କିମ୍ବା ଇଣ୍ଟରସେପ୍ଟର ଠାରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଗାଡିର ନମ୍ବର ପ୍ଲେଟ୍ ଫଟୋ ଉଠାଇ କୌଣସି ଗାଡ଼ିର ଚାଲାଣ କଟାଯାଇଥାଏ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link