କେଉଁ ଖେଳାଳି ଏସିଆ କପ୍‌ରେ ନେଇଛନ୍ତି ସର୍ବାଧିକ ରନ, ଶ୍ରେଷ୍ଠ ୫ରେ ଦୁଇ ଭାରତୀୟ ସାମିଲ

Asia Cup: ଚଳିତ ବର୍ଷ ଏସିଆ କପ୍ ୫୦ ଓଭର ଖେଳାଯିବ । ଗତଥର ଶ୍ରୀଲଙ୍କା ଏସିଆ କପ୍ ଜିତିଥିଲା। ଚଳିତ ବର୍ଷର ଏସିଆ କପ ଉପରେ ସମସ୍ତଙ୍କର ନଜର ରହିବ।

Sat, 17 Jun 2023-1:36 pm,
1/6

ସନାଥ ଜୟସୂର୍ଯ୍ୟା : ଦିନିକିଆ ଏସିଆ କପରେ ଶ୍ରୀଲଙ୍କାର ସନାଥ ଜୟସୂର୍ଯ୍ୟା ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ୨୫ ଟି ମ୍ୟାଚରେ ୨୪ ଇନିଂସରେ ୧୨୨୦ ରନ୍ ସ୍କୋର କରିଛନ୍ତି, ଯାହା ସର୍ବାଧିକ ଅଟେ । ତାଙ୍କ ନାମରେ ତିନି ଶତକ ଓ ୬ ଅର୍ଦ୍ଧ ଶତକ ମଧ୍ୟ ଅଛି ।

2/6

କୁମାର ସଙ୍ଗକାରା: ଏସିଆ କପ୍‌ରେ ସର୍ବାଧିକ ରନ୍ ସ୍କୋର କରିବାରେ ଶ୍ରୀଲଙ୍କାର କୁମାର ସଙ୍ଗକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏସିଆ କପରେ ୨୪ ଟି ମ୍ୟାଚ ଖେଳି ୨୩ ଇନିଂସରେ ୧୦୭୫ ରନ୍ ସଂଗ୍ରହ କରିଛନ୍ତି। ସଙ୍ଗକାରା ଦୁଇ ଶତକ ଓ ଆଠ ଅର୍ଦ୍ଧ ଶତକ ନେଇଛନ୍ତି।

3/6

ସଚିନ ତେନ୍ଦୁଲକର: ସଚିନ ତେନ୍ଦୁଲକର ତୃତୀୟ ସ୍ଥାନରେ ଅଛନ୍ତି। ସେ ଏସିଆ କପରେ ୨୩ ଟି ମ୍ୟାଚ ଖେଳି ୨୧ ଇନିଂସରେ ୯୭୧ ରନ୍ ସଂଗ୍ରହ କରିଛନ୍ତି। ସଚିନ ତେନ୍ଦୁଲକର ଗୋଟିଏ ବି ଶତକ ହାସଲ କରିନାହାଁନ୍ତି କିନ୍ତୁ ତାଙ୍କ ନାଁରେ ୭ ଅର୍ଦ୍ଧଶତକ ରହିଛି। ସେ ଏସିଆ କପରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ଅଟନ୍ତି।

4/6

ଶୋଏବ ମଲିକ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ପାକିସ୍ତାନର ଶୋଏବ ମଲିକ ୧୭ ଟି ମ୍ୟାଚ ଖେଳି ୧୫ ଇନିଂସରେ ୭୮୬ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି।

5/6

ରୋହିତ ଶର୍ମା: ରୋହିତ ଶର୍ମାଙ୍କ ନାଁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ରୋହିତ ଏସିଆ କପରେ ୨୨ ଟି ମ୍ୟାଚ ଖେଳି ୨୧ ଇନିଂସରେ ମୋଟ ୭୪୫ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାଁରେ ଗୋଟିଏ ଶତକ ଓ ୬ ଅର୍ଦ୍ଧ ଶତକ ଅଛି ।

6/6

ଅର୍ଜୁନ ରଣତୁଙ୍ଗା : ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରାଣାଟୁଙ୍ଗା ଏସିଆ କପରେ ୧୯ ଟି ମ୍ୟାଚ ଖେଳି ୧୯ ଇନିଂସରେ ୭୪୧ ରନ୍ ସଂଗ୍ରହ କରିଥିଲେ । ତାଙ୍କ ନାମରେ ଏସିଆ କପରେ ୬ ଟି ଅର୍ଦ୍ଧଶତକ ମଧ୍ୟ ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link