Religious City of UP: ଅଯୋଧ୍ୟା, ପ୍ରୟାଗରାଜ, ମଥୁରା ଏବଂ ବାରଣାସୀ; ଉତ୍ତର ପ୍ରଦେଶର କେଉଁ ଧାର୍ମିକ ସହରରେ ରୁହନ୍ତି ସର୍ବାଧିକ ମୁସଲମାନ?

Sacred City of India: ଅଯୋଧ୍ୟା, ପ୍ରୟାଗରାଜ, ମଥୁରା ଏବଂ କାଶୀ ଦେଶର ପ୍ରମୁଖ ଧାର୍ମିକ ସହର ଭାବେ ଜଣାଶୁଣା। ହେଲେ କ`ଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମ ସହିତ ଜଡ଼ିତ ଭାରତ ବର୍ଷର କେଉଁ ସହରରେ ସର୍ବାଧିକ ସଂଖ୍ୟାରେ ମୁସଲମାନ ବସବାସ କରିଥାନ୍ତି? ଆପଣ ହୁଏତ ଏହି ପ୍ରଶ୍ନର ଉତ୍ତର ଜାଣି ନଥିବେ। ଅଯୋଧ୍ୟା, ପ୍ରୟାଗରାଜ, ମଥୁରା କିମ୍ବା ବାରଣାସୀ ମଧ୍ୟରୁ କେଉଁଠି ବସବାସ କରିଥାନ୍ତି ସର୍ବାଧିକ ସଂଖ୍ୟକ ମୁସଲମାନ? ଭାରତ ବର୍ଷର ମୋଟ ଜନସଂଖ୍ୟା ୧୪୦ କୋଟିରୁ ଅଧିକ। ଯେଉଁଥିରୁ ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ହିନ୍ଦୁ ଅଟନ୍ତି। ଦେଶର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ମୁସଲମାନ। ଯଦି ବିଶ୍ୱର ସବୁଠାରୁ ବଡ ମୁସଲମାନ ଜନସଂଖ୍ୟା ଦେଶ କଥା କୁହାଯାଏ ତାହେଲେ ଇଣ୍ଡୋନେସିଆ ପ୍ରଥମ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି।

Tue, 09 Jan 2024-1:31 am,
1/5

ରତ ବର୍ଷରେ ଏପରି ଅନେକ ରାଜ୍ୟ ରହିଛି ଯେଉଁଠାରେ ସର୍ବାଧିକ ସଂଖ୍ୟକ ମୁସଲମାନ ବସବାସ କରିଥାନ୍ତି। ଯଦି ଆମେ ପ୍ରାଚୀନ ହିନ୍ଦୁ ଧର୍ମ ସହିତ ଜଡି଼ତ ଭାରତୀୟ ସହର ବିଷୟରେ ଆଲୋଚନା କରିବା, ତାହେଲେ ଅଧିକାଂଶ ମୁସଲମାନ କେଉଁ ସହରରେ ବସବାସ କରିଥାନ୍ତି? ଆପଣ ହୁଏତ ଏହା ଜାଣି ନଥିବେ। ଅଯୋଧ୍ୟା, ପ୍ରୟାଗରାଜ, ମଥୁରା କିମ୍ବା ବାରଣାସୀ ଜାଣନ୍ତୁ କେଉଁ ସହରରେ ସର୍ବାଧିକ ମୁସଲମାନ ଜନସଂଖ୍ୟା ରହିଛି?

 

2/5

ବାରଣାସୀ ଭାରତ ବର୍ଷର ଏକ ପୁରାତନ ସହର। ଯାହା ପ୍ରାଚୀନ କାଳରେ କାଶୀ ଏବଂ ବନାରସ ନାମରେ ଜଣାଶୁଣା ରହିଥିଲା। ଯଦି ବାରଣାସୀ ସହରର ଜନସଂଖ୍ୟା ଦେଖିଯାଏ, ତାହେଲେ ଏଠାରେ ମୋଟ ୮୪.୫୨ ପ୍ରତିଶତ ଲୋକ ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ୱୀ। ସେହିପରି ୧୪.୮ ପ୍ରତିଶତ ଲୋକ ମୁସଲମାନ ଧର୍ମର। 

3/5

ପ୍ରୟାଗରାଜ ପୂର୍ବରୁ ଆହ୍ଲାବାଦ ନାମରେ ଜଣାଶୁଣା ରହିଥିଲା। ପ୍ରୟାଗରାଜ ଠାରେ ପବିତ୍ର ସଙ୍ଗମସ୍ଥଳ ଅବସ୍ଥିତ ରହିଛି। ଯାହା ତ୍ରିବେଣୀ ସଙ୍ଗମ ନାମରେ ଜଣାଶୁଣା। ଯେଉଁଠି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ପରସ୍ପର ସହ ମିଳିତ ହୋଇଥାନ୍ତି। ଯଦି ଆମେ ପ୍ରୟାଗରାଜ ଜିଲ୍ଲାର ମୁସଲମାନ ଜନସଂଖ୍ୟା ବିଷୟରେ କହିବା, ତାହେଲେ ଏହାର ସଂଖ୍ୟା ହେଉଛି ୧୩.୩୮ ପ୍ରତିଶତ। ଏହି ଜିଲ୍ଲାରେ ମଧ୍ୟ ହିନ୍ଦୁଙ୍କ ଜନସଂଖ୍ୟା ଅଧିକ। ଯାହାର ପରିମାଣ ହେଉଛି ୮୫.୬୯ ପ୍ରତିଶତ।

4/5

ମଥୁରା ନଗରୀ ଭଗବାନ ଶ୍ରୀକୃଷ୍ଣଙ୍କ ସହର ଭାବରେ ଜଣାଶୁଣା। ଏହି ହିନ୍ଦୁ ଧର୍ମ ସହିତ ଏକ ବିଶେଷ ସମ୍ପର୍କ ରହିଛି। ଯଦି ମଥୁରା ନଗରୀର ଜନସଂଖ୍ୟା ବିଷୟରେ କୁହାଯାଏ  ତାହେଲେ ହିନ୍ଦୁଙ୍କ ଜନସଂଖ୍ୟା ବହୁତ ଅଧିକ। ମଥୁରା ନଗରୀରେ ହିନ୍ଦୁଙ୍କ ଜନସଂଖ୍ୟା ହେଉଛି ପ୍ରାୟ ୯୦.୭୨ ପ୍ରତିଶତ। ଯେଉଁଠି ମୁସଲମାନଙ୍କ ଜନସଂଖ୍ୟା ହେଉଛି ୮.୫୨ ପ୍ରତିଶତ।

5/5

ଅଯୋଧ୍ୟା ନଗରୀ ଭଗବାନ ଶ୍ରୀରାମଙ୍କ ସହର ଭାବେ ଜଣାଶୁଣା। ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ପ୍ରାଣ ପ୍ରତିଷ୍ଠା। ଏହି କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ସହର ଚର୍ଚ୍ଚାରେ ରହିଛି। ଯଦି ଆମେ ଅଯୋଧ୍ୟା ଜନସଂଖ୍ୟା ବିଷୟରେ କହିବା ତାହେଲେ  ୯୩.୩୩ ପ୍ରତିଶତ ହିନ୍ଦୁ ଅଯୋଧ୍ୟାରେ ବସବାସ କରିଥାନ୍ତି। ଯେଉଁଠି ମୁସଲମାନଙ୍କ ଜନସଂଖ୍ୟା ହେଉଛି ୬.୫ ପ୍ରତିଶତ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link